ଜିଓଫାଇବର୍ ବୋନାଞ୍ଜା ଅଫର, ବିନା ଖର୍ଚ୍ଚରେ ପାଆନ୍ତୁ ୧୦,୦୦୦ ଟଙ୍କା ମୂଲ୍ୟର ଇଣ୍ଟରନେଟ ବକ୍ସ, ସେଟ୍ ଟପ୍ ବକ୍ସ ଓ ଇନଷ୍ଟଲେସନ୍ ସୁବିଧା

ଜିଓ ଫାଇବର ଇଣ୍ଟରନେଟ ଦୁନିଆରେ ଏକ ନୂଆ ପ୍ଲାନ ଲଞ୍ଚ କରିଛି। ଭାରତର ସର୍ବବୃହତ ଟେଲିକମ୍ ଓ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଜିଓ ପକ୍ଷରୁ ଜିଓଫାଇବର୍ ପୋଷ୍ଟ୍‌ପେଡ୍ ଲିଷ୍ଟରେ ଆଉ ଏକ ଧମାକାଦାର ପ୍ଲାନର ଶୁଭାରମ୍ଭ କରିଛି । ଏହା ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀମାନଙ୍କୁ ଜିରୋ ପେମେଣ୍ଟ ସୁବିଧା ପ୍ରଦାନ କରୁଛି । ଯେତେବେଳେ ବ୍ୟବହାରକାରୀମାନେ ଜିଓଫାଇବର୍‌ର ପୋଷ୍ଟ୍‌ପେଡ୍ ପ୍ଲାନକୁ ଚୟନ କରିବେ ତାଙ୍କୁୂ ବିନା ଖର୍ଚରେ ୧୦,୦୦୦ ଟଙ୍କା ମୂଲ୍ୟର ଇଟଂରନେଟ୍ ବକ୍ସ (ଗେଟ୍‌ୱେ ରାଉଟର), ସେଟ୍ ଟପ୍ ବକ୍ସ ଓ ଇନଷ୍ଟଲେସନ୍ ସୁବିଧା ମିଳିବ ।

ମାତ୍ର ଅତିରିକ୍ତ ୧୦୦ ଟଙ୍କାରେ ଅନଲିମିଟେଡ ମନୋରଂଜନ ସୁବିଧା ଆରମ୍ଭ କରିଛି ଜିଓ ଫାଇବର। ମାସିକ ୩୯୯ ଟଙ୍କାରୁ ଆରମ୍ଭ ହୋଇଥିବା ପ୍ଲାନ୍‌ରେ ବ୍ୟବହାରକାରୀମାନେ ଅନଲିମିଟେଡ ହାଇ-ସ୍ପିଡ୍ ଇଣ୍ଟରନେଟ ପାଇପାରିବେ । ପୁଣି ମାସିକ ଅତିରିକ୍ତ ୧୦୦ କିମ୍ବା ୨୦୦ ଟଙ୍କା ଦେଇ ସେମାନେ ୧୪ଟି ଓଟିଟି ଆପ୍‌ କନ୍‌ଟେନ୍‌ଟ୍ର ଫାଇଦା ଉଠାଇପାରିବେ। ।

ଉଠାଇପାରିବେ। ଏଣ୍ଟରଟେନମେଣ୍ଟ ରେ ସାମିଲ ରହିଛି ୧୪ଟି ପେଡ୍ ମନୋରଂଜନ ଆପ୍ । ଯାହାକୁ ଉଭୟ ବଡ଼ ସ୍କ୍ରିନ୍ ଓ ଛୋଟ ସ୍କ୍ରିନ୍‌ରେ ଦେଖିପାରିବେ । ଏଥିରେ ୟୁଜର୍ସ ମାନେ ସେମାନଙ୍କ ମନ ପସନ୍ଦର ସିନେମା, ଟିଭି ଚ୍ୟାନେଲ୍‌, ନ୍ୟୁଜ ଚ୍ୟାନେଲ୍‌, , ସୋ’, କ୍ରୀଡ଼ା ଏବଂ ଆହୁରି ବହୁତ କିଛି ଦେଖିପାରିବେ ।ଏବେ ଜାଣନ୍ତୁ ସେହି ୧୪ ଟି ଆପ୍‌ ସମ୍ପର୍କରେ। ଲିଷ୍ଟରେ ପ୍ରଥମରୁ ରହିଛି ଡିଜ୍‌ନି+ହଟ୍‌ଷ୍ଟାର, ଜି୫, ସୋନିଲିଭ୍‌, ଭୁଟ୍‌, ସନ୍‌ନେକ୍ସଟ୍‌, ଡିସକଭରି+, ହୋଇଚୋଇ, ଅଲ୍‌ଟବାଲାଜୀ, ଏରସ୍ ନାଓ, ଲାୟନ୍ସଗେଟ୍‌, ସିମାରୋ , ୟୁନିଭର୍ସାଲ୍‌+, ଭୁଟ୍ କିଡ୍‌ସ ଓ ଜିଓ ସିନେମା ।

ତେବେ ଜିଓର ଏହି ନୂଆ ପ୍ଲାନ ଆସନ୍ତା ୨୨ ଅପ୍ରେଲରୁ ଲାଗୁ ହେବ। ୨୨ ତାରିଖଠୁ ସମସ୍ତ ୟୁଜର୍ସ ଏହାର ଲାଭ ଉଠାଇପାରିବେ। ନୂଆ ଜିଓଫାଇବର୍ ମନୋରଂଜନ ବୋନାଞ୍ଜା ପ୍ଲାନ୍‌ର ଲାଭ ପାଇବା ପାଇଁ ପରୁଣା ଜିଓଫାଇବର୍ ପୋଷ୍ଟପେଡ୍ ଗ୍ରାହକମାନଙ୍କୁ my jio app ରେ ମନୋରଂଜନ ପ୍ଲାନ୍କୁ ଚୟନ କରିବାକୁ ହେବ ଏବଂ ଚୟନ କରାଯାଇଥିବା ନୂତନ ପ୍ଲାନ୍ ପାଇଁ ରେଂଟାଲ୍ ପେମେଂଟ୍ କରିବାକୁ ପଡ଼ିବ ।

ସେହିପରି, ପୁରୁଣା ଜିଓଫାଇବର୍ ପ୍ରିପେଡ୍ ବ୍ୟବହାରକାରୀମାନେ ଏହି ପ୍ଲାନ୍‌ର ଲାଭ ପାଇବା ଲାଗି my jio app ଜରିଆରେ ପ୍ରିପେଡ୍‌ରୁ ପୋଷ୍ଟ୍‌ପେଡ୍‌କୁ ଆସିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ପଡ଼ିବ । ଫୋନ୍‌ରେ ଓଟିପି ଦେଇ ନିଜକୁ ଭେରିଫାଏ କରିବାକୁ ହେବ । ଏହା ପରେ my jio app ରେ ମନୋରଂଜନ ପ୍ଲାନ୍ ଚୟନ କରିବାକୁ ହେବ ଏବଂ ଚୟନ କରାଯାଇଥିବା ପ୍ଲାନ୍ ପାଇଁ ଦେୟ ଦେବାକୁ ପଡ଼ିବ ।

ବିନା STB ର ଜିଓଫାଇବର୍ ବ୍ୟବହାରକାରୀମାନେ ନିଜର ମନୋରଂଜନ ବୋନାଞ୍ଜା ପ୍ଲାନ୍ ଚୟନ କରିବା ପରେ ମାଗଣାରେ ଜିଓ ସେଟ୍ ଅପ୍ ବକ୍ସର ଡେଲିଭରି ପାଇବା ପାଇଁ ଆପଏଣ୍ଟମେଣ୍ଟ ନେଇପାରିବେ । ଜିଓ ଏସ୍‌ଟିବି ଯେକୌଣସି ଟିଭିକୁ ସ୍ମାର୍ଟ ଟିଭିରେ କନଭର୍ଟ କରିଥାଏ। । ଜିଓ ଏସ୍‌ଟିବି ଜରିଆରେ ୟୁଜର୍ସ ମାନେ ସିନେମା, ସୋ’, ୱେବ ସିରିଜ୍‌, କ୍ରୀଡ଼ା କାର୍ଯ୍ୟକ୍ରମ ଏବଂ ନିଜ ପସନ୍ଦର ଓଟିପି ଆପ୍‌କୁ ହାସଲ କରିପାରିବେ । ଏଥିରେ ଅନ୍ୟାନ୍ୟ ସୁବିଧା ମଧ୍ୟ ଦିଆଯାଉଛି। ସେଗୁଡ଼ିକ ହେଉଛି ଭଏସ୍ କମାଣ୍ଡ, ୟୁଟ୍ୟୁବ୍ ଅନ୍ ଟିଭି, ଟିଭିରେ ଇଟଂରନେଟ୍ ସୁବିଧା, ଟିଭି ଜରିଆରେ ଭିଡିଓ କଲ୍ କରିବା, ୧୫ଟି ଭାଷାରେ ୫୫୦ରୁ ଅଧିକ ଟିଭି ଚ୍ୟାନେଲ୍‌, ୩୦୦ରୁ ଅଧିକ ଆପ୍ଲିକେସନ୍‌, ଜିଓ ଗେମ୍‌ସ ଆପ୍‌ରେ ମଲ୍‌ଟିପ୍ଲେୟାର ଗେମ୍‌ସ ଓ ଟିଭିରେ ଫଟୋ ଓ ଭିଡିଓ ଆଦି ସୁବିଧା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.