ଅମିତାଭ ବଚ୍ଚନ ଏବଂ ଅନୁଷ୍କା ଶର୍ମାଙ୍କୁ ବାଇକ୍ରେ ଯିବା ପଡିବ ମହଙ୍ଗା, ମୁମ୍ବାଇ ଟ୍ରାଫିକ ପୋଲିସ ନେଇପାରେ କାର୍ଯ୍ୟାନୁଷ୍ଠାନ
ବିଗ୍ ବି ଏବଂ ଅନୁଷ୍କା ଶର୍ମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ ମୁମ୍ବାଇ ଟ୍ରାଫିକ ପୋଲିସ । ଟ୍ରାଫିକରୁ ବଞ୍ଚିବା ପାଇଁ ବାଇକ୍ରେ ବିନା ହେଲମେଟରେ ଯାଇଥିଲେ । ଏବେ ଭିଡିଓ ଭାଇରଲ ପରେ ଏମିତି କାର୍ଯ୍ୟାନୁଷ୍ଠାନ ନେବ ମୁମ୍ବାଇ ଟ୍ରାଫିକ ।
ବିଗ୍ ବି ଅମିତାଭ ବଚ୍ଚନ ଏବଂ ଅନୁଷ୍କା ଶର୍ମା ବାଇକ୍ରେ ବୁଲୁଥିବାର ଭିଡିଓ ଭାଇରଲ ହୋଇଛି । ଯେଉଁଥିପାଇଁ ତାଙ୍କର ଚାଲାଣ କଟିଛି । ଦୁହେଁ ବିନା ହେଲମେଟରେ ବାଇକ୍ ବୁଲୁଥିଲେ । ଯେଉଁଥିପାଇଁ ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇପାରେ । ଦୁହେଁ ବାଇକରେ ବସି ଯିବା ପରେ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।ଭିଡିଓ ଭାଇରଲ ହେବା ପରେ ଏହି ମାମଲା ମୁମ୍ବାଇ ପୋଲିସ ମୁମ୍ବାଇ ଟ୍ରାଫିକ ପୋଲିସକୁ ଟ୍ରାନ୍ସଫର କରିଦିଆଯାଇଛି ।
ଅମିତାଭ ବଚ୍ଚନ ଏବଂ ଅନୁଷ୍କା ଶର୍ମା ଟ୍ରାଫିକରୁ ବଞ୍ଚିବା ପାଇଁ ବାଇକ୍ରେ ଯାଇଥିଲେ । ଏହି ଫଟୋ ଭାଇରଲ ହେବା ପରେ ଖୁବ୍ ପ୍ରଶଂସା ମିଳିଥିବା ବେଳେ ଟ୍ରୋଲିଂର ଶିକାର ମଧ୍ୟ ହୋଇଥିଲା । ହେଲେ ଦୁହେଁ ବାଇକରେ ଯିବା ସମୟରେ ହେଲମେଟ୍ ପିନ୍ଧିନଥିଲେ । ତେବେ ମୁମ୍ବାଇର ଟ୍ରାଫିକ୍ ଜାମ୍ ସମସ୍ୟାକୁ ଏଡ଼େଇ ଅପରିଚିତ ବ୍ୟକ୍ତି ଜଣକ ସହିତ ବାଇକରେ ଯାଇଥିବା ବେଳେ ଅନୁଷ୍କା ଶର୍ମା ମଧ୍ୟ ରାସ୍ତାରେ ନିଜ ଅଙ୍ଗରକ୍ଷୀଙ୍କ ସହ ବାଇକ୍ ପଛରେ ବସି ଯାଉଥିବାର ନଜର ଆସିଥିଲେ।
View this post on Instagram
ବିଗ୍ ବିଙ୍କୁ ଜଣେ ପ୍ରଶଂସକ ପଚାରିଥିଲେ, ହେଲମେଟ କେଉଁଠାରେ ସାର୍ ?
ଅନ୍ୟ ଜଣେ ପ୍ରଶଂସକ ‘କୌନ୍ ବନେଗା କରୋଡ଼ପତିରେ ବିଗ୍ ବି ଯେପରି ଶୈଳୀରେ କୁହନ୍ତି ସେପରି ଭାବେ ପଚାରିଥିଲେ । ତେବେ ଦୁହିଁଙ୍କ ଭିଡିଓ ଭାଇରଲ ହେବାରେ ଲାଗିଛି ।