ଆଇଫେଲ ଟାୱାରରେ ହେବ ‘ବବାଲ’ର ପ୍ରିମିୟର, ପ୍ରଥମ ଥର ଏକାଠି ନଜର ଆସିବେ ବରୁଣ ଓ ଜାହ୍ନବୀ

ବଲିଉଡ ସୁପରଷ୍ଟାର ଅଭିନେତା ବରୁଣ ଧବନ ଓ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରଥମ ଥର ପାଇଁ ଏକାଠି ନଜର ଆସୁଛନ୍ତି । ‘ବବାଲ’ ଫିଲ୍ମରେ ତାଙ୍କୁ ଏକାଠି ଦେଖିବା ପାଇଁ ଫ୍ୟାନ ଉତ୍ସାହିତ ଅଛନ୍ତି।

ବଲିଉଡ ସୁପରଷ୍ଟାର ଅଭିନେତା ବରୁଣ ଧବନ ଓ ଅଭିନେତ୍ରୀ ଜାହ୍ନବୀ କପୁର ସ୍କି୍ରନ୍‌ରେ ନଜର ଆସିବାକୁ ଯାଉଛନ୍ତି । ବରୁଣ ଓ ଜାହ୍ନବୀ ‘ବବାଲ’ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଖୁବ୍‌ଶୀଘ୍ର ବରୁଣ ଧବନ ଓ ଜାହ୍ନବୀ କପୁରଙ୍କ ନୂଆ ଫିଲ୍ମ ‘ବବାଲ’ ରିଲିଜ୍‌ ହେବାକୁ ଯାଉଛି । ‘ବବାଲ’ ଫିଲ୍ମ ଭାରତୀୟ ସିନେମାରେ ଇତିହାସ ରଚିବାକୁ ଯାଉଛି । ଦୁନିଆର ଆଇକନିକ୍‌ ସ୍ଥାନ ପ୍ୟାରିସର ଆଇଫେଲ ଟାଓ୍ଵାରରେ ଫିଲ୍ମର ପ୍ରିମିୟର ହେବାକୁଯାଉଛି । ଏହାର ନିର୍ଦ୍ଦେଶକ ପ୍ୟାରିସର ଆଇଫେଲ ଟାଓ୍ଵାରରେ ‘ବବାଲ’ ଫିଲ୍ମ ଦେଖେଇବା ପାଇଁ ନିଷ୍ପତି ନେଇଛନ୍ତି ।

ଫିଲ୍ଲ ନିର୍ଦ୍ଦେଶକ ନିତେଶ ତିବାରି ‘ଦଙ୍ଗଲ’ ଫିଲ୍ମ ପରେ ଆଉଥରେ ଫ୍ୟାନ ମାନଙ୍କ ମନ ଜିତିବା ପାଇଁ ‘ବବାଲ’ ଫିଲ୍ମ ରିଲିଜ୍‌ କରିବାକୁ ଯାଉଛନ୍ତି । ଏହି ଫିଲ୍ମର ଆଇଫେଲ ଟାଓ୍ଵାରରେ ପ୍ରିମିୟର କରାଯିବା ସହ ଓଡିଟି ପ୍ଲାଟଫର୍ମରେ ରିଲିଜ୍‌ କରିବା ପାଇଁ ନିଷ୍ପତି ନେଇଛି ପ୍ରଯୋଜକ ସଂସ୍ଥା ।

ବରୁଣ ଓ ଜାହ୍ନବୀ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ:

ବଲିଉଡ ସୁପରଷ୍ଟାର ଅଭିନେତା ବରୁଣ ଧବନ ଓ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରଥମ ଥର ପାଇଁ ଏକାଠି ନଜର ଆସୁଛନ୍ତି । ‘ବବାଲ’ ଫିଲ୍ମ ଜରିଆରେ ଏକାଠି ନଜର ଆସିବା ପାଇଁ ଯାଉଛନ୍ତି । ତାଙ୍କୁ ଏକାଠି ଦେଖିବା ପାଇଁ ଫ୍ୟାନ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମ ୭ ଏପ୍ରିଲ ୨୦୨୩ରେ ରିଲିଜ ହେବାରେ ଥିଲା । କିନ୍ତୁ ଫିଲ୍ମ ରିଲିଜ ହେବାର ତାରିଖ ଆଗକୁ ବଢା ଯାଇଛି । ଏହି ଫିଲ୍ମ ଜୁଲାଇରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ।

ଜାଣନ୍ତୁ ‘ବବାଲ’ ଫିଲ୍ମର କାହାଣୀ ବିଷୟରେ:

ଫିଲ୍ମର ନିର୍ଦ୍ଦେଶକ ନିତେଶ ତିବାରିଙ୍କ କହିବା ଅନୁସାରେ ‘ବବାଲ’ ଫିଲ୍ମ ଦ୍ୱିତୀୟ ବିଶ୍ୱଯୁଦ୍ଧ ଉପରେ ଆଧାରିତ ହୋଇଛି । ଫିଲ୍ମର କାହାଣୀକୁ ଦେଖି ଏହାର ନିର୍ଦ୍ଦେଶକ ଦୁନିଆର ସବୁଠାରୁ ସୁନ୍ଦର ସ୍ଥାନ ଆଇଫେଲ ଟାଓ୍ଵାରରେ ଏହାର ପ୍ରିମିୟର କରିବା ପାଇଁ ନିଷ୍ପତି ନେଇଛନ୍ତି ।

ଆଇଫେଲ ଟାଓ୍ଵାରରେ ପ୍ରିମିୟର ହେବ ଫିଲ୍ମ ‘ବବାଲ’:

‘ବବାଲ’ ଭାରତୀୟ ସିନେମାର ପ୍ରଥମ ଫିଲ୍ମ ଯାହାର ଆଇକନିକ୍‌ ସ୍ଥାନ ମଧ୍ୟରେ ଆସୁଥିବା ପ୍ୟାରିସର ଆଇଫେଲ ଟାଓ୍ଵାରରେ ପ୍ରିମିୟର ହେବ । ଏହାସହ ଫିଲ୍ମଟି ଏକାସାଙ୍ଗରେ ପ୍ରାୟ ୨୦୦ଟି ଦେଶରେ ରିଲିଜ ହେବ । ଏହି ସିନେମାଟି ଫିଲ୍ମ ଇଣ୍ଡଷ୍ଟ୍ରିରେ ଇତିହାସ ରଚିବା ପାଇଁ ଯାଉଛି ।

ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି ‘ବବାଲ’:

ଫିଲ୍ମର ନିର୍ମାତା ସାଜିଦ ନାଡିୟାଡଓ୍ଵାଲା ‘ବବାଲ’ ଫିଲ୍ମକୁ ଓଟିଟି ପ୍ଲାଟଫର୍ମ ‘ଆମାଜନ ପ୍ରାଇମ’ରେ ରିଲିଜ୍‌ କରିବା ପାଇଁ ନିଷ୍ପତି ନେଇଛନ୍ତି । ଫିଲ୍ମର ଅନ୍ୟ ସମସ୍ତ ନିର୍ଦ୍ଦେଶକ ମାନଙ୍କ ସହମତିରେ ଏହି ନିଷ୍ପତି ନିଆଯାଇଛି । ତେବେ ଆଶା କରାଯାଇ ପାରେ ଏହି ସିନେମା ଏକ ନୂଆ ରେକର୍ଡ ସୃଷ୍ଟି କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.