ଶେଖ ଶାହାଜାହାନଙ୍କ ବିପକ୍ଷରେ TMCର ବଡ କାର୍ଯ୍ୟାନୁଷ୍ଠାନ, ୬ ବର୍ଷ ପାଇଁ ପାର୍ଟିରୁ ବହିଷ୍କୃତ

ଟିଏମସି ନେତା ଶେଖ ଶାହାଜାହାନଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଟିଏମସି । ତାଙ୍କୁ ପାର୍ଟିରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି । ରାଶନ ଘୋଟାଲା ମାମଲାରେ ଇଡି ତାଙ୍କୁ କିଛିଦିନରୁ ଖୋଜୁଥିଲା କିନ୍ତୁ ସେ ଫେରାର ହୋଇଯାଇଥିଲେ ।

ଟିଏମସି ନେତା ଶେଖ ଶାହାଜାହାନଙ୍କୁ ଆଜି ପଶ୍ଚିମବଙ୍ଗ ପୋଲିସ ଗିରଫ କରିଛି । ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା ଆଉ ୧୦ ଦିନ ଯାଏ ପୋଲିସ ରିମାଣ୍ଡକୁ ପଠାଯାଇଛି । ଏବେ ଟିଏମସି ନେତାଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି ଟିଏମସି । ତାଙ୍କୁ ପାର୍ଟିରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି । ରାଶନ ଘୋଟାଲା ମାମଲାରେ ଇଡି ତାଙ୍କୁ କିଛିଦିନରୁ ଖୋଜୁଥିଲା କିନ୍ତୁ ସେ ଫେରାର ହୋଇଯାଇଥିଲେ ।

ଶେଖ ଶାହାଜାହାନ ଉତ୍ତର ୨୪ ପରଗନା ଜିଲ୍ଲାର ସନ୍ଦେଶଖାଲିରୁ ସରବେରିଆ ଅଞ୍ଚଳର ଏକ ଘରୁ ଗିରଫ କରାଯାଇଛି । ଶେଖ ସେଠାରେ କିଛି ସାଥିଙ୍କ ସହିତ ଘରେ ଲୁଚିଥିଲେ । ଗିରଫ କରିବା ପରେ ବଶୀରହାଟ ଅଦାଲତରେ ହାଜର କରାଯାଇଥିଲା । ଶେଖଙ୍କୁ ବହିଷ୍କୃତ କରି ଟିଏମସି ନେତା ଡେରେକ ଓ ବ୍ରାୟନ କହିଛନ୍ତି, କିଛି ପାର୍ଟି କେବଳ କୁହନ୍ତି, କିନ୍ତୁ ଟିଏମସି କହିବା ସହିତ କାର୍ଯ୍ୟାନୁଷ୍ଠାନ ନେଇଥାଏ । ଏଥିପାଇଁ ଶେଖ ଶାହାଜାହାନଙ୍କୁ ୬ ବର୍ଷ ପାଇଁ ପାର୍ଟିରୁ ବହିଷ୍କୃତ କରାଯାଇଛି ।

ପଶ୍ଚିମବଙ୍ଗରେ ସନ୍ଦେଶଖାଲି ମାମଲାକୁ ନେଇ ପ୍ରବଳ ଉତ୍ତେଜନା ଲାଗି ରହିଥିଲା । ଉତ୍ତର ୨୪ ପରଗାନା ଜିଲ୍ଲାର ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ସହ ସେମାନଙ୍କ ଜମି ହଡ଼ପ ହୋଇଥିବା ଅଭିଯୋଗ ହୋଇଆସୁଛି । ଟିଏମସି ନେତା ଶାହାଜାହାନ୍ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି ।

ଶାହାଜାହାନ୍ ଓ ତା’ର କିଛି ସହଯୋଗୀ ସନ୍ଦେଶଖାଲିରେ ନିୟମିତ ମହିଳାମାନଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା । ସେମାନେ ଶାସକ ଦଳର ହୋଇଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଭିଯୋଗ ଆସିଥିଲା । ତେବେ ବାରମ୍ବାର ଅଭିଯୋଗ କରିବା ପରେ ନ୍ୟାୟ ନମିଳିବାରୁ ପୀଡିତା ମହିଳାମାନେ ଶେଷରେ ରାଜରାସ୍ତାକୁ ଓହ୍ଲାଇଥିଲେ । ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.