Below header

ATM ମେସିନରୁ ନିଜେ କରନ୍ତୁ ଡେବିଟ କାର୍ଡ ପିନ୍‌ ଜେନେରେଟ, ଏଇଠି ରହିଛି ଷ୍ଟେପ ବାୟ ଷ୍ଟେପ ପ୍ରୋସେସ୍‌

ଅଧିକାଂଶ ବ୍ୟାଙ୍କରେ ସେଭିଙ୍ଗସ୍‌ ଆକାଉଣ୍ଟ ଖୋଲିବା ପରେ ଆପଣ ଡେବିଟ୍‌ କାର୍ଡ ପାଇଁ ଆପ୍ଲାଏ କରିଥାନ୍ତି। ତେବେ ଏହାପରେ ଆପଣଙ୍କ ପାଖକୁ କାର୍ଡ ତ ଆସିଥାଏ କିନ୍ତୁ ପିନ୍‌ ନମ୍ବର ଆସିନଥାଏ। ଏହି ପିନକୁ ଆପଣଙ୍କୁ ଏଟିଏମରୁ ହିଁ ଜେନେରେଟ କରିବାକୁ ପଡିଥାଏ। ବ୍ୟାଙ୍କ ପିନକୁ ଡାକ କିମ୍ବା କୋରିୟରରେ ପଠାଇବା ଦ୍ୱାରା ଅନ୍ୟ କାହା ହାତରେ ଲାଗିଯିବାର ଆଶଙ୍କା ରହିଥାଏ। ଏହି କାରଣରୁ ବ୍ୟାଙ୍କ ଏବେ ପିନ୍‌ ନଦେଇ ଗ୍ରୀନ ପିନ୍‌ ସୁବିଧା ଦେଉଛି। ତେବେ ସବୁ ଲୋକ ଏହି ଗ୍ରୀନ ପିନ ଜେନେରେଟ କେମିତି ହୁଏ ଜାଣିନାହାଁନ୍ତି। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହି ଭିଡିଓରେ ଜଣାଇବୁ ଆପର ନିଜେ କିପରି ଏଟିଏମରୁ ଗ୍ରୀନ ପିନ ଜେନେରେଟ୍‌ କରିପାରିବେ।

କଣ ଏହି ଗ୍ରୀନ ପିନ୍‌?

ଗ୍ରୀନ ପିନ ଏଟିଏମ ସାହାଯ୍ୟରେ ନିଜେ ଜେନେରେଟ ହେଉଥିବା ପିନକୁ କୁହାଯାଏ। ପୂର୍ବରୁ ଡାକ କିମ୍ବା କୋରିୟରରେ ଆସୁଥିବା ପ୍ରିଣ୍ଟେଡ ପିନ୍‌ ନମ୍ବରରେ ପେପରର ବ୍ୟବହାର କରାଯାଉଥିଲା। କିନ୍ତୁ ଏବେ ଆଉ ସେହିଭଳି ହେଉନାହିଁ। କାଗଜ ବ୍ୟବହାରକୁ କମ୍‌ କରିବାକୁ ବ୍ୟାଙ୍କର ଏହି ପ୍ଲାନ କାରଣରୁ ଏହି ପିନକୁ ଗ୍ରୀନ ପିନର ନାମ ଦିଆଯାଇଛି।

atmଏଟିଏମ ମେସିନ ସାହାଯ୍ୟରେ କେମିତି ଜେନେରେଟ୍‌ କରିବେ ଡେବିଟ୍‌ କାର୍ଡର ପିନ ଜାଣନ୍ତୁ

  1. ସର୍ବପ୍ରଥମେ ଏଟିଏମରେ ଡେବିଟ୍‌ କାର୍ଡ ଭରନ୍ତୁ।
  2. ଏହାପରେ ଆପଣଙ୍କୁ ପିନ୍‌ ଜେନେରେସନର ବିକଳ୍ପ ମିଳିବ।
  3. ଯଦି ପ୍ରଥମେ ସ୍କ୍ରିନ ଉପରେ ଆପଣଙ୍କୁ ପିନ୍‌ ଚେଞ୍ଜ, ପିନ ଜେନେରେସନର ବିକଳ୍ପ ମିଳୁନାହିଁ ତାହେଲେ ଆପଣ ଆପଣ ମୋର୍‌ ଅପସନ୍‌ ଉପରେ କ୍ଲିକ କରନ୍ତୁ।
  4. ଏଠାରେ ଆପଣଙ୍କ ପିନ୍‌ ଚେଞ୍ଜ/ପିନ୍‌ ଜେନେରେଟ କରିବାର ବିକଳ୍ପ ମିଳିବ।
  5. ଏହା ଉପରେ କ୍ଲିକ କରିବା ପରେ ଆପଣଙ୍କୁ ବ୍ୟାଙ୍କ୍‌ ଆକାଉଣ୍ଟରେ ରେଜିଷ୍ଟର୍ଡ ଥିବା ମୋବାଇଲ ନମ୍ବରକୁ ଏକ ଓ୍ଵାନ ଟାଇମ ପାସଓ୍ଵାର୍ଡ (ଓଟିପି) ଆସିବ।
  6. ଏହି ଓଟିପିକୁ ଦେବା ପରେ ଏଟିଏମ ମେସିନ ଆପଣଙ୍କୁ ପିନ୍‌ ବନାଇବାର ବିକଳ୍ପ ଦେବ।
  7. ଏହାପରେ ଆପଣ ବ୍ୟାଙ୍କ ଆକାଉଣ୍ଟ ହିସାବରେ ଚାରି କିମ୍ବା ଛଅ ଅଙ୍କର ପିନ ନମ୍ବର ବନାଇପାରିବେ।
  8. ଏଟିଏମ ଆପଣଙ୍କୁ ପୁର୍ନବାର ପିନ୍‌ ନମ୍ବର ଭରିବାକୁ କହିବ।
  9. ପୁର୍ନବାର ଏହାକୁ ଭରି କନଫର୍ମ କରିବା ପରେ ଆପଣଙ୍କ ସ୍କ୍ରିନ ଉପରେ ଏକ ମେସେଜ୍‌ ଦେଖାଯିବ। ଯେଉଁଥିରେ ଲେଖାଥିବ ଆପଣଙ୍କ ପିନ ସଫଳତାପୂର୍ବକ ବଦଳିଗଲା/ଜେନେରେଟ ହୋଇଗଲା।

ଏହାବ୍ୟତୀତ ଆପଣ ଆଇଭିଆର ଏବଂ ଏସଏମଏସ ଦ୍ୱାରା ମଧ୍ୟ ପିନ୍‌ ଜେନେରେଟ୍‌ କରିପାରିବେ। ଆଇଭିଆର ଦ୍ୱାରା ପିନ୍‌ ଜେନେରେଟ କରିବାକୁ ହେଲେ ଆପଣଙ୍କୁ କାର୍ଡ ସହିତ ଦିଆଯାଇଥିବା ବ୍ରୋସରରେ ଟୋଲଫ୍ରି ନମ୍ବରକୁ କଲ୍‌ କରନ୍ତୁ ଏବଂ ଆଇଭିଆର ଇନଷ୍ଟ୍ରକସନକୁ ଫଲୋ କରି ପିନ୍‌ ଜେନେରେଟ୍‌ କରନ୍ତୁ। ଏଥିସହିତ ଆପଣ ଏସଏମଏସ ଦ୍ୱାରା ମଧ୍ୟ ପିନ୍‌ ଜେନେରେଟ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.