Below header

NTPC ରେ ଚାକିରି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ

NTPC ରେ ଖାଲିପଡିଛି ବିଭିନ୍ନ ପଦବୀ । ଏଠାରେ ୨୪ ଏଗ୍ଜିକ୍ୟୁଟିଭ ପଦବୀ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଆବେଦନ କରିବାର ଶେଷ ତାରିଖ ୧୮ ମଇ, ୨୦୨୩ ରହିଛି ।

NTPC ରେ ଚାକିରି କରିବାର ସୁଯୋଗ । କିଛିଦିନ ପୂର୍ବରୁ ଏନଟିପିସି ଲିମିଟେଡ୍‌ ପକ୍ଷରୁ ଭର୍ତ୍ତି ନୋଟିଫିକେସନ ଜାରି ହୋଇଥିଲା । ଏଠାରେ ୨୪ଟି ପଦ ଖାଲିପଡିଥିବା ନେଇ ଅଫିସିଆଲ ୱେବସାଇଟ ntpc.co.in କୁ ଯାଇ ଆବେଦନ କରିପାରିବେ ।
ଏହି ଭର୍ତ୍ତି ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଜାରି ହୋଇଛି । ଏନଟିପିସିରେ ଏଗଜିକ୍ୟୁଟିକ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରିପାରିବେ ।

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୮ ମଇ, ୨୦୨୩ ରହିଛି ।

ପଦବୀ ବିବରଣୀ : ୨୪

ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀ ପାଇଁ ଇଚ୍ଛୁକ ପ୍ରାର୍ଥୀ ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ଇଲେକ୍ଟ୍ରିକାଲ/ମେକାନିକାଲ ଇଂଜିନିୟରିଂରେ ଡିଗ୍ରୀ ଏବଂ ସମ୍ବନ୍ଧୀୟ କ୍ଷେତ୍ରରେ ଅଭିଜ୍ଞତା ରଖିଥିବା ଜରୁରୀ । ଅଭିଜ୍ଞତା ରଖିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୩୫ ବର୍ଷ ହେବା ଜରୁରୀ । ଏହାଠାରୁ ଅଧିକ ବର୍ଷ ହେବା ଜରୁରୀ ନୁହେଁ । ସରଂକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛୁଟ୍‌ ଦିଆଯିବ ।

ଆବେଦନ ଶୁଳ୍କ : ଆବେଦନ କରିବା ପାଇଁ ୩୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ ।

କେମିତି ହେବ ଚୟନ :

ପ୍ରାର୍ଥୀଙ୍କ ଚୟନ ଅନଲାଇନ ସ୍କ୍ରିନିଂ/ସର୍ଟଲଷ୍ଟ ପ୍ରକ୍ରିୟା/ଇଣ୍ଟରଭ୍ୟୁ ଆଧାରରେ କରାଯିବ । ଅନଲାଇନ ଟେଷ୍ଟ ପାଇଁ ୮୫ ପ୍ରତିଶତ ଏବଂ ଇଣ୍ଟରଭ୍ୟୁରେ ୧୫ ପ୍ରତିଶତ ମାର୍କ ରଖିବା ଜରୁରୀ ।

ଦରମା : ଚୟନ ହେବା ପ୍ରାର୍ଥୀଙ୍କୁ ମାସିକ ଦରମା ୧,୦୦,୦୦୦ ଟଙ୍କା ମିଳିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ ;

https://careers.ntpc.co.in/recruitment/advertisements/062023_eng_adv

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.