ମାଇଲେଜ୍‌ ହେବନି କମ୍‌ କେବିନ୍‌ ରହିବ ଚିଲଡ, ଏହି ଟ୍ରିକରେ ଚଲାଇ ଦେଖନ୍ତୁ କାରର AC

ଯଦିଓ ଏସିର ବ୍ୟବହାର ସିଧା ପ୍ରଭାବ କାରର ମାଇଲେଜ୍‌ ଉପରେ ପଡିଥାଏ । କିନ୍ତୁ ଯଦି ଆପଣ ଗରମରେ କାରର ଏସିକୁ ସଠିକ ତରିକାରେ ଉପଯୋଗ କରିବେ ତାହେଲେ କାରର ମାଇଲେଜ୍‌ ପ୍ରଭାବିତ ହେବନାହିଁ ।

ଗରମ ଦିନରେ ଆପଣ କାରରେ ବିନା ଏସିରେ ଟ୍ରାଭେଲ କରିପାରିବେନାହିଁ । ଯଦିଓ ଏସିର ବ୍ୟବହାର ସିଧା ପ୍ରଭାବ କାରର ମାଇଲେଜ୍‌ ଉପରେ ପଡିଥାଏ । କିନ୍ତୁ ଯଦି ଆପଣ ଗରମରେ କାରର ଏସିକୁ ସଠିକ ତରିକାରେ ଉପଯୋଗ କରିବେ ତାହେଲେ କାରର ମାଇଲେଜ୍‌ ପ୍ରଭାବିତ ହେବନାହିଁ । ତେବେ ଆଜି ଆପଣଙ୍କୁ କିଛି ଟିପ୍ସ ବତାଇବୁ ଯାହାପରେ କାରର ଏସିକୁ ସଠିକ ତରିକାରେ ଚଲାଇବାରେ ସାହାଯ୍ୟ ମିଳିବ ।

ପ୍ରି-କୁଲ କରନ୍ତୁ : ଯେତେବେଳେ ବି ଆଣଙ୍କୁ କାରରେ ଯାତ୍ରା କରିବାର ଅଛି, ତାହେଲେ ପ୍ରଥମେ କାରର କାଚକୁ ଖୋଲିଦିଅନ୍ତୁ । ଏବଂ ଏସି ଚଲାଇ ଛାଡି ଦିଅନ୍ତୁ । ଏହାର ଫାଇଦା ଏହା ହେବ ଯେତେବେଳେ ବି ଆପଣ ଯାତ୍ରା ଆରମ୍ଭ କରିବେ ସେତେବେଳେ ଆପଣଙ୍କ କାର ଏକଦମ୍‌ ଥଣ୍ଡା ରହିବ । ଏହାଦ୍ୱାରା ଆପଣଙ୍କୁ ଏସିକୁ ଆଉ ଅଧିକ ସମୟ ପର୍ଯ୍ୟନ୍ତ ଚାଲୁ କରିବାକୁ ପଡିବନି ।

ଓ୍ଵିଣ୍ଡସିଲଡ ଶେଡ୍‌ : କାର ପାର୍କ କରିବା ସମୟରେ ଏସିକୁ ସିଧାସଳଖ ସୂର୍ଯ୍ୟଙ୍କ ରଶ୍ମିରେ ରଖିବା ଦ୍ୱାରା ଆପଣଙ୍କ କାର ଗରମ ହୋଇଯିବ । ଏହାଦ୍ୱାରା ଏସିକୁ କାମ କରିବାକୁ ଅଧିକ ପଡିପାରେ ଏବଂ ମାଇଲେଜ୍‌ ବି ପ୍ରଭାବିତ ହୋଇପାରେ । ଏଥିପାଇଁ କାରକୁ ଯେତେବେଳେ ବି ଆଉଟଡୋରରେ ପାର୍କ କରୁଛନ୍ତି ସେତେବେଳେ ଖରାର ରଶ୍ମି ରୋକିବା ପାଇଁ ଓ୍ଵିଣ୍ଡସିଲଡ ସେଡର ବ୍ୟବହାର କରନ୍ତୁ ।

ସଠିକ ତାପମାତ୍ରାରେ ରଖନ୍ତୁ : ଆପଣଙ୍କୁ ନିଜ କାରକୁ ଏସିକୁ ସଠିକ ତାପମାତ୍ରାରେ ରଖିବା ଉଚିତ । ଅଧିକ ଥଣ୍ଡା ତାପମାତ୍ରା ବାଛିବା ଦ୍ୱାରା ଏସିକୁ ଅଧିକ ପରିଶ୍ରମ କରିବାକୁ ପଡିବ ଏବଂ ଏହାଦ୍ୱାରା ମାଇଲେଜ୍‌ ବି ପ୍ରଭାବିତ ହୋଇପାରେ ।

ଠିକ ସମୟରେ କରନ୍ତୁ ସର୍ଭିସ : ସମୟ ସହିତ କାରର ଏସି ଠିକ ଭାବେ କରିନଥାଏ । ଏବଂ ଏହାର ପ୍ରଭାବ ପରଫର୍ମାନ୍ସ ଉପରେ ପଡିଥାଏ । ନିୟମିତ ରୂପେ ନିଜ କାରକୁ ସର୍ଭିସ ଏବଂ ଏସି ସିଷ୍ଟମକୁ ଯାଞ୍ଚ୍‌ କରନ୍ତୁ । ଯଦି କୌଣସି ସମସ୍ୟା ହୋଇଥାଏ ତ ଠିକ କରିଦିଅନ୍ତୁ ।

ରି-ସର୍କୁଲେସନର କରନ୍ତୁ ବ୍ୟବହାର : ସମସ୍ତ କାରରେ ଏସି ରି-ସର୍କୁଲେସନର ବଟନ ଦିଆଯାଇଥାଏ । ଏହି ବଟନକୁ ଦବାଇବା ଦ୍ୱାରା କାର କେବିନ ଭିତରେ ଥିବା ପବନକୁ ପୁଣି ଥରେ ଥଣ୍ଡା କରିଥାଏ । ଏହାଦ୍ୱାରା କାର ଜଲ-ଦି ଥଣ୍ଡା ହୋଇଥାଏ ଏବଂ ଏସିକୁ ଅଧିକ କାମ କରିବାକୁ ବି ପଡିନଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.