WhatsAppର ସିକ୍ରେଟ ଟ୍ରିକ! ବିନା ଗୃପରେ ଏକାସାଥିରେ ୨୫୬ ଜଣଙ୍କୁ ପଠାଇ ପାରିବେ ମେସେଜ

ହ୍ଵାଟ୍ସଆପ ନିଜର ଆପରେ ଲଗାତର ନୂଆ ନୂଆ ଫିଚର ଯୋଡୁଛି। ଲକଡାଉନ ସମୟରେ ହ୍ଵାଟ୍ସଆପ ଏମିତି ଏକ ପ୍ଲାଟଫର୍ମ ହୋଇଯାଇଛି, ଯେଉଁଥିରେ ଆମେ ଆମର ପ୍ରିୟଜନଙ୍କ ସହିତ ସମ୍ପର୍କରେ ରହିପାରୁଛନ୍ତି। ଆଜିକାଲି ହ୍ଵାଟ୍ସଆପରେ ଫଟୋ, ଭିଡିଓ ଖୁବ ସେୟାର କରାଯାଉଛି। କିନ୍ତୁ କଣ ଆପଣଙ୍କୁ ଜଣାଅଛି ହ୍ଵାଟ୍ସଆପରେ କିଛି ଏମିତି ଫିଚର ରହିଛି ଯାହାକୁ ହୁଏତ ଆପଣ ଜାଣିନଥିବେ। ହ୍ଵାଟ୍ସଆପରେ କିଛି ଏମିତି ଫିଚର ରହିଛି ଯାହାକୁ ବିନା ଗୃପ ନଥାଇ ମଧ୍ୟ ୨୫୬ ଲୋକଙ୍କୁ ସହଜରେ ମେସେଜ କରିପାରିବେ।

ଆଜ୍ଞା ହଁ, ଆପଣ ଯାହା ଶୁଣିଲେ ଠିକ ଶୁଣିଲେ ହ୍ଵାଟ୍ସଆପର ଏମିତି ଏକ ଫିଚର ରହିଛି, ଯାହା ଦ୍ୱାରା ଆପଣ ଗୋଟିଏ ସମୟରେ ବା ଏକାସାଙ୍ଗରେ ୨୫୬ ଜଣଙ୍କୁ ମେସେଜ ପଠାଇପାରିବେ। ତାହେଲେ ଆସନ୍ତୁ ଜାଣିବା ଏହି ସେଟିଙ୍ଗ ଫିଚର ବିଷୟରେ ଏବଂ ଏହା କେମିତି କରିଥାଏ କାମ।

app-ଏଥିପାଇଁ ସର୍ବପ୍ରଥମେ ହ୍ଵାଟ୍ସଆପ ଖୋଲନ୍ତୁ। ଏଥିରେ ଡାହାଣ ପଟେ ଦେଖାଯାଉଥିବା ତିନୋଟି ଡଟ ଉପରେ କ୍ଲିକ କରନ୍ତୁ।

-ଏଠାରେ କ୍ଲିକ କରିବା ପରେ ଆପଣଙ୍କୁ ଅନେକ ଅପ୍ସନ ନଜର ଆସିବ। ଯେଉଁଥିରେ ଆପଣଙ୍କୁ  New Broadcastକୁ ସିଲେକ୍ଟ କରିବାକୁ ହେବ।

-ଏହାପରେ ଆପଣଙ୍କୁ ସେହି ସମସ୍ତଙ୍କ କଣ୍ଟାକ୍ଟକୁ ସିଲେକ୍ଟ କରିବାକୁ ହେବ ଯାହାଙ୍କୁ ଆପଣ ମେସେଜ ପଠାଇବାକୁ ଚାହୁଁଛନ୍ତି। କିନ୍ତୁ ଏହା ଧ୍ୟାନ ରଖନ୍ତୁ ଯେ ଆପଣ ଯାହାଙ୍କୁ ମେସେଜ କରିବେ ତାଙ୍କ ପାଖରେ ତାଙ୍କ ନମ୍ବର ଥିବା ଉଚିତ।

app-ଯେତେବେଳେ ଆପଣଙ୍କ ଲିଷ୍ଟ ପୂରା ହୋଇଯିବ, ସେତେବେଳେ ଗ୍ରୀନ ଟିକ ଉପରେ କ୍ଲିକ କରନ୍ତୁ। ଏବେ ଆପଣଙ୍କ ପାଖରେ ଏକ ଲିଷ୍ଟ ତିଆରି ହୋଇଯିବ। ଯେଉଁଥିରେ ଆପଣଙ୍କୁ ଏକାସାଥିରେ ମେସେଜ ପଠାଇପାରିବେ।

-ଏଥିରେ ଯାହାଙ୍କୁ ଆପଣ ମେସେଜ କରିବେ ତାଙ୍କୁ ବିଲକୁଲ ମଧ୍ୟ ଜଣାପଡିବନାହିଁ ଯେ ଆପଣ ତାଙ୍କୁ ଏକା ସାଥିରେ ମେସେଜ କରିଛନ୍ତି ବୋଲି। ଏହି ଫିଚର ଦ୍ୱାରା ଆପଣଙ୍କ ସମୟ ବଂଚିଯିବ। ଏହାସହିତ ଏତେ ଜଣଙ୍କୁ ମେସେଜ କରିବା ପାଇଁ ଆପଣଙ୍କୁ ଗୃପ ମଧ୍ୟ କରିବାକୁ ପଡିବନାହିଁ।

Leave A Reply

Your email address will not be published.