Below header

ଲ୍ୟାଣ୍ଡଲାଇନ୍‌ ନମ୍ବର ବ୍ୟବହାର କରି ମଧ୍ୟ ଖୋଲିପାରିବେ WhatsApp, ଜାଣନ୍ତୁ ସହଜ ଉପାୟ

ମେସେଜିଂ ଆପ୍‌ କହିଲେ ହ୍ଵାଟ୍ସ ଆପ୍‌କୁ ବୁଝାଏ। କାରଣ ବର୍ତ୍ତମାନ ପୃଥିବୀର ୭୦ ପ୍ରତିଶତ ଲୋକ ହ୍ଵାଟ୍ସ ଆପ୍‌ ବ୍ୟବହାର କରୁଛନ୍ତି। ଏହି ଆପ୍‌ ଖୁବ୍‌ ସହଜରେ ତଥା ମାଗଣାରେ ଅପରେଟ୍‌ ହୋଇପାରୁଥିବାରୁ ଲୋକମାନେ ଏହାକୁ ବ୍ୟବହାର କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।

whatsapp

ତେବେ ଏହି ଆପ୍‌କୁ ବ୍ୟବହାର କରିବାକୁ କେତେକ ସ୍ୱତନ୍ତ୍ର ନିୟମ ରହିଛି। ଯଥା: ହ୍ଵାଟ୍ସ ଆପ୍‌ ସପୋର୍ଟ କରୁଥିବା ଡିଭାଇସ୍‌, ଇଣ୍ଟରନେଟ୍‌ ଓ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋବାଇଲ ନମ୍ବର। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ ଲ୍ୟାଣ୍ଡଲାଇନ୍‌ ନମ୍ବର ବ୍ୟବହାର କରି ମଧ୍ୟ ହ୍ଵାଟ୍ସ ଆପ୍‌ ବ୍ୟବହାର କରିପାରିବେ। ତେବେ ଆସନ୍ତୁ ଜାଣିବା ଲ୍ୟାଣ୍ଡଲାଇନ୍‌ ନମ୍ବରକୁ ହ୍ଵାଟ୍ସ ଆପ୍‌ରେ ବ୍ୟବହାର କରିବେ କିପରି…

whatsapp

  • ହ୍ଵାଟ୍ସ ଆପ୍‌ରେ ଏସ୍‌ଏମ୍‌ଏସ୍‌ କିମ୍ବା କଲିଂ ମାଧ୍ୟମରେ ଭେରିଫିକେସନ୍‌ ହୋଇଥାଏ। ଏଣୁ ଯେହେତୁ ଆପଣ ଲ୍ୟାଣ୍ଡ ଲାଇନ୍‌ ନମ୍ବର ଚୟନ କରିଛନ୍ତି ତେଣୁ ‘କଲ ମି’ ବିକଳ୍ପକୁ ଚୟନ କରନ୍ତୁ।
  • ଏହି ବିକଳ୍ପ ଚୟନ କରିବା ପରେ ଆପଣଙ୍କୁ କମ୍ପାନୀ ତରଫରୁ କଲ ମାଧ୍ୟମରେ କୋଡ୍‌ କୁହାଯିବ।
  • ଏହି ଛଅ ଅଙ୍କ ବିଶିଷ୍ଟ ନମ୍ବରକୁ ଆପଣ ଫୋନ୍‌ରେ ଦେବା ପରେ ଫୋନ୍‌ରେ ହ୍ଵାଟ୍ସ ଆପ୍‌ ଆକାଉଣ୍ଟ ଖୋଲିଯିବ।
  • ଏଥିରେ ଆପଣ ନିଜ ପ୍ରୋଫାଇଲ ଫଟୋ ଓ ନାମ ସେଟ୍‌ କରି ବ୍ୟବହାର କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.