Below header

ପପ -ଅପ ସେଲ୍ଫି କ୍ୟାମେରା ସହ ଭାରତୀୟ ବଜାରରେ ଲଞ୍ଚ ହେଲା Infinix S5 Pro

ହଙ୍ଗ କଙ୍ଗ ସ୍ଥିତ ଏକ ଟେକ କମ୍ପାନୀ ଇନଫିନିକ୍ସ ନିକଟରେ ନିଜ ଏସ୫ ପ୍ର ସ୍ମାର୍ଟଫୋନକୁ ଭାରତୀୟ ବଜାରରେ ଲଂଚ କରିଛି । ୟୁଜର୍ସଙ୍କୁ ଏହି ଫୋନରେ ସେଲ୍ଫି କ୍ୟାମେରା, ଦମଦାର ବ୍ୟାଟେରୀ ସମେତ ମିଡ଼ ରେଞ୍ଜର ପ୍ରୋସେସର ସୁବିଧା ମିଳିପାରିବ । ଏହା ସହ ଏହି ଫୋନରେ ଗେମ ଖେଳାଳିଙ୍କ ପାଇଁ ଦମଦାର ଡିଷ୍ପ୍ଲେ ସୁବିଧା ଦିଆଯାଇଛି । ଏହା ପୂର୍ବରୁ କମ୍ପାନୀ ନିଜ ଏସ ୫ ଲାଇଟ ଓ ନୋଟ ୫ ମିଳନକୁ ସ୍ମାର୍ଟଫୋନ ବଜାରରେ ଲଂଚ କରିଥିଲା । ତେବେ ଆସନ୍ତୁ ଜାଣିବା ଏହି ଫୋନର ବିଶେଷତା ଗୁଡିକ ବିଷୟରେ ।

– କମ୍ପାନୀ ନିଜ ଏହି ଫୋନକୁ ୪ ଯିବି ରାମ ଓ ୬୪ ଷ୍ଟୋରେଜର ଭେରିୟାଣ୍ଟକୁ ୯,୯୯୯ ଟଙ୍କା ରଖିଥିବା ଜଣାଯାଇଛି । ଆସନ୍ତା ମାର୍ଚ୍ଚ ୧୩ ତାରିଖରୁ ହିଁ ଏହାର ବିକ୍ରି ଫ୍ଲିପକ୍ୱାର୍ଟରେ ବିକ୍ରି ଆରମ୍ଭ ହୋଇଯିବ । ଗ୍ରାହକଙ୍କ ପାଇଁ ଏହି ଫୋନର ଫରେଷ୍ଟ ଗ୍ରୀନ ଓ ଭାଓଲେଟ କଲରରେ ଉପଲବ୍ଧ ହେବ ।

infinix

– କମ୍ପାନୀ ତରଫରୁ ଏହି ଫୋନରେ ୬.୫୩ ଇଞ୍ଚ ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେ ସହ ୧୦୮୦ ସ ୨୨୨୦ର ସୁବିଧା ବି ଦିଆଯାଇଛି । ଏହା ସହ ଭଲ ପରଫରମାନ୍ସ ପାଇଁ ମିଡ଼ିଆଟେକ ହିଲିୟ ପି ୩୫ ଏସସି ସମେତ ୪ ଜିବି ରାମର ସପୋର୍ଟ ବି ଦିଆଯାଇଛି । ଏହା ଆଣ୍ଡ୍ରଏଡ଼ ୧୦ ଅପରେଟିଙ୍ଗ ସିଷ୍ଟମରେ କାମ କରିବା ।

– ଇନଫିନିକ୍ସ ତରଫରୁ ଏଥିରେ ଟ୍ରିପଲ ରିୟାର କ୍ୟାମେରା ସେଟ ଅପ ସମେତ ୪୮ ମେଗାପିକ୍ସଲ ପ୍ରାଇମେରୀ ସେନ୍ସର, ୨ ମେଗା ପିକସାଲର ପୋଟ୍ରେଟ ଲେନ୍ସ ଓ ୨ ମେଗା ପିକସାଲର ଲୋ – ଲାଇଟ ଲେନ୍ସ ବି ମହଜୂତ ଅଛି । ଏସବୁ ବାଦ ୟୁଜର୍ସଙ୍କୁ ଏହି ଫୋନରେ ୧୬ ମେଗାପିକସଲର ପପ-ଅପ ସେଲ୍ଫି କ୍ୟାମେରା ସୁବିଧା ବି ମିଳିପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.