ଭିଭୋ ଲଞ୍ଚ କଲା କମ ଦାମରେ ବଢ଼ିଆ ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

ଭିଭୋ Y36 ହେଉଛି ଏକ ଦମଦାର ଫୋନ ଯେଉଁଥିରେ 90Hz ରିଫ୍ରେସ ରେଟ ଏବଂ 240Hz ଟଚ୍‌ ସାମ୍ପଲିଙ୍ଗ ରେଟ ସହ 6.64 ଇଞ୍ଚର ଫୁଲ HD + LCD ଡିସପ୍ଲେ ଦିଆଯାଇଛି । ଆଣ୍ଡ୍ରଏଡ ଉପରେ ଆଧାରିତ ଏହି ଫୋନ ଟଚ୍‌ OS 13 ଆପଣ ବ୍ୟବହାର କରି ପାରିବେ । ଆପଣ 8GB RAM ଏବଂ ଅଧିକ RAM ଥିବା ଏକ ଶକ୍ତିଶାଳୀ ଅକ୍ଟ୍ରା- କୋର ସ୍ନାପଡ୍ରାଗନ 680 SoC ପାଇବେ ।

ଭିଭୋ ନିଜର ମିଡ ରେଞ୍ଜ ସ୍ମାର୍ଟଫୋନ ଲଞ୍ଚ କରିଛି । ଯାହାର ନାମ ହେଉଛି Vivo Y36 ଯାହା 2.5D କର୍ଭଡ ଗ୍ଲାସ ସହିତ ଆସିଛି । ଏହା ଦୁଇଟି କଲରରେ ଲଞ୍ଚ ହୋଇଛି । ଭିଭୋର ଏହି ଲାଟେଷ୍ଟ ଫୋନ, ସ୍ନାପଡ୍ରାଗନ 680 SoC ଦ୍ୱାରା ଚାଲିଥାଏ ଏବଂ ଏହା 8GB RAM ସହିତ ଯୋଡ଼ି ହୋଇଛି । ଫୋନରେ ପାଓ୍ଵାରଫୁଲ ବ୍ୟାଟେରୀ ଏବଂ 50MP ର କ୍ୟାମେରା ରହିଛି । ତେବେ Vivo Y36 ର ଦାମ କେତେ ରହିଛି ଏବଂ କଣ ଫିଚର୍ସ ରହିଛି ଆସନ୍ତୁ ଜାଣିବା ।

ଭିଭୋ Y36 ହେଉଛି ଏକ ଦମଦାର ଫୋନ ଯେଉଁଥିରେ 90Hz ରିଫ୍ରେସ ରେଟ ଏବଂ 240Hz ଟଚ୍‌ ସାମ୍ପଲିଙ୍ଗ ରେଟ ସହ 6.64 ଇଞ୍ଚର ଫୁଲ HD + LCD ଡିସପ୍ଲେ ଦିଆଯାଇଛି । ଆଣ୍ଡ୍ରଏଡ ଉପରେ ଆଧାରିତ ଏହି ଫୋନ ଟଚ୍‌ OS 13 ଆପଣ ବ୍ୟବହାର କରି ପାରିବେ । ଆପଣ 8GB RAM ଏବଂ ଅଧିକ RAM ଥିବା ଏକ ଶକ୍ତିଶାଳୀ ଅକ୍ଟ୍ରା- କୋର ସ୍ନାପଡ୍ରାଗନ 680 SoC ପାଇବେ ।

ତେବେ ଏହି ସ୍ମାର୍ଟଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ୍‌ ରହିଛି, ଯେଉଁଥିରେ 50-ମେଗାପିକ୍ସେଲର ପ୍ରାଇମେରୀ ସେନ୍ସର f/1.8 ଲେନ୍ସ ରହିଛି । ଏଥିରେ ଏକ 2 ମେଗାପିକ୍ସେଲର ବୋକେ ସୁଟର ରହିଛି । ସେଲଫି ପାଇଁ ଏହି ସ୍ମାର୍ଟଫୋନରେ 16 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ରହିଛି । ଏହି କ୍ୟାମେରା ସେଟଅପ ସୁପର ନାଇଟ ମୋଡ, ମଲ୍ଟି ଷ୍ଟାଇଲ ପୋଟ୍ରେଟ୍‌ ଏବଂ ଫ୍ଳେୟର ପୋଟ୍ରେଟ୍‌ ଭଳି ବିଭିନ୍ନ ଫଟୋଗ୍ରାଫି ମୋଡ୍‌କୁ ମଧ୍ୟ ସପୋର୍ଟ କରେ ।

ଏହି Vivo Y36 ସ୍ମାର୍ଟଫୋନରେ ବ୍ୟାଟେରୀ ପାଓ୍ଵାର ଭଲ ରହିଛି । ଏଥିରେ 5,000mAh ବ୍ୟାଟେରୀ ରହିଛି, ଯାହା 44W ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ । ଏହା ସାହାଯ୍ୟରେ ୧୫ ମିନିଟରେ ହିଁ ଆପଣଙ୍କ ବ୍ୟାଟେରୀ ଜିିରୋରୁ ୩୦% ପର୍ଯ୍ୟନ୍ତ ଚାର୍ଜ ହୋଇଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.