ଜମ୍ମୁ-କାଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା, POK ସୀମାରେ ୪ ପାକିସ୍ତାନୀ ଆତଙ୍କବାଦୀ ନିହତ

ଜମ୍ମୁ-କାଶ୍ମୀରରେ ସେନା ଏବଂ ପୋଲିସର ମିଳିତ ଅପରେସନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏଠାରେ କୁପୱାଡାରେ ମାଛଲ୍‌ ସେକ୍ଟରର କାଲା ଜଙ୍ଗଲରେ ସୁରକ୍ଷା ବାହିନୀ ୪ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରି ମାରିଛନ୍ତି।

ଜମ୍ମୁ-କାଶ୍ମୀରରେ ସେନା ଏବଂ ପୋଲିସର ମିଳିତ ଅପରେସନରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଜମ୍ମୁ-କାଶ୍ମୀର ପୋଲିସ କହିଛି ଯେ ଏଠାରେ କୁପୱାଡାରେ ମାଛଲ୍‌ ସେକ୍ଟରର କାଲା ଜଙ୍ଗଲରେ ୪ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଯାଇଛି। ଏହି ଆତଙ୍କବାଦୀମାନେ ପାକିସ୍ତାନ ଅଧିକୃତ ଜମ୍ମୁ-କାଶ୍ମୀର (PoJK)ରୁ ଭାରତ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।

ଏହା ପୂର୍ବରୁ ବି ସୁରକ୍ଷା ବାହିନୀ କୁପୱାଡା ଜିଲ୍ଲାରେ ୫ ଆତଙ୍କବାଦୀଙ୍କୁ ମାରିଥିଲା। ଏ ସମସ୍ତ ଆତଙ୍କବାଦୀ ପାକିସ୍ତାନର ଥିଲେ। ସେପଟେ ସୁରକ୍ଷା ବାହିନୀ ବହରାବାଦ ହାଜିନ୍‌ରେ ଲସ୍କର-ଏ-ତାଇବାର ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ଦୁଇଟି ଚାଇନା ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି।

ବାନ୍ଦିପୋରା ପୋଲିସ, ୧୩ ଆରଆର ଏବଂ CRPF 45BN ବାଟାଲିୟନ ଦ୍ୱାରା ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ସୂଚନା ଅନୁସାରେ, ଏହି ମାମଲାରେ ଆତଙ୍କବାଦୀଙ୍କ ବିରୋଧରେ ଆର୍ମସ୍ ଆକ୍ଟ ଏବଂ ୟୁଏ (ପି) ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି।

କହି ରଖୁଛୁ, ଜୁନ୍‌ ୧ରେ ସୁରକ୍ଷା ବାହିନୀ ଜମ୍ମୁ-କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଲସ୍କର-ଏ-ତାଇବା (ଏଲ୍‌ଇଟି)ର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.