ଅନନ୍ତ-ରାଧିକାଙ୍କ ପ୍ରି ୱେଡିଂ ସମାରୋହ, ମୁକେଶ ଅମ୍ବାନୀଙ୍କୁ ନଚାଇଲେ ରିହାନା

ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବକୁ ନେଇ ଚାରିଆଡେ ଖୁବ୍‌ ଚର୍ଚ୍ଚା । ପ୍ରି ୱେଡିଂ ସମାରୋହରେ ରିହାନାଙ୍କ ସହିତ କେବଳ ବଲିଉଡ ସେଲିବ୍ରିଟି ନୁହେଁ ବରଂ ଖୋଦ୍‌ ମୁକେଶ ଅମ୍ବାନୀ ମଧ୍ୟ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଅମ୍ବାନୀ ପରିବାରର ଛୋଟ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବକୁ ନେଇ ଚାରିଆଡେ ଖୁବ୍‌ ଚର୍ଚ୍ଚା । ପ୍ରି ୱେଡିଂ ସମାରୋହ ଆରମ୍ଭ ହୋଇଯାଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଦୀପିକା-ରଣବୀର ଠାରୁ ଆରମ୍ଭ କରି ଶାହରୁଖ ଏବଂ ସୈଫଙ୍କ ପର୍ଯ୍ୟନ୍ତ ଜାମନଗରରେ ବଲିଉଡ ସେଲିବ୍ରିଟିଙ୍କ ଭିଡ ଦେଖିବାକୁ ମିଳିଛି । ଏହି ବିବାହ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିଲା ଗ୍ଲୋବାଲ୍ ଆଇକନ୍ ରିହାନାଙ୍କ ନୃତ୍ୟ । ତେବେ ରିହାନାଙ୍କ ସହିତ କେବଳ ବଲିଉଡ ସେଲିବ୍ରିଟି ନୁହେଁ ବରଂ ଖୋଦ୍‌ ମୁକେଶ ଅମ୍ବାନୀ ମଧ୍ୟ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ରିହାନାଙ୍କ ଗୀତ ଏବଂ ଡ୍ୟାନ୍ସରେ ସମସ୍ତେ ଡ୍ୟାନ୍ସ କରିଛନ୍ତି । ରିହାନା ତାଙ୍କ ଗୀତ ଏବଂ ହିଟ୍ ନମ୍ବରରେ ‘ପୋର୍ ଇଟ୍ ଅପ୍’, ‘ୱାଇଲ୍ଡ ଥିଙ୍ଗସ୍’, ‘ଡାଇମଣ୍ଡ୍’ ପ୍ରଦର୍ଶନ କରି ମାହୋଲକୁ ଜମେଇ ଦେଇଥିଲେ । ରିହାନାଙ୍କ ଗୀତରେ ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ ଏବଂ ତାଙ୍କ ସଂପୂର୍ଣ୍ଣ ପରିବାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Instant Bollywood (@instantbollywood)

ସୂଚନାଯୋଗ୍ୟ, ଜୁଲାଇ ୧୨ରେ ବାହାଘର ହେବ । କିନ୍ତୁ ଏହା ପୂର୍ବରୁ ଗୁଜରାଟ ଜାମନଗରରେ ଆଜିଠୁ ୩ଦିନ ଧରି ଆରମ୍ଭ ହୋଇଛି ପ୍ରିୱେଡିଂ ଫଙ୍କସନ। ଏହା କାର୍ଯ୍ୟକ୍ରମକୁ ସ୍ମରଣୀୟ, ଆକର୍ଷଣୀୟ କରିବା ପାଇଁ ସବୁ ପ୍ରସ୍ତୁତି କରାଯାଇଛି । ବଲିଉଡ ଠାରୁ ଆରମ୍ଭ କରି ହଲିଉଡ, କ୍ରିକେଟ ଜଗତ ପ୍ରମୁଖ ଖେଳାଳି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ତେବେ ରିହାନାଙ୍କୁ ଅମ୍ବାନୀ ପରିବାର ପାଖାପାଖି ୭୦ କୋଟି ଫି ଦେଇଥିବା ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.