ଗୁଗଲରେ ସର୍ଚ୍ଚ କରୁଛନ୍ତି କି କଷ୍ଟମର କେୟାର ନମ୍ବର, ତେବେ ସାବଧାନ ! ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ

କଣ ଆପଣ ମଧ୍ୟ କୌଣସି କମ୍ପାନୀର କଷ୍ଟମର କେୟାର ନମ୍ବର ଖୋଜିବା ପାଇଁ ଗୁଗଲ ସର୍ଚ୍ଚ ପ୍ରୟୋଗ କରୁଛନ୍ତି କି ତେବେ ଏହା ଆପଣଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇପାରେ। ଇଣ୍ଟରନେଟ ଜରିଆରେ ହେଉଥିବା ଫ୍ରଡ ବିଷୟରେ ଆମେ ସବୁଦିନ ଶୁଣିଆସିଛନ୍ତି କିନ୍ତୁ ଏହା ବିଲକୁଲ ନୂଆ ଉପାୟ। ନିକଟରେ ଏକ ଘଟଣାରେ ଜଣେ ମହିଳାଙ୍କ ଖାତାରୁ ୯୫ ହଜାର ଟଙ୍କା କଟିଯାଇଛି। ମହିଳା ଜଣଙ୍କ ଗୁୁଗଲରେ ସ୍ୱିଗିର କଷ୍ଟମର କେୟାର ନମ୍ବର ସର୍ଚ୍ଚ କରୁଥିଲେ କିନ୍ତୁ ଗୁଗଲ ସର୍ଚ୍ଚରେ ଥିବା ସେହି ନମ୍ବର ନକଲି ଥିଲା। ମହିଳା ଯେତେବେଳେ ସେହି ନମ୍ବରରେ କଲ୍‌ କଲେ ତେବେ ସେହି କଲ୍‌ ହ୍ୟାକର୍ସଙ୍କ ସହିତ କନେକ୍ଟ ହୋଇଗଲା। ଆପଣଙ୍କ ସାଥିରେ ମଧ୍ୟ ଏମିତି ନହେଉ ଏଥିପାଇଁ ଆପଣ ସାବଧାନରେ ରହିବା ଜରୁରୀ।

କେମିତି ହୋଇଥାଏ ଏହି ମାମଲା ସଫଳ

fraudହ୍ୟାକର୍ସ ଗୁୁଗଲ ଦ୍ୱାରା ଥିବା ସୁବିଧାର ଫାଇଦା ଉଠାଇଥାନ୍ତି। ଗୁଗଲ ମ୍ୟାପ୍‌ ଏବଂ ଗୁୁଗଲ ସର୍ଚ୍ଚରେ ୟୁଜର୍ସଙ୍କୁ ତାଙ୍କ କଣ୍ଟାକ୍ଟ ନମ୍ବର ଏବଂ ଆଡ୍ରେସକୁ ଏଡିଟ୍‌ କରିବାର ସୁବିଧା ମିଳିଥାଏ ଏହାର ଫାଇଦା ହ୍ୟାକର୍ସ ଉଠାଇଥାନ୍ତି। ହ୍ୟାକର୍ସ ଅଧିକ ସର୍ଚ୍ଚ ହେଉଥିବା ୱେବସାଇଟ୍‌ ସ୍ୱିଗୀ, ଜୋମାଟୋ, ପେଟିଏମ କିମ୍ବା ବ୍ୟାଙ୍କ ଆଦିର ଭୁଲ ନମ୍ବର ଦେଇଥାନ୍ତି। ଯେତେବେଳେ କୌଣସି ବ୍ୟକ୍ତି ଏହି ନମ୍ବରରେ ଫୋନ କରିଥାନ୍ତି ତେବେ ସେ ବିଲକୁଲ ପ୍ରୋଫେସନାଲ ଢ଼ଙ୍ଗରେ କଥା ହୋଇଥାନ୍ତି। ଏହି ସମୟରେ ସେ ବ୍ୟକ୍ତିଙ୍କୁ ତାଙ୍କ ପର୍ସନାଲ ଏବଂ ବ୍ୟାଙ୍କର ଡିଟେଲ ନେବା ପାଇଁ ଚେଷ୍ଟା କରିଥାନ୍ତି।

ଏହାସହ ପଢନ୍ତୁ : ନୋ କାର୍ଡ, ନୋ କ୍ୟାସ୍‌ ! କେବଳ ଆପଣଙ୍କ ହାତକୁ ସ୍କାନ କରି ଆମାଜନରେ କରିପାରିବେ ପେମେଣ୍ଟ

ଆପ୍‌ ଡାଉନଲୋଡ୍‌ କରିବା ପାଇଁ କହିଥାନ୍ତି

hackerଏହି ହ୍ୟାକର୍ସ ୟୁଜରଙ୍କୁ ଏକ ଆପ୍‌ ଡାଉନଲୋଡ୍‌ କରିବା ପାଇଁ କହିଥାନ୍ତି। ଏହି ଆପ୍‌ ସାହାଯ୍ୟରେ ହ୍ୟାକର୍ସ ୟୁଜରଙ୍କ ପୂରା ଆକସେସ୍‌ ପାଇଯାଇଥାଏ। ଡିଭାଇସରେ ଆକସେସ୍‌ ପାଇବା ପରେ ହ୍ୟାକର୍ସ ୟୁଜରଙ୍କ ସହିତ କଥା ହେଉଥିବା ସମୟର ସବୁ ଆକ୍ଟିଭିଟିକୁ ବି ରେକର୍ଡ କରିନେଇଥାଏ। ଏହାସହିତ ଏହି ଠକ ୟୁପିଆଇ ସ୍କାମକୁ ମଧ୍ୟ ନେଇଯାଉଛନ୍ତି। ୟୁପିଆଇ ଆପ ଜରିଆରେ ୟୁଜର୍ସଙ୍କୁ ‘ମନି ରିକ୍ୱେଷ୍ଟ’ ପଠାଇ ଠକାଇବା ପାଇଁ ଚେଷ୍ଟା କରିପାରନ୍ତି।

ରକ୍ଷା ପାଇବାର ଉପାୟ

ଗୁଗଲ ସର୍ଚ୍ଚ ଦ୍ୱାରା ହ୍ୟାକିଂ ଠାରୁ ରକ୍ଷା ପାଇବା ପାଇଁ ଗୁଗଲରେ ଥିବା କଷ୍ଟମର ନମ୍ବର ଏବଂ ଆଡ୍ରେସ ଉପରେ ଆଖି ବନ୍ଦ କରି ଭରଷା କରନ୍ତୁ ନାହିଁ। ଆପଣଙ୍କ ଭଲ ହେବ ଯଦି ଆପଣ ବ୍ୟାକିଂ କିମ୍ବା ଅନ୍ୟ ଅନଲାଇନ କାମ କମ୍ପାନୀର ଅଫିସିଆଲ ୱେବସାଇଟରେ କରନ୍ତୁ।