ଘରେ ନାଇଟ୍ କ୍ରିମ୍ କିପରି ତିଆରି କରିବେ ? ଜାଣନ୍ତୁ ଯାହା ସ୍କିନ୍ ପାଇଁ ସବୁଠାରୁ ଭଲ ଏବଂ ତିଆରି କରିବା ବହୁତ ସହଜ
ନାଇଟ୍ କ୍ରିମ୍ ଆମ ସ୍କିନ୍କୁ ଭିତରରୁ ପୋଷଣ ଦେଇଥାଏ । ଏହା ବ୍ୟତୀତ ନାଇଟ୍ କ୍ରିମ୍ ପ୍ରୟୋଗ କରିବାର ଅନେକ ଲାଭ ରହିଛି । ତେବେ ବଜାରରେ ବିଭିନ୍ନ ପ୍ରକାରର ନାଇଟ୍ କ୍ରିମ୍ ମିଳିଥାଏ, କିନ୍ତୁ ଅପଣମାନେ ଜାଣିଛନ୍ତି କି ଘରେ ମଧ୍ୟ ନାଇଟ୍ କ୍ରିମ୍ ତିଆରି କରାଯାଇପାରିବ ।
ନାଇଟ୍ କ୍ରିମ୍ ହେଉଛି ଏକ ଏପରି କ୍ରିମ୍ ଯାହା ଲୋକମାନେ ତାଙ୍କ ସ୍କିନ୍କୁ ଭଲ ରଖିବାକୁ ବ୍ୟବହାର କରିଥାନ୍ତି । ଏହା ଦ୍ୱାରା ଆମ ସ୍କିନ୍ରେ ହେଉଥିବା ସମସ୍ତ ଅସୁବିଧା ଦୂର ହୋଇଥାଏ । ଏହା ବ୍ୟତୀତ ନାଇଟ୍ କ୍ରିମ୍ ମଧ୍ୟ ଦିନସାରା ସ୍କିନ୍କୁ ଭଲ ରଖିଥାଏ । ଏହା ଆମ ଚର୍ମକୁ ଭିତରରୁ ପୋଷଣ ଦେଇଥାଏ । ଏହା ବ୍ୟତୀତ ନାଇଟ୍ କ୍ରିମ୍ ପ୍ରୟୋଗ କରିବାର ଅନେକ ଲାଭ ରହିଛି । ତେବେ ବଜାରରେ ବିଭିନ୍ନ ପ୍ରକାରର ନାଇଟ୍ କ୍ରିମ୍ ମିଳିଥାଏ, କିନ୍ତୁ ଅପଣମାନେ ଜାଣିଛନ୍ତି କି ଘରେ ମଧ୍ୟ ନାଇଟ୍ କ୍ରିମ୍ ତିଆରି କରାଯାଇପାରିବ । ତାହେଲେ ଆସନ୍ତୁ ଜାଣିବା ଯେ କିପରି ଭାବେ ଏହି ନାଇଟ୍ କ୍ରିମ୍ ଘରେ ତିଆରି କରିବେ ।
ଘରେ ନାଇଟ୍ କ୍ରିମ୍ କିପରି ତିଆରି କରିବେ :
ଘରେ ନାଇଟ୍ କ୍ରିମ୍ ତିଆରି କରିବା ପାଇଁ ଆପଣଙ୍କୁ କେବଳ ଆଲୋ ଭେରା ଜେଲ୍, କେଶର୍ ଏବଂ ଭିଟାମିନ୍ E କ୍ୟପ୍ସୁଲ୍ ନେବାକୁ ପଡିବ । ତେବେ ଏକ ଛୋଟ ଡବାରେ ଆଲୋ ଭେରା ଜେଲ୍ ବାହାର କରନ୍ତୁ । ସେଥିରେ କିଛି କେଶର୍ ଏବଂ ନଡିଆ ତେଲ ମିଶାନ୍ତୁ । ଏହାପରେ ସେଥିରେ ଟିକେ ଭିଟାମିନ୍ E ମିଶାନ୍ତୁ । ଏହାପରେ ସବୁକିଛି ଭଲ ଭାବରେ ମିଶାନ୍ତୁ । ତାପରେ କିଛି ଗୋଲାପ ଜଳ ମିଶାନ୍ତୁ । ଏହି ସମସ୍ତ ଜିନିଷକୁ ଭଲ ଭାବେ ମିଶ୍ରଣ କରନ୍ତୁ ଏବଂ ସେହି ଡବାଟିକୁ ବନ୍ଦ କରି ରଖନ୍ତୁ ।
ଏହା ପରେ ଆପଣ ଏହାକୁ କେବଳ ରାତିରେ ଶୋଇବା ପୂର୍ବରୁ ମୁହଁରେ ଲଗାନ୍ତୁ ଏବଂ ହାଲୁକା ହାତରେ ମାଲିସ୍ କରନ୍ତୁ । ଏହା ପରେ କିଛି ସମୟ ପାଇଁ ଏହାକୁ ଭଲ ଭାବେ ଏପରି ଘସନ୍ତୁ । ତାପରେ ଶୋଇବାକୁ ଯାଆନ୍ତୁ । ଏହିପରି ପ୍ରତିଦିନ ରାତିରେ ନାଇଟ୍ କ୍ରିମ୍ ଲଗାଇବା ଦ୍ୱାରା ସ୍କିନ୍ରେ ପିଗମେଣ୍ଟେସନ୍ ସହିତ ଅନେକ ସମସ୍ୟା ଦୂର ହୋଇପାରେ । ଏହା ବ୍ୟତୀତ ତ୍ୱଚାକୁ ଟୋନ୍ କରିବାରେ ସାହାଯ୍ୟ କରିଥାଏ । ଏହି ଉପାୟରେ ଘରେ ନାଇଟ୍ କ୍ରିମ୍ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଦେଖିବେ ଆପଣଙ୍କ ସ୍କିନ୍ ସମସ୍ୟା ଦୂର ହେବ ଏବଂ ଆପଣ ବହୁତ ସୁନ୍ଦର ତ୍ୱଚା ପାଇବେ ।