ରାଜନୀତି ଛାଡିବେ ଗୌତମ ଗମ୍ଭୀର, କ୍ରିକେଟ ଉପରେ ଫୋକସ କରିବେ
ଏଥର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ କ୍ରିକେଟର ଗୌତମ ଗମ୍ଭୀର । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଜଣାଇଛନ୍ତି । ଆଗାମୀ କ୍ରିକେଟ ପ୍ରତିବଦ୍ଧତା ଉପରେ ଫୋକସ କରିବେ ବୋଲି କହିଛନ୍ତି ।

ରାଜନୀତିରୁ ସନ୍ନ୍ୟାସ ନେବେ କ୍ରିକେଟର ଗୌତମ ଗମ୍ଭୀର । ଏଥର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଜଣାଇଛନ୍ତି । ରାଜନୈତିକ ଦାୟିତ୍ବରୁ ବିରତ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡାଙ୍କୁ ଅନୁରୋଧ କରିଛନ୍ତି ଗୌତମ ଗମ୍ଭୀର । ପୂର୍ବ ଦିଲ୍ଲୀରୁ ବିଜେପି ସାଂସଦ ଅଛନ୍ତି ଗମ୍ଭୀର ।
ଆଗାମୀ କ୍ରିକେଟ ପ୍ରତିବଦ୍ଧତା ଉପରେ ଫୋକସ କରିବେ ବୋଲି କହିଛନ୍ତି । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ରେ ଏହି ସୂଚନା ଦେଇଛନ୍ତି ଗମ୍ଭୀର । ତାଙ୍କୁ ଲୋକଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
I have requested Hon’ble Party President @JPNadda ji to relieve me of my political duties so that I can focus on my upcoming cricket commitments. I sincerely thank Hon’ble PM @narendramodi ji and Hon’ble HM @AmitShah ji for giving me the opportunity to serve the people. Jai Hind!
— Gautam Gambhir (@GautamGambhir) March 2, 2024
ଗତ କିଛିଦିନ ପୂର୍ବରୁ ଚର୍ଚ୍ଚା ଚାଲିଥିଲା କି, ଗୌତମ ଗମ୍ଭୀରଙ୍କୁ ଟିକେଟ ମିଳିନପାରେ । ତେବେ ଚର୍ଚ୍ଚା ମଧ୍ୟରେ ସେ ରାଜନୀତି ଛାଡିବା କଥା କହିଛନ୍ତି । ୨୦୧୯ରେ ଲୋକସଭା ନିର୍ବାଚନ ଲଢିଥିଲେ ଗମ୍ଭୀର ।