ଘରେ ଆଧାର କାର୍ଡ ଭୁଲିଯାଇଥିଲେ କରନ୍ତୁ ନାହିଁ ଚିନ୍ତା, ଆବଶ୍ୟକତା ସମୟରେ ଏମିତି କରନ୍ତୁ ନିଜର ସମସ୍ତ କାମ

ଆଧାର କାର୍ଡ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ କାଗଜପତ୍ର ହୋଇଥାଏ। ଏହା କେବଳ ଏକ କାଗଜପତ୍ର ନୁହେଁ ବରଂ ପ୍ରମାଣପତ୍ର ମଧ୍ୟ ହୋଇଥାଏ। କୌଣସି ବି ଅର୍ଥ ଲେଣଦେଣ ଏବଂ ସକରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର ବହୁତ ଆବଶ୍ୟକ ଅଟେ। କିନ୍ତୁ କେତେକ ଥର ଏମିତି ହୋଇଛି ଆମେ ଘରେ ଆଧାରକାର୍ଡ ଭୁଲିଯାଆନ୍ତି କିମ୍ବା ହଜିଯିବା ଭୟରେ ସବୁବେଳେ କାର୍ଡକୁ ଆମେ ଆମ ସାଥିରେ ରଖିଥାନ୍ତି। ଏମିତିରେ ଆଧାର କାର୍ଡ ଜାରୀ କରୁଥିବା ସଂସ୍ଥା ଭାରତୀୟ ବିଶିଷ୍ଟ ପ୍ରମାଣ ପ୍ରାଧିକରଣ (UIDAI) ଲୋକଙ୍କୁ ଏକ ଖାସ ସୁବିଧା ଦେଉଛି। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଯଦି ଆପଣଙ୍କ ଫୋନରେ ମୋବାଇଲ ଆଧାର ଅଛି ତେବେ ଆପଣଙ୍କର କୌଣସି କାମ ଅଟକି ରହିବନାହିଁ। ମୋବାଇଲ ଅଧାର ୟୁଆଇଡିଆଇ ଦ୍ବାରା ପ୍ରସ୍ତୁତ କରାଯାଇଛି, ଯାହା ଆପଣଙ୍କର ଅନେକ କାମରେ ଆସିପାରେ।

adharrମୋବାଇଲ ଆଧାର ଜରୀଆରେ ଗ୍ରାହକ ସ୍ମାର୍ଟଫୋନରେ ଅଧାରରେ ଜଡିତ ସମସ୍ତ ସୂଚନା ରଖିପାରିବେ। ଆବଶ୍ୟକ ବେଳେ ଏହା ଆପଣଙ୍କର କାମରେ ଆସିପାରେ ଏଥିପାଇଁ ଏହା ଗ୍ରାହକଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରେ। ଖାସ କଥା ଏହା ହେଉଛି ଯେ ଏହା ଜରୀଆରେ ଲୋକମାନେ କେବେବି ନିଜର ବାୟୋମେଟ୍ରିକ ଡାଟାକୁ ଲକ୍ କିମ୍ବା ଅନଲକ୍ କରିପାରିବେ। ଏହାଦ୍ବାରା ଗ୍ରାହକଙ୍କର ସୂଚନା ସୁରକ୍ଷିତ ରହିଥାଏ।

ଏତିକି ନୁହେଁ, ଏହାଦ୍ବାରା ଗ୍ରାହକଙ୍କୁ କ୍ୟୁଆର (QR) କୋଡର ମଧ୍ୟ ସୁବିଧା ମିଳିଥାଏ ଏବଂ ଆପଣ ଏକା ସାଥିରେ ତିନି ଜଣ ଲୋକଙ୍କର ଆଧାର କାର୍ଡ ନିଜ ସାଥିରେ ରଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.