ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହେଲେ MP ର ପୁଅ, ମାସେ ତଳେ କାର୍ଯ୍ୟରେ ଯୋଗ ଦେଇଥିଲେ

ଭାରତ ମା’ ପାଇଁ ପୁଣିଥରେ ଜୀବନ ଦେଇଛି ଆଉ ଏକ ପୁଅ। ଶତ୍ରୁ କବଳରୁ ଦେଶ ମାତୃକାକୁ ରକ୍ଷା କରିବାକୁ ହସ ହସି ଗୁଳି ଖାଇଛି ଜଣେ ଯବାନ। ମଧ୍ୟପ୍ରଦେଶ ସତନା ଜିଲ୍ଲାର ଜଣେ ଯବାନ ଜୀବନକୁ ବଳିଦାନ ଦେଇ ନିଜ ଜନ୍ମଭୂମିକୁ ଗୌରବାନ୍ଵିତ କରିଛି। ଜମ୍ମୁ- କଶ୍ମୀରରେ ଆତଙ୍କବାଦୀଙ୍କ ମୁକାବିଲା କରି ଅମରପାଟନ ଅଞ୍ଚଳର ପେପଖରା ପଞ୍ଚାୟତର ଗ୍ରାମ ପଡ଼ିଆଙ୍କ ପୁତ୍ର ଧୀରେନ୍ଦ୍ର ତ୍ରିପାଠୀ ଶ୍ରୀନଗରରେ ସହିଦ ହୋଇଛନ୍ତି। ଧୀରେନ୍ଦ୍ରଙ୍କ ସହ ଉତ୍ତର ପ୍ରଦେଶ ରାୟବରେଲିର ଆଉ ଜଣେ ଯବାନ ଶୈଳେନ୍ଦ୍ର କୁମାର ମଧ୍ୟ ନିଜ ପ୍ରାଣ ଆହୂତି ଦେଇଛନ୍ତି।

attack2

ସହିଦ ଧୀରେନ୍ଦ୍ର ସିଆରପିଏଫ୍‌ରେ ଯବାନ ଭାବେ କାର୍ଯ୍ୟରତ ଥିଲେ। ସେ ବାଟାଲିୟନ୍‌ ଶ୍ରୀନଗରରେ ମୁତୟନ ହୋଇଥିଲେ। ସୋମବାର ଆତଙ୍କବାଦୀଙ୍କ ଆକ୍ରମଣରେ ଭାରତର ଦୁଇ ଜଣ ଯବାନ ସହିଦ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଧୀରେନ୍ଦ୍ର। ଧୀରେନ୍ଦ୍ର ସହିଦ ହୋଇଥିବା ନେଇ ସିଆରପିଏଫ୍‌ ତରଫରୁ ତାଙ୍କ ଘରକୁ ଫୋନ୍‌ କରି ଜଣାଇ ଦିଆଯାଇଛି। ସହିଦଙ୍କ ପିତା ରାମକଲେଶ ତ୍ରିପାଠୀ ମଧ୍ୟ ଜଣେ ସିଆରପିଏଫ୍‌ ଯବାନ।

attack3

ଧୀରେନ୍ଦ୍ର ଘରକୁ ଛୁଟି କାଟିବାକୁ ଆସି ଗତମାସରେ ଫେରିଥିଲେ। ୩ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ତାଙ୍କର ଏକ ଦୁଇ ବର୍ଷର ପୁଅ ଅଛି। ତେବେ ଧୀରେନ୍ଦ୍ରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ମଧ୍ୟ ଟ୍ଵିଟ୍‌ କରି ଧୀରେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି। ଏଥିସହ ସେ ପରିବାରକୁ ଏହି ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରିବାକୁ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି।