Below header

ପୁରୀରେ ପ୍ରଥମ ଥର ଜ୍ୟାକ୍ ଲାଗି ଭୂମିରୁ ୫ ଫୁଟ ଉପରକୁ ଉଠୁଛି ଘର

ପୁରୀରେ ଏଭଳି ଆଧୁନିକ ଜ୍ଞାନ କୌଶଳରେ ଉପରକୁ ଉଠୁଛି ଘର । ଉତ୍ସହାର ସହ ଘର ଉଠୁଥିବା କାମକୁ ଦେଖୁଛନ୍ତି ଗାଁଲୋକେ । ରାସ୍ତାର ନୀଚରେ ରହିଥିବା ଘରକୁ ଭାଙ୍ଗି ପୁନଶ୍ଚ ତିଆରି କରିବା ଲୋକଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ଏଭଳି ଜ୍ଞାନ କୌଶଳ ଏବେ ଲୋକପ୍ରିୟ ହୋଇପାରିଛି ।

ଜଗତସିଂହପୁର(କେନ୍ୟୁଜ୍): କଟକ, ଭୁବନେଶ୍ବର, ଜଗତସିଂହପୁର,ଭଦ୍ରକ ପରେ ଏବେ ପୁରୀ ଜ଼ିଲ୍ଲାରେ କୋଠା ଘରକୁ ଭୂମିରୁ ୫ ଫୁଟ ଉପରକୁ ଉଠାଯାଉଛି । ୧୦୦ ଟି ଜ୍ୟାକ୍ ରଡ୍ ଲଗାଯାଇ ୫ ଫୁଟ ଉପରକୁ ଉଠାଯାଉଛି । ପ୍ରଥମ ଥର ପାଇଁ ପୁରୀରେ ଏଭଳି ଆଧୁନିକ ଜ୍ଞାନ କୌଶଳରେ ଉପରକୁ ଉଠୁଛି ଘର । ଉତ୍ସହାର ସହ ଘର ଉଠୁଥିବା କାମକୁ ଦେଖୁଛନ୍ତି ଗାଁଲୋକେ । ରାସ୍ତାର ନୀଚରେ ରହିଥିବା ଘରକୁ ଭାଙ୍ଗି ପୁନଶ୍ଚ ତିଆରି କରିବା ଲୋକଙ୍କ ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ଏଭଳି ଜ୍ଞାନ କୌଶଳ ଏବେ ଲୋକପ୍ରିୟ ହୋଇପାରିଛି ।

ଅଳ୍ପ ଖର୍ଚ୍ଚରେ ଘରକୁ ଉପରକୁ ଉଠାଉଛନ୍ତି ସ୍ଵତନ୍ତ୍ର ଇଂଜିନିୟରିଂ ଟିମ୍। ଯାହାଦ୍ୱାରା ଲୋକମାନେ ଉପକୃତ ହେଉଛନ୍ତି । ଏଭଳି ଏକ ଘର ଉଠା ଯାଉଛି ପୁରୀ ସଦର ତଥା ସହର ଉପକଣ୍ଠ ଗୋପୀନାଥପୁରରେ । ଗୋପୀନାଥପୁରରେ ଏଇ ପୁରୁଣା ଘରେ ୧୦୦ ଟି ଜ୍ୟାଗ ରଡ଼ ଲଗାଯାଇ ୫ ଫୁଟ ଘର ଉଠାଯାଉଛି । ଏହା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ଅଜୟ କୁମାର ସାହୁଙ୍କ ଘର । ୬୦୦ ବର୍ଗଫୁଟର ଏହା ୨୦ ବର୍ଷ ତଳର ପୁରୁଣା ଘର । ଗତ ୨୦ ତାରିଖ ରୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଏହା ଦେଢ଼ ଫୁଟ ଉଠିଥିଲା । ଜଗ ,ଲୁହା ଆଙ୍ଗେଲ ସାହାଯ୍ୟରେ ଏହି କାମକୁ କରୁଛନ୍ତି ବିହାରରୁ ଆସିଥିବା କାରିଗରମାନେ ।

ତେବେ ଲଗାଣ ବର୍ଷାରେ ଘରେ ପାଣି ପଶି ସବୁ ବ୍ୟବସାୟ ଜିନିଷ ନଷ୍ଟ ହୋଇଯାଇଥାଏ। ଯାହାଫଳରେ ଚଳିତ ବର୍ଷ ଏଇ ପୁରୁଣା ଘରେ ସେ କିଛି ନୂଆ କରିବାକୁ ଚାହିଁଥିଲେ । ସେ କଣ କରିବେ କିଛି ଚିନ୍ତା କରି ପାରି ନଥିଲେ। ଏହି ସମୟରେ ସେ ଘର ଉଠିପାରିବା ବିଷୟରେ ସୂଚନା ପାଇଥିଲେ । ଏହାପରେ ସେ ଯୋଗାଯୋଗ କରିଥିଲେ ସ୍ଵତନ୍ତ୍ର ଇଂଜିନିୟରିଂ ଟିମ୍ ସହିତ । ଉକ୍ତ ସଂସ୍ଥାର ଇଂଜିନିୟର ଓ କର୍ମଚାରୀମାନେ ଆସି ଘରକୁ ମାପି ଥିଲେ ଓ କାମ କରିବା ପାଇଁ ରାଜି ହୋଇଥିଲେ । ଏହାପରେ ଆରମ୍ଭ ହୋଇଥିଲା କାମ ।

ତେବେ ଏହାକୁ ନେଇ ଘର ମାଲିକ ମଧ୍ୟ ବେଶ ଖୁସି ଅଛନ୍ତି । ଏହି କାମ ଆଗରୁ ବିଭିନ୍ନ ଜିଲ୍ଲା ମାନଙ୍କରେ ହୋଇସାରିଛି । ବର୍ତ୍ତମାନ ଏହି କାମକୁ ନିଜ ଘରେ ଆପଣାଇ ନିଜର ସେଇ ପୁରୁଣା ଘରକୁ ନୂଆ ରୂପ ଦେଇପାରିଛନ୍ତି । ତେବେ ଯେଉଁମାନଙ୍କ ଘର ରାସ୍ତା ତଳକୁ ରହି ଯାଇଥିବ ସେମାନେ ଘରକୁ ଭାଙ୍ଗି ନୂତନ ଘର ନକରି ଏହିଁ ଉପାୟରେ ନିଜ ଘରକୁ ସୁରକ୍ଷିତ ରଖି ପାରିବେ। ଅଳ୍ପ ଖର୍ଚ୍ଚରେ ବିଜ୍ଞାନର ଚମତ୍କାରିତାକୁ ସମସ୍ତେ ପସନ୍ଦ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.