ନବରଙ୍ଗପୁର: ରାଇଘର କୁମୁଲି ଗାଁରେ ଅଭାବନୀୟ ଘଟଣା, ବାପାର ଶାବଳ ମାଡରେ ପୁଅର ମୃତ୍ୟୁ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁମୁଲି ଗ୍ରାମ ଛକ ନିକଟରେ ଏକ ଲୋମହର୍ଷଣକାରୀ ହତ୍ଯାକାଣ୍ଡ ଘଟିଯାଇଛି l ଘରୋଇ କଳହକୁ ନେଇ ବାପାର ଶାବଳ ଚୋଟରେ ପୁଅର ମୃତ୍ୟୁ ହୋଇଛି । ତେବେ ଗତକାଲି ରାତି ୧୨ ଟା ସମୟରେ ଏହି ହତ୍ଯାକାଣ୍ଡ ଘଟିଥିଲା ।

ସୂଚନା ଅନୁଯାୟୀ, ବାପା ଅମଲ୍ ବାସୁ ଏବଂ ମଝିଆ ପୁଅ ଅସିତ ବାସୁଙ୍କ ଭିତରେ ପ୍ରାୟ ସମୟରେ କଳହ ଲାଗିରହୁଥିଲା । କିନ୍ତୁ ହଠାତ୍ ଗତକାଲି ରାତିରେ ଅମଲ୍ ବାସୁ ହଠାତ୍ ଉତକ୍ଷିପ୍ତ ହୋଇ ୨୪ବର୍ଷର ପୁଅ ଅସିତ ବାସୁକୁ ଶାବଳ ସାହାଯ୍ୟରେ ମୁଣ୍ଡକୁ ପିଟି ଦେବା ଫଳରେ ଘଟଣା ସ୍ଥଳରେ ହିଁ ଅସିତର ମୃତ୍ୟୁ ଘଟିଥିଲା l ପୁଅକୁ ହତ୍ୟା କରିବା ପରେ ଆଜି ଭୋରରୁ ଅମଲ୍ ସ୍ଥାନୀୟ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି l ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.