ରିୟଲମି ଲଞ୍ଚ୍‌ କଲା ଭାରତର ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ୍‌, ଜାଣନ୍ତୁ କେତେ ଅଛି ଦାମ୍‌

ରିୟଲମି ଭାରତରେ ନିଜର ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନକୁ ଲଞ୍ଚ କରିଛି। ରିୟଲମି, Realme 8 5G ସ୍ମାର୍ଟଫୋନର ନୂଆ ୪ଜିବି ରାମ ଏବଂ ୬୪ଜିବି ଷ୍ଟୋରେଜ ଭେରିୟଣ୍ଟକୁ ଲଞ୍ଚ୍‌ କରିଛି। ଏହାର ଦାମ୍‌ ୧୩,୯୯୯ ଟଙ୍କା ରହିଛି। Realme 8 5Gର ବେସ୍‌ ଭେରିୟଣ୍ଟ ଭାରତରେ ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ। ଏହି ଫୋନର ବିକ୍ରି ଇ-କମର୍ସ ସାଇଟ ଫ୍ଲିପକାର୍ଟ ଏବଂ କମ୍ପାନୀର ଅଫିସିଆଲ ୱେବସାଇଟରେ ହେବ। ଏହାପୂର୍ବରୁ Realme 8 5Gକୁ 4GB ରାମ 128GB ଷ୍ଟୋରେଜ୍‌ ଏବଂ ୮ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜ୍‌ ଭେରିୟଣ୍ଟ ସହ ଲଞ୍ଚ୍‌ କରାଯାଇଛି। ଯାହାର ଦାମ୍‌ ବେସ୍‌ ଭେରିୟଣ୍ଟରେ ୧୦୦୦ ଟଙ୍କା ଅଧିକ ରହିଛି।

ଦାମ୍‌ ଏବଂ ଅଫର୍ସ

Realme 8 5Gର 4GB ରାମ ଏବଂ ଷ୍ଟୋରେଜ୍‌ ଭେରିୟଣ୍ଟର ଦାମ୍‌ ଭାରତରେ ୧୩,୯୯୯ ଟଙ୍କା ରହିଛି। ସେହିଭଳି Realme 8 5Gର 4GB ରାମ ଏବଂ 128GB ଷ୍ଟୋରେଜ୍‌ ଭେରିୟଣ୍ଟ ୧୪,୯୯୯ ଟଙ୍କାରେ ଆସିବ। ଏହାବ୍ୟତୀତ ୮ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜ୍‌ ଭେରିୟଣ୍ଟର ଦାମ୍‌ ୧୬,୯୯୯ ଟଙ୍କା ରହିଛି।

ସ୍ପେସିଫିକେସନ୍‌

Realme 8 5Gରେ ୬.୫ ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି। ଯାହାର ରିଜୋଲ୍ୟୁସନ୍‌ 2400/1080 ପିକ୍ସେଲ ରହିଛି। ପ୍ରୋସେସର ଅନୁଯାୟୀ ଫୋନରେ  Dimensity 700 5Gର ବ୍ୟବହାର କରାଯାଇଛି। ଫୋନରେ ଭର୍ଚୁଆଲ ରାମର ସପୋର୍ଟ ମିଳିବ। ଯାହା ସାହାଯ୍ୟରେ 4GB ରାମକୁ 5GB ଏବଂ 8GB ରାମକୁ 11GB ରାମରେ କନଭର୍ଟ କରାଯାଇହେବ। ଏହା ଆଣ୍ଡ୍ରଏଡ ୧୧ ବେସଡ୍‌  Realme UI 2.0 ରେ କାମ କରିବ। Realme 8 5G ସ୍ମାର୍ଟଫୋନର ରିୟର ପ୍ୟାନେଲରେ କ୍ୱାଡ କ୍ୟାମେରା ସେଟଅପ୍‌ ଦିଆଯାଇଛି। ପ୍ରାଇମେରୀ କ୍ୟାମେରା 48MP ପ୍ରାଇମେରୀ କ୍ୟାମେରା ସହିତ  B&W କ୍ୟାମେରା ଏବଂ ଗୋଟିଏ ମାଇକ୍ରୋ ଲେନ୍ସର ସପୋର୍ଟ ମିଳିବ।  ଫୋନ୍‌ ୫ ନାଇଟ ସ୍କେପ ଫିଲ୍ଟର ସହିତ ଆସିବ। ଫ୍ରଣ୍ଟରେ 16MP କ୍ୟାମେରା ଦିଆଯାଇଛି। ଫୋନରେ ସାଇଡ୍‌ ମାଉଣ୍ଟେଡ ଫିଙ୍ଗରପ୍ରିଣ୍ଟ ସ୍କାନର ଦିଆଯାଇଛି। ପାଓ୍ଵାର ବ୍ୟାକଅପ୍‌ ପାଇଁ ଫୋନରେ 5000mAh ବ୍ୟାଟେରୀ ଦିଆଯାଇଛି। ଯାହାକୁ ୧୮ଓ୍ଵାଟ ଫାଷ୍ଟ ଚାର୍ଜର ସାହାଯ୍ୟରେ ଚାର୍ଜ କରାଯାଇହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.