Below header

ଗ୍ରାହକଙ୍କୁ ଝଟ୍‌କା! ମହଙ୍ଗା ହେଲା Jio ରିଚାର୍ଜ ପ୍ଲାନ, ୧ ଡିସେମ୍ବରରୁ ହେବ ଲାଗୁ; ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ସାଧାରଣ ଲୋକଙ୍କୁ ଝଟକା ! ଖାଦ୍ୟ ସାମଗ୍ରୀ ସହିତ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଥି ସହିତ, ଫୋନରେ କଥା ହେବା ଏବଂ ଇଣ୍ଟରନେଟ୍ ଚଳାଇବା ମଧ୍ୟ ମହଙ୍ଗା ପଡିଛି । ବର୍ତ୍ତମାନ ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କର ରିଚାର୍ଜ ପ୍ଲାନ ଗୁଡିକ ମଧ୍ୟ ମହଙ୍ଗା କରିଛନ୍ତି । ପ୍ରଥମେ ଏୟାରଟେଲ ଏହାର ପ୍ରିପେଡ୍ ରିଚାର୍ଜ ପ୍ଲାନକୁ ମହଙ୍ଗା କଲା, ତା’ପରେ ଭୋଡାଫୋନ୍-ଆଇଡିଆ ସମସ୍ତ ରିଚାର୍ଜ ଯୋଜନାକୁ ମହଙ୍ଗା କରିଥିବା ବେଳେ ଏବେ ରିଲାଏନ୍ସ ଜିଓ ମଧ୍ୟ ଏହି ଲିଷ୍ଟରେ ସାମିଲ ହୋଇଛି । ରିଲାଏନ୍ସ ଜିଓ ଏହାର ପ୍ଲାନରେ ବୃଦ୍ଧି କରିବାକୁ ଯାଉଛି । ଜିଓ ଏହାର କିଛି ବିଶେଷ ପ୍ଲାନର ଦାମ ବଢ଼ାଇବାକୁ ଯାଉଛି ।ଯେଉଁଥିରେ ପ୍ଲାନରେ ୪୮୦ ଟଙ୍କା ପର୍ଯ୍ୟନ୍ତ ଦାମ ବଢ଼ାଇବାକୁ ଯାଉଛି । ଏହି ନୂଆ ଦର ୧ ଡିସେମ୍ବରରୁ ଲାଗୁ ହେବ ।

ଜିଓ ଫୋନ୍ ର ୭୫ ଟଙ୍କା ପ୍ଲାନ ଏବେ ୯୧ ଟଙ୍କା ହେବାକୁ ଯାଉଛି । ୧ ଡିସେମ୍ବର ଠାରୁ ଗ୍ରାହକଙ୍କୁ ୭୫ ଟଙ୍କା ପ୍ଲାନ ୧୬ ଟଙ୍କା ଅଧିକ ଦେବାକୁ ପଡ଼ିବ । ସେହିପରି ପ୍ଲାନର ବୈଧତା ୨୮ ଦିନ ପାଇଁ ରହିବ ଏଥିରେ ୩ଜିବି ଡାଟା, ଅନଲିମିଟେଡ କଲ ଏବଂ ୫୦ ଏସଏମଏସ ମିଳିବ ।

୧୨୯ ଟଙ୍କା ପ୍ଲାନ

୨୮ ଦିନର ବୈଧତା ସହ ୧୨୯ ଟଙ୍କାରେ ମିଳୁଥିବା ପ୍ଲାନରେ ବୃଦ୍ଧି ହୋଇଛି । ପହିଲାରୁ ଏହି ପ୍ଲାନ ପାଇଁ ୧୫୫ ଟଙ୍କା ଦେବାକୁ ପଡ଼ିବ । ଏଥିରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ଅସୀମିତ କଲ, ୨ ଜିବି ଡାଟା ଏବ ୩୦୦ ଏସଏମଏସ ମିଳିବ।

୧୪୯ ଟଙ୍କା ପ୍ଲାନ

୨୪ ଦିନର ବୈଧତା ସହ ୧୪୯ ଟଙ୍କାରେ ମିଳୁଥିବାବେଳେ ଏହି ପ୍ଲାନ ୧୭୯ ଟଙ୍କା ହେବାକୁ ଯାଉଛି । ଏଥିରେ ଗ୍ରାହକଙ୍କୁ ଅସୀମିତ କଲିଂ, ଦୈନିକ ୧ ଜିବି ଡାଟା ଏବଂ ଦୈନିକ ୧୦୦ ଏସଏମଏସ ମିଳିବ।

୧୯୯ ଟଙ୍କା ପ୍ଲାନ

୨୮ ଦିନର ବୈଧତା ସହ ମିଳୁଥିବା ଏହି ପ୍ଲାନ ଏବେ ୨୩୯ ଟଙ୍କାରେ ମିଳିବ । ଏଥିରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ୧.୫ ଡାଟା ଏବଂ ଅସୀମିତ କଲିଂ, ପ୍ରତିଦିନ ୧୦୦ ଏସଏମଏସ ମିଳିବ ।

Jio_Prepaid_1

୨୪୯ ଟଙ୍କା ପ୍ଲାନ

୨୪୯ ଟଙ୍କା ପ୍ଲାନରେ ଗ୍ରାହକଙ୍କୁ ୨୮ ଦିନ ପାଇଁ ପ୍ରତିଦିନ ୨ ଜିବି ଡାଟା, ଅସୀମିତ କଲିଂ ଏବଂ ୧୦୦ ଏସଏମଏସ ମିଳୁଥିଲା । ତେବେ ୧ ଡିସେମ୍ବର ଠାରୁ ଏହି ପ୍ଲାନ ବଢିବା ଦ୍ୱାରା ଗ୍ରାହକଙ୍କୁ ୨୪୯ ବଦଳରେ ଏହି ପ୍ଲାନ ପାଇଁ ୨୯୯ ଟଙ୍କା ଦେବାକୁ ପଡ଼ିବ ।

୩୯୯ ଟଙ୍କା ପ୍ଲ।।ନ

୫୬ ଦିନର ବୈଧତା ସହ ମିଳୁଥିବା ଏହି ପ୍ଲାନରେ ବୃଦ୍ଧି ହୋଇଛି ଏବେ ଏହା ୪୭୯ ଟଙ୍କାରେ ମିଳିବ । ଏଥିରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା, ଅନଲିମିଟେଡ କଲିଂ ସହ ପ୍ରତିଦିନ ୧୦୦ ଏସଏମଏସ ମିଳିବ ।

୪୪୪ ଟଙ୍କା ପ୍ଲାନରେ

ଏହି ପ୍ଲାନରେ ଗ୍ରାହକଙ୍କୁ ୫୬ ଦିନର ବୈଧତା ସହ ପ୍ରତିଦିନ ୨ଜିବି ଡାଟା, ଅସୀମିତ କଲିଂ ଏବଂ ୧୦୦ ଏସଏମଏସ ମିଳିଥାଏ । ତେବେ ୧ ଡିସେମ୍ବର ଠାରୁ ଗ୍ରାହକଙ୍କୁ ଏହି ପ୍ଲାନ ପାଇଁ ୫୩୩ ଟଙ୍କା ଦେବାକୁ ପଡ଼ିବ ।

୩୨୯ ଟଙ୍କା ପ୍ଲାନ

୮୪ ଦିନର ବୈଧତା ସହ ମିଳୁଥିବା ଏହି ପ୍ୟାକ ୧ ଡିସେମ୍ବର ଠାରୁ ୩୯୫ ଟଙ୍କା ହେବାକୁ ଯାଉଛି । ପ୍ଳାନରେ ଗ୍ରାହକଙ୍କୁ ୮୪ ଦିନ ପାଇଁ ସମୁଦାୟ ୬ ଜିବି ଡାଟା, ଅସୀମିତ କଲିଂ, ଏବଂ ୧୦୦୦ ଏସଏମଏସ ମିଳିବ ।

୫୫୫ ଟଙ୍କା ପ୍ଲାନ

୮୪ ଦିନର ବୈଧତା ସହ ମିଳୁଥିବା ସବୁଠାରୁ ଲୋକପ୍ରିୟ ପ୍ଲାନ ମଧ୍ୟ ବଢ଼ିଛି । ଏବେ ଏହା ୬୬୬ ଟଙ୍କା ହେବାକୁ ଯାଉଛି । ଏଥିରେ ଗ୍ରାହକଙ୍କୁ ଅସୀମିତ କଲିଂ ସହ ଦୈନିକ ୧.୫ ଜିବି ଡାଟା ସହ ୧୦୦ ଏସଏମଏସ ମିଳିଥାଏ ।

ସେହିପରି ୧୨୯୯ ଟଙ୍କାର ପ୍ଲାନ୍ ୧୫୫୯ ଟଙ୍କା ହେବ। ଶେଷରେ ୨୩୯୯ ଟଙ୍କାର ପ୍ଲାନର ଦର ୨୮୭୯ ଟଙ୍କାକୁ ବୃଦ୍ଧି ପାଇଛି। ଜିଓ ତା’ର ଟପ୍-ଅପ୍ ପ୍ଲାନ୍ ପାଇଁ ଟାରିଫ୍ ମଧ୍ୟ ବଢ଼ାଇଛି। ୫୧ ଟଙ୍କାରେ ୬ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ଏବେ ୬୧ ଟଙ୍କା ହେବ। ସେହିପରି ୧୦୧ ଟଙ୍କାରେ ୧୨ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ୧୨୧ ଟଙ୍କା ଏବଂ ୨୫୧ ଟଙ୍କାର ୫୦ ଜିବି ଡାଟା ଟପ୍-ଅପ୍ ପ୍ୟାକର ଦର ୩୦୧ ଟଙ୍କା ହେବ। ଗ୍ରାହକମାନେ ସମସ୍ତ ମହଜୁଦ୍ ଚ୍ୟାନେଲଗୁଡିକରୁ ଏହି ସଂଶୋଧିତ ଯୋଜନାଗୁଡିକ ଚୟନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.