ଆଉ ଏକ ନିର୍ଭୟା ମାମଲା : ପୁରୁଷ ବନ୍ଧୁଙ୍କ ସାମ୍ନାରେ ଚଳନ୍ତା ଗାଡିରେ ଯୁବତୀଙ୍କୁ କଲେ ଦୁଷ୍କର୍ମ

ଆପଣ ସବୁଦିନ ଖବରକାଗଜ ହେଉ ଅବା ଟିଭି ସବୁଦିନ ଦୁଷ୍କର୍ମ ଘଟଣା ବିଷୟରେ ନିଶ୍ଚିତ ଖବର ଦେଖୁଥିବେ। ଦିନକୁ ଦିନ ଏହି ଘଟଣାରେ ବଢିବାରେ ଲାଗିଛି। କେଉଁଠି ନାବାଳିକାକୁ ନିଶା ଖୁଆଇ ଦୁଷ୍କର୍ମ କରାଯାଉଛି ତ କେଉଁଠି ଅପହରଣ କରି ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଉଛି । ଏଥିପାଇଁ ଯେତେ କଡା ଆଇନ ଆସିଲେ ମଧ୍ୟ ଏହି ଅପରାଧ କମିବାର ନାଁ ଧରୁନାହିଁ। ନିର୍ଭୟା କେସ୍‌ରେ ଏପର୍ଯ୍ୟନତ ଦୋଶୀକୁ ଦଣ୍ଡ ମିଳିପାରୁନଥିବା ବେଳେ ପୁଣି ଏକ ନିର୍ଭୟା ମାମଲା ସାମ୍ନାକୁ ଆସିଛି। ନିକଟରେ ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଚଳନ୍ତା ଗାଡିରେ ଦୁଷ୍କର୍ମ କରିଥିବାର ଖବର ମିଳିଛି।

rape 1

ଏପରି ଏକ ଲଜ୍ଜ୍ୟାଜନକ ଘଟଣା ଉଦୟପୁର ସ୍ଥିତ ଗୋବର୍ଦ୍ଧନ ବିଳାସ ଥାନା ଅଞ୍ଚଳରେ ଘଟିଛି । ମିଳିଥିବା ଖବର ଅନୁସାରେ ବନ୍ଧୁକ ଦେଖାଇ ୨୪ ବର୍ଷୟା ଯୁବତୀ ଜଣକୁ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଏକ ହୋଟେଲ୍ରୁ ଅପହରଣ କରି ନେଇଥିଲେ । ଏହାପରେ ଅଭିଯୁକ୍ତମାନେ ଉଦୟପୁର ସହରର ଆଖପାଖ ଅଞ୍ଚଳରେ ଦୁହିଁଙ୍କୁ କାର୍ରେ ଧରି ଘୂରିବା ସହିତ ଚଳନ୍ତା କାର୍ରେ ଯୁବତୀ ଜଣଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଏ ପର୍ଯ୍ୟନ୍ତ ଏହି ଦୁଷ୍କର୍ମ କାଣ୍ଡରେ କେତେଜଣ ରହିଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ ।

ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ୍ ଏହି ମାମଲା ସହ ଜଡିତ କିଛି ଯୁବକଙ୍କୁ ଅଟକ ରଖିଛି । ପୀଡ଼ିତା ଜଣକ ଉତ୍ତରପ୍ରଦେଶର ହୋଇଥିବାବେଳେ ସେ କିଛି ମାସ ଧରି ଉଦୟପୁରଠାରେ ଇଭେଣ୍ଟ ମ୍ୟାନେଜମେଣ୍ଟର କାର୍ଯ୍ୟ କରୁଥିଲେ । ପୋଲିସ୍ ଯୁବତୀଙ୍କର ଚିକିତ୍ସା ପାଇଁ ତାଙ୍କ ମହିଳା ହସ୍ପିଟାଲ୍ରେ ଭର୍ତ୍ତି କରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.