4G ସହିତ ଜିଓ ଲଞ୍ଚ୍‌ କରିପାରେ ଲାପ୍‌ଟପ୍‌, ଜାଣନ୍ତୁ ପୁରା ଫିଚର୍ସ

ନୂଆଦିଲ୍ଲୀ : ଭାରତରେ 4G ର ଆରମ୍ଭ ରିଲାଏନ୍ସ ଜିଓ କରିଥିଲା । ପରେ ଶସ୍ତା 4G ସ୍ମାର୍ଟ ଫୋନ୍‌ ମଧ୍ୟ ଭାରତ ବଜାରରେ ଜିଓ ଆରମ୍ଭ କରିଏକ ନୂଆ ଅଧ୍ୟାୟ ଆରମ୍ଭ କରିଥିଲା । ଏବେ ଜିଓ ବଜାରରେ 4G ସହିତ ଜିଓ ବୁକ୍‌ ନାମରେ ଶସ୍ତା ଲାପ୍‌ଟପ୍‌ ଲଞ୍ଚ୍‌ କରିବାକୁ ଯାଉଛି । ଜିଓ ବୁକ୍‌ରେ ଫୋର୍କଡ୍‌ ଏଣ୍ଡ୍ରଏଡ୍‌ ରହିବ ଯାହା ଜିଓ OS ନାମରେ ଜଣାଯିବ ।

ଲାପ୍‌ଟପ୍‌ ରେ ସବୁ ଜିଓ ଆପ୍ସର ସପୋର୍ଟ ମିଳିବ । ଏହାଛଡ଼ା ଜିଓ ବୁକ୍‌ରେ 4G ଏଲ୍‌ଟିଇ ସପୋର୍ଟ ମିଳିବ । କୁହାଯାଉଛି ଜିଓ ବୁକ୍‌ ପାଇଁ ରିଲାଏନ୍ସ ଚାଇନିଜ୍‌ କମ୍ପାନୀ ବ୍ଲୁବ୍ୟାଙ୍କ୍‌ କମ୍ୟୁନିକେସନ ଟେକ୍‌ନୋଲୋଜି ସହିତ ସହଭାଗୀ ହୋଇଛି । ଜିଓ ଫୋନ୍‌କୁ ମଧ୍ୟ ଏହି କମ୍ପାନୀ ତିଆରି କରିଛି । ରିପୋର୍ଟ ମୁତାବକ ଜିଓ ବୁକ୍‌ ର ଲଞ୍ଚିଂ ୨୦୨୧ ମଧ୍ୟଭାଗରେ ହୋଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି ।

ରିପୋର୍ଟ ଅନୁଯାୟୀ ଏହି ଲାପ୍‌ଟପ୍‌ରେ ଓ୍ଵିଣ୍ଡଜ୍‌ ମିଳିବ ନାହିଁ । ଫିଚର୍ସ କଥା କହିବାକୁ ଗଲେ ଜିଓ ବୁକରେ ୧୩୬୬ X ୭୬୮ ପିକ୍ସଲ ରିଜୋଲୁସନ ର ଡିସ୍‌ପ୍ଲେ ମିଳିବ । ଏହାଛଡ଼ା ଏଥିରେ ସ୍ନେପ୍‌ଡ୍ରେଗନ୍‌ ୬୬୫ ପ୍ରୋସେସର ମିଳିବ ଯାହା ସହିତ X 124G ମୋଡମ୍‌ ର ସପୋର୍ଟ ମିଳିବ । ଏଥିରେ2GB LPDDR4X ର‍୍ୟାମ୍‌ ସହିତ 32GB ଷ୍ଟୋରେଜ୍‌ ମିଳିବ ।

ଏହାଛଡ଼ା ଆଉ ଏକ ମଡେଲ୍‌ ଆସିପାରେ ଯାହାର 4GB ର‍୍ୟାମ୍‌ ସହିତ 64 GB ର ଷ୍ଟୋରେଜ୍‌ ମିଳିବ । ଏହାସହ ଡୁଆଲ୍‌ ବ୍ୟାଣ୍ଡ ଓ୍ଵାଇଫାଇ, ବ୍ଲୁ ଟୁଥ ଏବଂ ଜିଓ ଷ୍ଟୋର, ଜିଓ ମିଟ୍‌ ଏବଂ ଜିଓ ପେଜସ୍‌ ଭଳି ଏପ୍ସ ପ୍ରି-ଇନ୍‌ଷ୍ଟାଲ୍‌ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.