Below header

ପାନ୍ ଆଧାର ଲିଙ୍କ କରିନାହାଁନ୍ତି? ତେବେ ଜାଣନ୍ତୁ କିପରି ଭରିବେ ପେନାଲ୍ଟୀ

ପାନକୁ ଲିଙ୍କ କରିବା ପାଇଁ ୟୁଜର୍ସଙ୍କୁ ପ୍ରଥମ ପେନାଲଟୀ ରୂପେ ୧୦୦୦ ଟଙ୍କା ଶୁଳ୍କ ଭରିବାକୁ ପଡିବ ।

ଆୟକର ବିଭାଗ ପାନକାର୍ଡଧାରୀଙ୍କୁ ନିଜ ଆଧାର ସହିତ ପାନକୁ ଲିଙ୍କ କରିବା ବାଧ୍ୟତାମୂଳକ କରିଦେଇଛି । ପାନକୁ ଆଧାର ସହ ଲିଙ୍କ କରିବାର ଶେଷ ତାରିଖ ରହିଛି ୩୦ ଜୁନ୍ ୨୦୨୩ । ଆୟକର ବିଭାଗ କହିଛି ଯେ ଯଦି ଏହି ତାରିଖ ପର୍ଯ୍ୟନ୍ତ ପାନ ସହ ଆଧାରକୁ ଆପଣ ଲିଙ୍କ କରାଉନାହାଁନ୍ତି ତାହେଲେ ଆପଣଙ୍କ ପାନ୍ ନିଷ୍କ୍ରୀୟ ହୋଇଯିବ । ପାନକୁ ଲିଙ୍କ କରିବା ପାଇଁ ୟୁଜର୍ସଙ୍କୁ ପ୍ରଥମ ପେନାଲଟୀ ରୂପେ ୧୦୦୦ ଟଙ୍କା ଶୁଳ୍କ ଭରିବାକୁ ପଡିବ ।

ଆୟକର ବିଭାଗ କହିଛି ଯେ ଇନକମ୍ ଟ୍ୟାକ୍ସ ଆକ୍ଟ ୧୯୬୧ ଅନୁଯାୟୀ ଯେଉଁ ପାନଧାରକ ରିହାତି ଶ୍ରେଣୀରେ ଆସୁନାହାଁନ୍ତି ସେମାନେ ୩୦ ଜୁନ୍ ୨୦୨୩ ପୂର୍ବରୁ ନିଜ ପାନ୍ ନମ୍ବରକୁ ଆଧାର ନମ୍ବର ସହିତ ଲିଙ୍କ କରାଇନିଅନ୍ତୁ । ନଚେତ ଏଭଳି ସ୍ଥିତିରେ ଇନକମ୍ ଟ୍ୟକ୍ସେ ଆକ୍ଟ ଧାରା ୧୩୯ ଏଏ ଅନୁଯାୟୀ ପାନ ନିଷ୍କ୍ରୀୟ ହୋଇଯିବ। ଆଉ ଏହି ନିଷ୍କ୍ରୀୟ ପାନକୁ ଆପଣ ଯଦି ବ୍ୟବହାର କରନ୍ତି ତାହେଲେ ୧୦,୦୦୦ ଟଙ୍କା ଜରିମାନା ଲଗାଯାଇପାରେ ।

ପାନକୁ ଆଧାର ସହ ଲିଙ୍କ କରିବା ପାଇଁ ଆୟକର ବିଭାଗ ଫିସ୍ ଆକାରରେ ୫୦୦ ଟଙ୍କା ନିର୍ଦ୍ଧାରିତ କରିଥିଲା । କିନ୍ତୁ ଏବେ ପେନାଲ୍ଟୀ ସହିତ ମୋଟ ୧୦୦୦ ଟଙ୍କା ୟୁଜର୍ସଙ୍କୁ ଦେବାକୁ ହେବ । ବିନା ପେନାଲ୍ଟୀ ପେମେଣ୍ଟ କରି ପାନକୁ ଆଧାର ସହ ଲିଙ୍କ କରାଇପାରିବେନାହିଁ । ତେବେ ଆସନ୍ତୁ ଜାଣିବା କିପରି ଅନଲାଇନ ଫିସ୍ ପେମେଣ୍ଟ କରିବେ ।

  • ସର୍ବପ୍ରଥମେ ଆଧାର ୟୁଜର ଅଫିସିଆଲ ୱେବସାଇଟ https://www.incometax.gov.in/iec/foportal/ ରେ ଲଗଇନ୍ କରନ୍ତୁ ।
  • ଏବେ ଡ୍ୟାସବୋର୍ଡରେ ପାନ ବିକଳ୍ପ ଅନୁଯାୟୀ ପ୍ରୋଫାଇଲ ସେକ୍ସନରେ ଲିଙ୍କ ଆଧାର ଅପ୍ସନରେ ଲିଙ୍କ କରନ୍ତୁ ।
  • ନିଜର ପାନ ଏବଂ ଆଧାର ନମ୍ବର ଏଣ୍ଟର କରନ୍ତୁ ।
  • ଏହାପରେ କଣ୍ଟିନୁ୍ୟ ଟୁ ପେ ଥ୍ରୁ ଇ-ପେ ଟ୍ୟାକ୍ସ ଉପରେ କ୍ଲିକ କରନ୍ତୁ ।
  • ନିଜ ପାନ୍ ନମ୍ବର ଏଣ୍ଟର କରନ୍ତୁ । ଓଟିପି ପାଇଁ ପାନ ଏବଂ ମୋବାଇଲ ନମ୍ବର ଏଣ୍ଟର କରନ୍ତୁ ।
  • ଓଟିପି ଭେରିଫାଏ କରିବା ପରେ ଇ-ପେ ଟ୍ୟାକ୍ସ ପେଜ୍ ଖୋଲିଯିବ ।
  • ଏବେ ଆଗକୁ ବଢ଼ିବା ଅପ୍ସନକୁ କ୍ଲିକ କରନ୍ତୁ ।
  • ଆସେସମେଣ୍ଟ ଇୟର ୨୦୨୪-୨୫କୁ ସିଲେକ୍ଟ କରନ୍ତୁ ଏବଂ ପେମେଣ୍ଟ ୧୦୦୦ ଟଙ୍କା ପାଇଁ ପ୍ରୋସିଡରେ କ୍ଲିକ କରନ୍ତୁ ।
  • ଫିସ୍ ପେମେଣ୍ଟ ପରେ ଆପଣ ଇ-ଫାଇଲିଙ୍ଗ ପୋର୍ଟାଲରେ ନିଜ ଆଧାର ନମ୍ବରକୁ ପାନ ସହ ଲିଙ୍କ କରିପାରିବେ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.