Below header

ବଡଖାନାରେ ବିଭିନ୍ନ ରକମର ଖାଦ୍ୟ ଖାଇ ଖୁସି ସୋରଡା ଅଞ୍ଚଳର ସଫେଇ କର୍ମଚାରୀ

ସଫେଇ କର୍ମଚାରୀ ମାନଙ୍କ ଯୋଗୁ ସୋରଡା ସହର ସ୍ୱଚ୍ଛତାରେ ବହୁ ପାଦ ଆଗରେ ରହିଛି । କର୍ମଚାରୀ ମାନଙ୍କ ଅହରହ ସେବାକୁ ନଜରରେ ରଖି ଓଡିଶା ସରକାର ଏମାନଙ୍କ ପାଇଁ ପ୍ରତେକ ମାସରେ ବଡଖାନାର ବ୍ୟବସ୍ଥା କରିଛନ୍ତି ।

ସୋରଡା(କେନ୍ୟୁଜ): ବର୍ତ୍ତମାନ ସମୟରେ ରାଜରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦି ସବୁଠି ସକାଳ ହେଲେ ଦେଖିବାକୁ ମିଳନ୍ତି ସଫେଇ କର୍ମଚାରୀ। ଯାହାଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଆମେମାନେ ସ୍ୱଚ୍ଛ ପରିବେଶରେ ଜୀବନ ଅତିବାହିତ କରିପାରୁ। ସକାଳ ୬ରୁ ରାତି ୧୦ ଏମାନେ ଖଟିଥାନ୍ତି। ଏମାନଙ୍କ ପାଖରେ ଦିନ ରାତି ସବୁ ସମାନ । ତେବେ ଏହି ପରିପେକ୍ଷୀରେ ସୋରଡା ଅଞ୍ଚଳର ସମସ୍ତ ଗଳି କନ୍ଦି ବୁଲି ସଫା ସୁତୁରା ରଖିବାରେ ମଧ୍ୟ ଏମାନଙ୍କର ରହିଛି ମୁଖ୍ୟ ଭୂମିକା । ଆଉ ଏହି ଏନଏସିର ସଫେଇ କର୍ମଚାରୀଙ୍କ ପାଇଁ ସରକାର ନେଇଛନ୍ତି ଏକ ନିଆରା ପଦକ୍ଷପ ।

ଆଜ୍ଞା ହଁ ଏମାନଙ୍କ ପାଖରେ ଭଲ ଟିକେ ଖାଇବାକୁ କି ରାନ୍ଧିବାକୁ ସମୟ ନଥାଏ । ଘରେ ଯେତେ ଦୁଃଖ କଷ୍ଟ ଥିଲେ ମଧ୍ୟ ଲୋକମାନଙ୍କ ସେବା କରିବା ପାଇଁ ପ୍ରତିଦିନ ଛୁଟି ଆସନ୍ତି ରାସ୍ତାକୁ । ଏମାନଙ୍କ ଅହରହ ସେବା ଯୋଗୁ ଆଜି ସୋରଡା ଏନଏସି ଓଡିଶା ତଥା ସାରା ଭାରତରେ ସୁନାମ ଅର୍ଜନ କରିଛି । ବାହାର ଜିଲ୍ଲା ତଥା ସହର ରୁ ଯେଉଁ ପର୍ଯ୍ୟଟକ ଏହି ଅଞ୍ଚଳକୁ ଆସନ୍ତି ସେମାନେ ସୋରଡା ଏନଏସି ର ସ୍ୱଚ୍ଛତା ଦେଖି ପ୍ରଶଂସା କରନ୍ତି । ଏହି ସଫେଇ କର୍ମଚାରୀ ମାନଙ୍କ ଯୋଗୁ ସୋରଡା ସହର ସ୍ୱଚ୍ଛତା ରେ ବହୁ ପାଦ ଆଗରେ ରହିଛି ।

khadya

ଏହି କର୍ମଚାରୀ ମାନଙ୍କ ଅହରହ ସେବାକୁ ନଜରରେ ରଖି ଓଡିଶା ସରକାର ଏମାନଙ୍କ ପାଇଁ ପ୍ରତେକ ମାସରେ ବଡଖାନାର ବ୍ୟବସ୍ଥା କରିଛନ୍ତି । ମାସର ଗୋଟିଏ ଦିନ ସେମାନଙ୍କୁ ଟେବୁଲ ଚେୟାରରେ ବସାଇ ବିଭିନ୍ନ ସୁଆଦିଆ ଖାଦ୍ୟ ମନଭରି ଖାଇବାକୁ ଦିଆଯିବ।  ଏନଏସିର ଅଧକ୍ଷ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ସମସ୍ତ କର୍ମଚାରୀମାନେ ମିଶି ଏହି ସଫେଇ କର୍ମଚାରୀଙ୍କୁ ବସାଇ ଖାଦ୍ୟ ପରଷିଥିଲେ । ଏହି ବଡଖାନାରେ ବିଭିନ୍ନ କିସମର ଖାଦ୍ୟ ରୋଷେଇ ହୋଇ ଖାଇବାକୁ ଦିଆଯାଉଛି । ଯାହା ଫଳରେ ପେଟଭରି ଭୋଜନ ଖାଇ ସଫେଇ କର୍ମଚାରୀ ମାନେ ବି ଖୁସୀ ବ୍ୟକ୍ତ କରିଛନ୍ତି ।

କଥାରେ ଅଛି ଖୁସୀ ବାଣ୍ଟିଲେ ବଢେ। ଯଦି କାହାକୁ କେଉଁ ପଟେ ଖୁସି ଦେଇପାରିବା ତାଠାରୁ ବଡ କିଛି ପୁଣ୍ଯ ନାହିଁ । ତେବେ ଓଡିଶା ସରକାରଙ୍କ ଏଭଳି ଏକ ନିଆରା ପଦକ୍ଷପ ସବୁଠି ପ୍ରଶଂସାର ପାତ୍ର ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.