Below header

ଷ୍ଟେଟ୍‌ ଡିନର ସମୟରେ ପ୍ରଧାନମନ୍ତ୍ରୀ ମୋଦି ଓ ଜୋ ବାଇଡେନ୍‌ କଲେ ଚିୟର୍ସ…ଜାଣନ୍ତୁ ଗ୍ଲାସ୍‌ରେ କ’ଣ ଥିଲା?

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନରେ ଆମେରିକୀୟ ସମୟ ଗୁରୁବାର ସନ୍ଧ୍ୟାରେ ଆୟୋଜନ କରାଯାଇଥିଲା ଷ୍ଟେଟ୍‌ ଡିନର। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ଡିନରର ଆୟୋଜନ କରିଥିଲେ।

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମାନରେ ଆମେରିକୀୟ ସମୟ ଗୁରୁବାର ସନ୍ଧ୍ୟାରେ ଆୟୋଜନ କରାଯାଇଥିଲା ଷ୍ଟେଟ୍‌ ଡିନର। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏହି ଡିନର ପାର୍ଟିର ଆୟୋଜନ କରିଥିଲେ। ଏହାପୂର୍ବରୁ ସେ ପିଏମ୍‌ ମୋଦିଙ୍କ ପାଇଁ ଏକ ପ୍ରାଇଭେଟ୍‌ ଡିନରର ମଧ୍ୟ ଆୟୋଜନ କରିଥିଲେ। ଷ୍ଟେଟ୍‌ ଡିନର ପାଇଁ ଉଭୟ ଦେଶର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଆମନ୍ତ୍ରିତ କରାଯାଇଥିଲା ଏବଂ ବହୁ ବ୍ୟକ୍ତିବିଶେଷ ଏଥିରେ ସାମିଲ ହୋଇଥିଲେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଶାମ୍ପେନ୍‌ ଗ୍ଲାସ୍‌କୁ ପରସ୍ପର ସହ ଟଚ୍‌ କରାଇ ଚିୟର୍ସ କରିଥିଲେ ଏବଂ ଡ୍ରିଙ୍କ୍‌ ସେବନ କରିଥିଲେ। ଏହି ମୁହୂର୍ତ୍ତର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଟୋ ଭାଇରାଲ ହେବା ପରେ ଅନୁମାନ କରାଯାଉଛି କି, ଏହି ଗ୍ଲାସ୍‌ରେ କୌଣସି ସଫ୍ଟ ଡ୍ରିଙ୍କ୍‌ ରହିଥିବ, ଯାହାକୁ ଉଭୟ ନେତା ସେବନ କରୁଛନ୍ତି।

କହି ରଖୁଛୁ, ଆମେରିକାରେ ଏମିତି ଡ୍ରିଙ୍କ୍‌ ପିଇବା ପରସ୍ପର ପ୍ରତି ସମ୍ମାନ ରୂପେ ଦେଖାଯାଇଥାଏ। ସାଧାରଣତଃ ଏହି ସମୟରେ ଲୋକେ ଶାମ୍ପେନ୍‌ ସେବନ କରନ୍ତି, କିନ୍ତୁ ଉଭୟ ନେତାଙ୍କ ମଧ୍ୟରୁ କେହି ବି ମଦ୍ୟ ସେବନ କରନ୍ତି ନାହିଁ। ତେଣୁ ଅନୁମାନ କରାଯାଉଛି, ଉଭୟେ କୌଣସି ବି ପ୍ରକାର ସଫ୍ଟ ଡ୍ରିଙ୍କ୍‌ ସେବନ କରିଥିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.