ମାର୍କେଟରେ ଖୁବ୍ ଶୀଘ୍ର ଲଞ୍ଚ ହେବ Jio ର ପ୍ରଥମ ସ୍ମାର୍ଟଫୋନ୍, ୯ ହଜାର ଟଙ୍କା ଫୋନରେ ରହିଛି ଦମଦାର ଫିଚର୍

ମାର୍କେଟରେ ଭଲ ଫିଚର୍ ସହିତ ଲଞ୍ଚ ହେବାକୁ ଯାଉଛି ଜିଓର 5G ଆଣ୍ଡ୍ରଏଡ ସ୍ମାର୍ଟ ଫୋନ୍। ଯାହାର ମୂଲ୍ୟ ରହିଛି ୯୦୦୦ ଟଙ୍କା। ତେବେ ଆପଣ ଯଦି ଜିଓ ଫୋନ୍ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଫୋନ୍ କିଣିପାରିବେ କାରଣ ଏହାର ଦମଦାର ଫିଚର୍ ରହିଛି। ଏହା ମାର୍କେଟରେ 5G କଷ୍ଟମ୍ ଆଣ୍ଡ୍ରଏଡ୍ ଭର୍ସନ୍ ସହିତ ଆସିବ।

ରିପୋର୍ଟ ଅନୁଯାୟୀ କୁହାଯାଉଛି ଯେ ଜିଓ ଫୋନ୍ 5G ସହିତ ପଞ୍ଚହୋଲ୍ ଡିଜାଇନ୍ ଡିସପ୍ଲେ ସହିତ ଏହା ଉପଲବ୍ଧ ହେବ। ଜିଓ ପ୍ରଥମରୁ ଶସ୍ତା ଡାଟା ଏବଂ ଶସ୍ତା 4G ପ୍ରଦାନ କରିଆସିଛି। ବର୍ତ୍ତମାନ କମ୍ପାନୀ କହିଛି ଯେ 5G ସ୍ମାର୍ଟଫୋନ୍ ମାର୍କେଟରେ ଲଞ୍ଚ କରିବ । ଜିଓ ଫୋନ୍ 5G ର ଲିକ୍ ରିପୋର୍ଟ ଅନୁଯାୟୀ ଜିଓ ଫୋନ୍ 5G ର ଭଲ ଫିଚର୍ ରହିଛି।

ତେବେ ଏହି ଫୋନର ମୂଲ୍ୟ ୯,୦୦୦ ରୁ ୧୨,୦୦୦ ମଧ୍ୟରେ ରହିବ। ଫୋନର ପ୍ରୋସେସର ସ୍ନାପଡ୍ରାଗନ୍ ୪୮୦ ରହିବ।  ଫୋନରେ ୩୨ ଜିବି ଷ୍ଟୋରେଜ୍ ରହିଛି। ଏହା ବ୍ୟତୀତ, ଜିଓ ଫୋନ୍ 5G re 4G RAM ଏବଂ 32 GB ଷ୍ଟୋରେଜ୍ ଆପଣ ପାଇପାରିବେ । ଏହାର ଡିସପ୍ଲେ ରହିଛି ୬.୫ ଇଞ୍ଚ। ଯାହାର LCD ଓ HD ପ୍ଲସ ମଧ୍ୟ ରହିଛି। ଏହି ଫୋନ୍ ଆଣ୍ଡ୍ରଏଡ୍ ୧୧ ସହିତ ମାର୍କେଟରେ ଉପଲବ୍ଧ ହେବ। ଏହି ଫୋନର ସମସ୍ତ ଜିଓ ଆପ ର ପ୍ରି-ଇନଷ୍ଟଲ୍ ମିଳିବ।

 

ଫୋନରେ ଡୁଆଲ୍ ରିୟର କ୍ୟାମେରା ରହିଛି । ଜିଓର ପ୍ରଥମ 5G ଫୋନରେ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଉପଲବ୍ଧ ହେବ ଯେଉଁଥିରେ ପ୍ରାଇମେରୀ ଲେନ୍ସ ୧୩ ମେଗାପିକ୍ସେଲ ଏବଂ ଦ୍ୱିତୀୟ ଲେନ୍ସ ୨ ମେଗାପିକ୍ସେଲର ରହିଛି। ଆଗ କ୍ୟାମେରା ୮ ମେଗାପିକ୍ସେଲ ସେଲଫି କ୍ୟାମେରା ରହିବ । ଜିଓ ଫୋନ୍ 5G ରେ 5000mAh ବ୍ୟାଟେରୀ ପାୱାର ରହିଛି। ଏହା ସହିତ 18W ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ମିଳିବ। ଫୋନ୍ ସାଇଡରେ ମାଉଣ୍ଟେଡ ଫିଙ୍ଗର ପ୍ରିଣ୍ଟ ସେନସର ମଧ୍ୟ ମିଳିବ। ତେବେ ଆପଣ ଏହାକୁ କିଣି ପାରିବେ । ଏହା ଜିଓର ପ୍ରଥମ ସ୍ମାର୍ଟ ଫୋନ୍ ହେବାକୁ ଯାଉଛି। ଏହା କେବେ ଲଞ୍ଚ ହେବ ସେହି ବିଷୟରେ କିଛି ଜଣାପଡିନାହିଁ ।