ଅମରନାଥ ଯାତ୍ରାକୁ ନେଇ ନୂଆ ନିୟମ, ଏବେ ଏହି ବୟସର ଲୋକେ କରିପାରିବେ ନାହିଁ ବାବାଙ୍କ ଦର୍ଶନ
ଅମରନାଥ ଯାତ୍ରାକୁ ନେଇ ନୂଆ ଅପ୍ଡେଟ ସାମ୍ନାକୁ ଆସିଛି। ନୂଆ ନିୟମ ମୁତାବକ, ଏବେ ଯାତ୍ରା କରିବା ପାଇଁ ବୟସ ନିର୍ଦ୍ଧାରିତ କରାଯାଇଛି। ୧୩ ବର୍ଷରୁ କମ୍ ଏବଂ ୭୫ ବର୍ଷରୁ ଅଧିକ ବୟସର କୌଣସି ବ୍ୟକ୍ତିଙ୍କୁ ଅମରନାଥ ଯାତ୍ରାରେ ଯିବାକୁ ଅନୁମତି ଦିଆଯିବ ନାହିଁ।

ଚଳିତ ବର୍ଷ ୬୨ ଦିନ ଚାଲିବାକୁ ଥିବା ଅମରନାଥ ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହେବ। ଅମରନାଥ ଯାତ୍ରା ପାଇଁ ଏପ୍ରିଲ ୧୭ରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ବହୁ ସଂଖ୍ୟକ ଲୋକ ଅନୁମତି ପାଇବା ପାଇଁ ଦେଶର ନିର୍ଦ୍ଦିଷ୍ଟ ବ୍ୟାଙ୍କ ଶାଖାରେ ପହଞ୍ଚିବା ଆରମ୍ଭ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଛଅ ସପ୍ତାହରୁ ଅଧିକ ଦିନ ଗର୍ଭବତୀ ଥିବା କୌଣସି ବି ମହିଳାଙ୍କୁ ଯାତ୍ରା ପାଇଁ ପଞ୍ଜୀକୃତ କରାଯିବ ନାହିଁ।
ବାବା ଅମରନାଥ ଯାତ୍ରା ଦୁଇଟି ରାସ୍ତା ମାଧ୍ୟମରେ ହୋଇଥାଏ। ପ୍ରଥମଟି ହେଉଛି, ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ପହଲଗାମ ଦେଇ ପାରମ୍ପରିକ ୪୮ କିଲୋମିଟର ରାସ୍ତା ଏବଂ ଦ୍ୱିତୀୟଟି ମଧ୍ୟ କାଶ୍ମୀରର ଗାନ୍ଦରବଲ୍ ଜିଲ୍ଲାରେ ବାଲ୍ଟାଲ ରାସ୍ତା। ଉଭୟ ରୁଟରୁ ଏହି ଯାତ୍ରା ଏକକାଳୀନ ଆରମ୍ଭ ହେବ ବୋଲି ଅଧିକାରୀମାନେ କହିଛନ୍ତି।
ଏହି ରୋଗୀମାନେ କରିପାରିବେ ନାହିଁ ଯାତ୍ରା
-ରକ୍ତଚାପ
-ମଧୁମେହ
-ଉଚ୍ଚ ରକ୍ତଚାପ
-ଗଣ୍ଠି ଯନ୍ତ୍ରଣା
-ଶ୍ୱାସରୋଗ