ସମ୍ଭାବ୍ୟ ସୁନାମି ମୁକାବିଲା ପାଇଁ ରାଜ୍ୟର ୬ଟି ଉପକୂଳ ଜିଲ୍ଲାରେ କରାଯିବ ମକଡ୍ରିଲ

ଆଗୁଆ ସତର୍କତା ଓ ନିରାକରଣ ଏହାର ଭୟାବହତାକୁ କମ୍ କରିପାରିବ । ସୁନାମୀ ଆସିଲେ କିପରି ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯିବ, ଚିକିତ୍ସା ଏବଂ ଉଦ୍ଧାର କରାଯିବ ସେନେଇ ସଚେତନତା କରାଯିବ ।

କେନ୍ୟୁଜ୍(ବ୍ୟୁରୋ):  ଆଜି ବିଶ୍ବ ସୁନାମି ସଚେତନତା ଦିବସ । ସମ୍ଭାବ୍ୟ ସୁନାମି ମୁକାବିଲା ପାଇଁ ରାଜ୍ୟର ୬ଟି ଉପକୂଳ ଜିଲ୍ଲାରେ ମକଡ୍ରିଲ କରାଯିବ । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏବଂ ଗଞ୍ଜାମ ଜିଲ୍ଲାର ଉପକୂଳବର୍ତ୍ତୀ ୩୦ଟି ଗାଁରେ ମକଡ୍ରିଲ୍ ହେବ । ସୁନାମି ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ । ଆଗୁଆ ସତର୍କତା ଓ ନିରାକରଣ ଏହାର ଭୟାବହତାକୁ କମ୍ କରିପାରିବ । ସୁନାମୀ ଆସିଲେ କିପରି ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଅଣାଯିବ, ଚିକିତ୍ସା ଏବଂ ଉଦ୍ଧାର କରାଯିବ ସେନେଇ ସଚେତନତା କରାଯିବ ।

ବିଭିନ୍ନ ଅଞ୍ଚଳରେ ମକଡ୍ରିଲ ବେଳେ ଓଡ୍ରାଫ୍, ଅଗ୍ନିଶମ ବାହିନୀ ଓ ଜିଲ୍ଲା ପ୍ରଶାସନ ଉପସ୍ଥିତ ରହିଛନ୍ତି । ସମୁଦ୍ରରେ ସୃଷ୍ଟି ହେଉଥିବା ଭୂକମ୍ପ କାରଣରୁ ସୁନାମୀ ଆସିଥାଏ । ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରି ପ୍ରସ୍ତୁତି ପାଇଁ ସମୟ ମିଳିନଥାଏ । ସମ୍ଭାବ୍ୟ ସୁନାମି ମୁକାବିଲା ପାଇଁ କିଭଳି ପ୍ରସ୍ତୁତ ରହିବେ ସେଥିପାଇଁ ମକଡ୍ରିଲ ହେଉଛି। ସମୁଦ୍ର ଉପକୂଳରେ ଥିବା ବିଭିନ୍ନ ବନ୍ୟା ଆଶ୍ରୟସ୍ଥଳୀରେ ଲାଗି ସାଇରନ୍ ବଜିବା ସହ ଭଏସ୍ ମେସେଜ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.