ଖୁବଶୀଘ୍ର ଜିଓ ଆଣିବାକୁ ଯାଉଛି ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଖୁବଶୀଘ୍ର ଜିଓ ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ ଆଣିବାକୁ ଯାଉଛି । ରିଲାଏନ୍ସ ଜିଓ ଏଥିପାଇଁ ଆମେରିକୀୟ ଚିପମେକର କମ୍ପାନୀ Qualcomm ସହିତ ଏକ ଆଗ୍ରିମେଣ୍ଟ କରିଛି । ଭାରତରେ ଶସ୍ତା 4G ସ୍ମାର୍ଟଫୋନ୍ ପରେ ବର୍ତ୍ତମାନ ଜିଓ ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି ।

ଖୁବଶୀଘ୍ର ଜିଓ ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ ଆଣିବାକୁ ଯାଉଛି । ରିଲାଏନ୍ସ ଜିଓ ଏଥିପାଇଁ ଆମେରିକୀୟ ଚିପମେକର କମ୍ପାନୀ Qualcomm ସହିତ ଏକ ଆଗ୍ରିମେଣ୍ଟ କରିଛି । ଭାରତରେ ଶସ୍ତା 4G ସ୍ମାର୍ଟଫୋନ୍ ପରେ ବର୍ତ୍ତମାନ ଜିଓ ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । ସୂଚନା ଅନୁଯାୟୀ ରିଲାଏନ୍ସ ଜିଓର ଏହି ଆଫର୍ଡେବଲ୍ 5G ସ୍ମାର୍ଟଫୋନ୍ ଅଗଷ୍ଟରେ ଲଞ୍ଚ ହୋଇପାରେ । ରିଲାଏନ୍ସ ଜିଓର ଏହି ଶସ୍ତା 5G ସ୍ମାର୍ଟଫୋନ୍ ବିଷୟରେ ପୂର୍ବରୁ ମଧ୍ୟ ଅନେକ ରିପୋର୍ଟରେ ପ୍ରକାଶ ପାଇଛି । ଏହି ଶସ୍ତା 5G ସ୍ମାର୍ଟଫୋନ୍ ସହିତ, ଜିଓ ସେହି କୋଟି କୋଟି ୟୁଜରଙ୍କୁ ଟାର୍ଗେଟ କରିବ ଯେଉଁମାନେ ଆଜି ପର୍ଯ୍ୟନ୍ତ 2G ଫିଚର ଫୋନ୍ ବ୍ୟବହାର କରୁଛନ୍ତି ।

ମନି କଣ୍ଟ୍ରୋଲ୍ ରିପୋର୍ଟ ଅନୁଯାୟୀ, ଜିଓ ଏହି ଶସ୍ତା 5G ସ୍ମାର୍ଟଫୋନ୍ ପାଇଁ ଆମେରିକୀୟ ଚିପମେକର କମ୍ପାନୀ Qualcomm ସହିତ ଯୋଗାଯୋଗରେ ଅଛି । ନିକଟରେ ଜଣେ କ୍ୱାଲକମ୍ ଅଧିକାରୀ କହିଛନ୍ତି ଯେ ଜିଓର ଏହି ଆଫର୍ଡେବଲ୍ 5G ସ୍ମାର୍ଟଫୋନ୍ ୟୁଜରଙ୍କୁ ନିଜ ଫୋନ 2G ରୁ 5G କୁ ପରିବର୍ତ୍ତନ କରିବା ପାଇଁ ଆକର୍ଷିତ କରିବ । କହି ରଖୁଛୁ ଯେ ନିକଟରେ ରିଲାଏନ୍ସ ଜିଓ ଟେଲିକମ୍ ରେଗୁଲେଟରକୁ 2G ସର୍ଭିସ ବନ୍ଦ କରିବା ପାଇଁ ଅନୁରୋଧ କରିଥିଲେ, ଯାହା ଦ୍ୱାରା 5G ସର୍ଭିସକୁ ଏକ୍ସପାଣ୍ଡ କରିବା ପାଇଁ ଏକ୍ସଟ୍ରା ସ୍ପେକ୍ଟ୍ରମ ମିଳିପାରିବ ।

ଅକ୍ଟୋବର 2022 ରେ ରିଲାଏନ୍ସ ଜିଓ ଏହାର 5G ସର୍ଭିସ ଲଞ୍ଚ କରିଥିଲା । ଜିଓର 5G ସର୍ଭିସ ଷ୍ଟାଣ୍ଡଆଲୋନ ଟେକ୍ନୋଲୋଜି ଉପରେ ଆଧାରିତ । ସେଥିପାଇଁ କମ୍ପାନୀ ଏହାର ନାମ True 5G ରଖିଛି । ଜିଓ ଷ୍ଟାଣ୍ଡଆଲୋନ 5G ନେଟୱାର୍କ ସପୋର୍ଟ କରୁଥିବା ଏକ ଚିପ ପାଇଁ କ୍ୱାଲକମ୍ ସହିତ ସହଭାଗୀ ହୋଇଛି । ଜିଓ ୨୦୧୨ ମସିହାରେ ଅନୁଷ୍ଠିତ ୪୫ ତମ AGM ସମୟରେ ଜିଓ ଏବଂ କ୍ୱାଲକମ ମଧ୍ୟରେ ହୋଇଥିବା ଚୁକ୍ତିନାମା ବିଷୟରେ ଘୋଷଣା କରିଥିଲା ​​। ଜିଓର ଏହି 5G ସ୍ମାର୍ଟଫୋନର ମୂଲ୍ୟ ୯୯ ଡଲାର ଅର୍ଥାତ୍ ପାଖାପାଖି ୮,୦୦୦ ଟଙ୍କା ହୋଇପାରେ ।

ବର୍ତ୍ତମାନର ସବୁଠାରୁ ଶସ୍ତା 5G ସ୍ମାର୍ଟଫୋନ୍ ୯,୯୯୯ ଟଙ୍କା ମୂଲ୍ୟରେ ଆସିଛି । ଜିଓର 4G ସ୍ମାର୍ଟଫୋନ୍ ପରି, ଏହି 5G ସ୍ମାର୍ଟଫୋନ୍ ମଧ୍ୟ ସେହି ୟୁଜରମାନଙ୍କ ପାଇଁ ହେବ ଯେଉଁମାନେ ସ୍ମାର୍ଟଫୋନ୍ ଯୁଗରେ ମଧ୍ୟ ବେସିକ ଫିଚର ଥିବା ଫୋନ୍ ବ୍ୟବହାର କରନ୍ତି । ଜିଓ ୨୦୧୬ ରେ JioPhone 4G ଫିଚରର ଏକ ଫୋନ୍ ଲଞ୍ଚ କରିଥିଲା, ଯାହା ଟାୟାର୍-୨ ଏବଂ ଟାୟାର୍-୩ ସହରରେ ବିପୁଳ ଲୋକପ୍ରିୟତା ହାସଲ କରିଥିଲା ​​। ଜିଓର ଏହି 5G ସ୍ମାର୍ଟଫୋନ୍ ମଧ୍ୟ ସେହି ସହରଗୁଡିକରେ ଲୋକପ୍ରିୟ ହୋଇପାରେ । ଏହି ଫୋନ୍ ଗୁଗୁଲ୍ ଏବଂ ଜିଓ ଦ୍ୱାରା ଡେଭଲପ ହୋଇଥିବା PragatiOS ରେ କାମ କରିପାରିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.