କରୋନା ଭାଇରସକୁ ଡରିଲେ ଦୀପିକା, କରି ବସିଲେ କିଛି ଏମିତି କାମ

ବିଶ୍ୱ ବ୍ୟାପି କରୋନା ଭାଇରସକୁ ନେଇ ଲୋକଙ୍କ ଡର ଦିନ କୁ ଦିନ ତୀବ୍ର ହେବାରେ ଲାଗିଛି । ଏଥିରୁ ବା ବଲିଉଡ କଳାକାର ମାନେ ବାଦ ପଡନ୍ତେ କିପରି । ଏହି ଡର ବଲିଉଡ କଳାକାର ମାନଙ୍କୁ ବି ନିଜ ଅକ୍ତିଆରକୁ ନେଇ ଗଲାଣି । କିଛି ଦିନ ପୂର୍ବେ ରଣବୀର କାପୁରଙ୍କୁ ଏକ ଏୟାର ପୋର୍ଟରେ ମାସ୍କ ଲଗାଇ ବୁଲୁଥିବା ସମୟରେ ସ୍ପଟ କରାଯାଇଥିଲା । ଅନ୍ୟ ପକ୍ଷରେ ବଲିଉଡର ଅନ୍ୟତମ ନାମୀ ଅଭିନେତ୍ରୀ ଦୀପିକା ପାଦୁକୋନ ବି ଏହି ଡରରେ ନିଜ ବିଦେଶ ଗସ୍ତକୁ ବାତିଲ କରିଦେଇଛନ୍ତି । ଏବାବଦରେ ସୂଚନା ଦୀପିକାଙ୍କ ମ୍ୟାନେଜର ହିଁ ମିଡ଼ିଆ ସାମ୍ନାରେ ଦେଇଛନ୍ତି ।

deepika

ମିଳିଥିବା ସୂଚନା ଅନୁଯାୟୀ କରୋନା ଭାଇରସ ସଂକ୍ରମଣକୁ ଧ୍ୟାନରେ ରଖି ହିଁ ପ୍ୟାରିସରେ ଚାଲିଥିବା ‘ପ୍ୟାରିସ ଫ୍ୟାସନ ଵିକ’ରେ ଭାଗ ନେବାର ଯୋଜନାକୁ ବାତିଲ କରି ଦେଇଛନ୍ତି । ଏହି ଅଭିନେତ୍ରୀଙ୍କୁ ଲକଜରୀ ଫ୍ୟାସନ ହାଉସ ‘ଲୁଇ ବିଟନ’ ପ୍ୟାରିସ ଠାରେ ଚାଲିଥିବା ଏହି ଫ୍ୟାସନ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଆସିଥିଲା ।

deepika

ଦୀପିକା ସେଠାକୁ ଯିବାକୁ ପ୍ରଥମେ ହଁ ଭରିଥିବା ବେଳେ ଫ୍ରାନ୍ସ ବ୍ୟାପିଥିବା କରୋନା ଭାଇରସ ଭୟରେ ହିଁ ଦୀପିକା ନିଜ ଏହି ଗସ୍ତକୁ ବାତିଲ କରିଥିବା ଜଣାଯାଇଛି । କହି ରଖିବା ଉଚିତକି ଦୀପିକା ଓ ସ୍ୱାମୀ ରଣବୀର ସିଂହ ପୂର୍ବତନ କ୍ରିକେଟର କପିଳ ଦେବଙ୍କ ବାୟୋପିକ ‘୮୩’ରେ ଏକାଠି ଅଭିନୟ କରୁଥିବାର ନଜର ଆସିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.