Below header

ଜଣାଶୁଣା ଭାରତ-ଆମେରିକା ଡାକ୍ତରଙ୍କ ଚେତାବନୀ, ଉଚିତ ପଦକ୍ଷେପ ନନେଲେ ଭାରତରେ ହେବ କର୍କଟ ରୋଗର ସୁନାମୀ

ଓ୍ଵାଶିଂଟନ: ଠିକ୍‌ ସମୟରେ ଉଚିତ ପଦକ୍ଷେପ ନନେଲେ ଭାରତରେ କର୍କଟ ରୋଗର ସୁନାମୀ ହେବ ବୋଲି ବିଶ୍ୱର ଜଣାଶୁଣା କର୍କଟ ରୋଗ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି । କର୍କଟ ରୋଗ ଏବେ ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଭାରତରେ ଏଥିରେ ଦିନକୁ ୧୩୦୦ ରୋଗୀଙ୍କ ମୃତ୍ୟୁ ହେଉଛି ।ଭାରତରେ ପ୍ରତି ବର୍ଷ ୧୨ ଲକ୍ଷ ନୂଆ କର୍କଟ ରୋଗୀ ସାମ୍‌ନାକୁ ଆସୁଛନ୍ତି ।

ଭାରତର ମୂଳ ବାସିନ୍ଦା ତଥା ଆମେରିକାର ନ୍ୟୁୟର୍କରେ ରହୁଥିବା ଡା ଦତାତ୍ରେୟ ନୋରୀ ଓ ରେଖା ଭଣ୍ଡାରୀ ଦୀର୍ଘ ଦୀନ ଧରି କରିଥିବା ଗବେଷଣାରୁ ଏହି ତଥ୍ୟ ପ୍ରକାଶ କରିଛନ୍ତି । ଏହି ଡାକ୍ତର ଦ୍ୱୟ ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ନୀଲମ ସଂଜୀବ ରେଡ୍ଡୀଙ୍କ କର୍କଟ ରୋଗର ଚିକିତ୍ସା କରିଥିଲେ । ଏହି ଡାକ୍ତର ଦ୍ୱୟଙ୍କ କହିବା କଥା ଯେ ସ୍ୱାସ୍ଥ୍ୟ ସଚେତନତା ଓ ପ୍ରାରମ୍ଭରେ କର୍କଟ ରୋଗକୁ ଜାଣିପାରିବା ଦ୍ୱାରା ଏହି ରୋଗ ଉପରେ ବିଜୟପ୍ରାପ୍ତ କରିହେବ ।

Image result for cancer treatment

ଯଦି ଠିକ୍‌ ସମୟରେ ଉଚିତ୍‌ ପଦକ୍ଷେପ ନିଆ ନ ଯାଏ ତେବେ ୨୦୩୦ ମସିହା ବେଳକୁ ଭାରତରେ ପ୍ରତି ବର୍ଷ ୧୭ ଲକ୍ଷ ନୂଆ କର୍କଟ ରୋଗୀ ସୃଷ୍ଟି ହେବେ ବୋଲି ଚେତାବନୀ ଦିଆଯାଇଛି । ଭାରତରେ ତମ୍ବାକୁ ସେବନ ଏହାର ମୁଖ୍ୟ କାରଣ । କର୍କଟ ରୋଗ ଭାରତୀୟଙ୍କ ସାମାଜିକ ଓ ଆର୍ଥକ ସ୍ଥିତି ଉପରେ ଗମ୍ଭୀର ପ୍ରଭାବ ପକାଉଛି । ତେବେ ଜାତୀୟ କ୍ୟାନ୍‌ସର ପ୍ରୋଗ୍ରାମ ଓ ଆୟୁଷ୍ମାନ ଭାରତ ଭଳି ପ୍ରୋଗ୍ରାମ କର୍କଟ ରୋକିବାରେ ଭଲ ପ୍ରଭାବ ପକାଇବ ବୋଲି ଏହି ଗବେଷଣାରେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.