Below header

କମ ଦାମରେ ଲଞ୍ଚ ହେଲା Lava Blaze 2ର 5G ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

କମ ଦାମରେ ଦମଦାର ଫିଚର ସହିତ, Lava ଏହାର ପାଓ୍ଵାରଫୁଲ 5G ସ୍ମାର୍ଟଫୋନ୍ Blaze 2 5G ମାର୍କେଟରେ ଲଞ୍ଚ କରିଛି । ଯାହାର ଦାମ୍‌ ୯,୯୯୯ ଟଙ୍କା ରହିଛି । ପ୍ରଥମ ଥର ପାଇଁ ଏହି ସ୍ମାର୍ଟଫୋନରେ ପ୍ରିମିୟମ୍ ଗ୍ଲାସ୍ ବ୍ୟାକ୍ ଏବଂ ସେଗମେଣ୍ଟର ପ୍ରଥମ ରିଙ୍ଗ୍ ଲାଇଟ୍ ଦିଆଯାଇଛି ।

କମ ଦାମରେ ଦମଦାର ଫିଚର ସହିତ, Lava ଏହାର ପାଓ୍ଵାରଫୁଲ 5G ସ୍ମାର୍ଟଫୋନ୍ Blaze 2 5G ମାର୍କେଟରେ ଲଞ୍ଚ କରିଛି । ଯାହାର ଦାମ୍‌ ୯,୯୯୯ ଟଙ୍କା ରହିଛି । ପ୍ରଥମ ଥର ପାଇଁ ଏହି ସ୍ମାର୍ଟଫୋନରେ ପ୍ରିମିୟମ୍ ଗ୍ଲାସ୍ ବ୍ୟାକ୍ ଏବଂ ସେଗମେଣ୍ଟର ପ୍ରଥମ ରିଙ୍ଗ୍ ଲାଇଟ୍ ଦିଆଯାଇଛି । ଏହି ସ୍ମାର୍ଟଫୋନ୍ ବଜାରରେ ୩ଟି କଲର ଅପ୍ସନରେ ଲଞ୍ଚ କରାଯାଇଛି ଯେଉଁଥିରେ ଗ୍ଲାସ୍ ବ୍ଲାକ୍, ଗ୍ଲାସ୍ ବ୍ଲୁ ଏବଂ ଗ୍ଲାସ୍ ଲାଭେଣ୍ଡର କଲର ସାମିଲ ଅଛି । ଏହି ସ୍ମାର୍ଟଫୋନ୍ ଲଞ୍ଚ ହେବା ଦିନଠାରୁ ୟୁଜରମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି ।

ସ୍ପେସିଫିକେସନ ଓ ଫିଚର :
ସ୍ମାର୍ଟଫୋନକୁ ଦୁଇଟି ଭାରିଆଣ୍ଟରେ କିଣାଯାଇପାରିବ: ୪ GB RAM + ୬୪ GB ଷ୍ଟୋରେଜ୍, ଯାହାର ଦାମ୍‌ ୯,୯୯୯ ଟଙ୍କା ରହିଛି ଏବଂ ୬ GB RAM + ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍‌ ୧୦,୯୯୯ ଟଙ୍କା ରହିଛି । ୯ ନଭେମ୍ବରରୁ ଲାଭା ୱେବସାଇଟ୍, ବ୍ରାଣ୍ଡ ରିଟେଲ ଷ୍ଟୋର୍ ଏବଂ ଆମାଜନ ମାଧ୍ୟମରେ ଏହି ସ୍ମାର୍ଟଫୋନ୍ କିଣା ଯାଇପାରିବ । Lava Blaze 2 5G ଏକ ମିଡିଆ ଟେକ୍ ଡାଇମେନସିଟି ୬୦୨୦ ଚିପସେଟ ଏବଂ ୫୦୦୦mAh ବ୍ୟାଟେରୀ ଦ୍ୱାରା ଚାଲିଥାଏ ଯାହା USB Type-C ଦ୍ୱାରା ୧୮W ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରେ ।

ଏହାର ଷ୍ଟୋରେଜ୍ କ୍ଷମତା ମାଇକ୍ରୋ SD କାର୍ଡ ଦ୍ୱାରା 1TB ପର୍ଯ୍ୟନ୍ତ ବଢ଼ାଯାଇପାରିବ । ସ୍ମାର୍ଟଫୋନରେ 2.5D କର୍ଭଡ ସ୍କ୍ରିନ ଏବଂ ୯୦Hz ରିଫ୍ରେସ୍‌ ରେଟ୍‌ ସହିତ ୬.୫୬-ଇଞ୍ଚ HD + IPS ପଞ୍ଚ-ହୋଲ୍ ଡିସପ୍ଲେ ରହିଛି । ଲାଭା ସ୍ମାର୍ଟଫୋନରେ ୫୦MPର ରିୟର କ୍ୟାମେରା ଏବଂ ୮ MPର ଫ୍ରଣ୍ଟ କ୍ୟାମେରା ସହିତ ଦମଦାର ସେଲଫି ପାଇଁ ସ୍କ୍ରିନ୍ ଫ୍ଲାସ୍ ରହିଛି ।

ସ୍ମାର୍ଟଫୋନର ଇନବିଲ୍ଟ କ୍ୟାମେରା ଫିଚରରେ ଫିଲ୍ମ, ସ୍ଲୋ ମୋସନ୍‌, ଟାଇମଲ୍ୟାପ୍ସ, UHD, GIF, ବ୍ୟୁଟି, HDR, ନାଇଟ୍, ପୋଟ୍ରେଟ୍, ଏଆଇ, ପ୍ରୋ, ପାନୋରାମା, ଫିଲ୍ଟର୍ ଏବଂ ଇଣ୍ଟେଲିଜେଣ୍ଟ୍ ସ୍କାନିଂ ଭଳି ବିଭିନ୍ନ ମୋଡ୍ ସାମିଲ ଅଛି । ଏହା ଅଟୋ-କଲ୍ ରେକର୍ଡିଂ ମଧ୍ୟ ଦେଇଥାଏ ଏବଂ ଏଥିରେ ସାଇଡ୍‌ ଫିଙ୍ଗର ପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.