You tube ପରେtwitter ନିଜର ବ୍ଲୁ ବାର୍ଡକୁ କଳା କରିଦେଇଛି। କରୋନା ସଙ୍କଟ ମଧ୍ୟରେ ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଦେଶରେ ହିଂସା ଦେଖାଦେଇଛି । ଏହା ପରେ ଟ୍ୱିଟର ବିରୋଧୀଙ୍କ ସହିତ ଏକତା ଦେଖାଇବା ପାଇଁ ନିଜ ପ୍ରୋଫାଇଲ୍ ଓ କଭର ଫଟୋକୁ ବ୍ଲାକ୍ କରିଛି । ଏହାଛଡା ଟ୍ଵିଟର ପ୍ରୋଫାଇଲ ବାୟୋରେ #BlackLivesMatter ହାଶଟ୍ୟାଗ୍ ମଧ୍ୟ ବ୍ୟବହାର କରିଛି।
ଆମେରିକାରେ ଗତ ୨୫ ତାରିଖରେ ମିନିୟାପୋଲିସରେ ପୋଲିସକର୍ମୀଙ୍କ ହାତରେ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ଜର୍ଜଙ୍କ ମୃତ୍ୟୁ ଆମେରିକାରେ ପୁଣି ଥରେ କଳା ଗୋରା ଭେଦଭାବ ଆରମ୍ଭ କରିଛି । ଜର୍ଜଙ୍କ ମୃତ୍ୟୁ ପରେ ଆମେରିକାରେ Black Lives Matter ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନ ସମର୍ଥନରେ ନ୍ୟୁୟର୍କ ଓ ଲସ୍ ଏଞ୍ଜେଲସ୍ ରାସ୍ତାକୁ ଓହ୍ଲାଇ ଜର୍ଜଙ୍କ ପାଇଁ ନ୍ୟାୟ ଦାବି କରୁଛନ୍ତି ସମର୍ଥକ ।
ସୂଚନାଯୋଗ୍ୟ, ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ମୃତ ବ୍ୟକ୍ତିଙ୍କ ବେକକୁ ପୋଲିସକର୍ମୀ ନିଜ ଆଣ୍ଠୁରେ ଦବେଇ ରଖିଥିଲେ । ଭିଡିଓରେ ବ୍ୟକ୍ତି ଜଣକ ପୋଲିସକର୍ମୀଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଛି ବୋଲି ମଧ୍ୟ କହିଥିଲେ । ଭିଡିଓ ଭାଇରାଲ ହେବାପରେ ୪ ଜଣ ପୋଲିସକର୍ମୀଙ୍କୁ ଚାକିରୀରୁ ହଟାଇ ଦିଆଯାଇଛି ଏବଂ ଯାଞ୍ଚ ଆଦେଶ ଦିଆଯାଇଛି । ଏହାପରେ ବିଦ୍ରୋହ ଆରମ୍ଭ ହେବା ପରେ ଆମେରିକାରେ ପ୍ରାୟ ୨,୫୬୪ ଲୋକ ଗିରଫ ହୋଇଛନ୍ତି। ଏହି ହିଂସା ଏବେ ୧୪୦ ସହରକୁ ବ୍ୟାପି ଗଲାଣି।