ଜର୍ମାନୀ ହାମବର୍ଗ ବିମାନବନ୍ଦରରେ ଗୁଳି ଚଲାଇ ଆତଙ୍କ ରଚିଲା କାର୍‌ ଚାଳକ, ୨୭ ବିମାନ ଉଡାଣ ପ୍ରଭାବିତ

ଜର୍ମାନୀର ହାମବର୍ଗ ବିମାନବନ୍ଦରରେ ରାତି୮ ଟା ସମୟରେ ଜଣେ କାର ଚାଳକ ଜବରଦସ୍ତି ବିମାନବନ୍ଦର ପଡିଆରେ ପ୍ରବେଶ କରି ଦୁଇ ରାଉଣ୍ଡ ଗୁଳି ଚଳାଇଲା । ଫଳରେ ବିମାନବନ୍ଦରରେ ହଡକମ୍ପ ସୃଷ୍ଟି ହୋଇଥିଲା । ଏହା ପରେ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଥିଲା ।

ଜର୍ମାନୀର ହାମବର୍ଗ ବିମାନବନ୍ଦରରେ ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଛି ଜଣେ କାର୍‌ ଚାଳକ । ଶନିବାର ରାତି୮ ଟା ସମୟରେ ଜଣେ କାର ଚାଳକ ଜବରଦସ୍ତି ବିମାନବନ୍ଦର ପଡିଆରେ ପ୍ରବେଶ କରି ଦୁଇ ରାଉଣ୍ଡ ଗୁଳି ଚଳାଇଲା । ଫଳରେ ବିମାନବନ୍ଦରରେ ହଡକମ୍ପ ସୃଷ୍ଟି ହୋଇଥିଲା । ଏହା ପରେ ବିମାନ ବନ୍ଦରକୁ ବନ୍ଦ କରିଦିଆଯାଇଥିଲା । ଏହି ଘଟଣାରେ କେହି ଆହତ ହୋଇନାହିଁ । କିନ୍ତୁ ବିମାନବନ୍ଦରରେ ବିମାନ ଉଡାଣ ଏବଂ ଅବତରଣ ବନ୍ଦ ରହିଥିବା ଜଣାପଡିଛି ।

ପୋଲିସ କହିବା ମୁତାବକ, ଗୁଳି ଚଳାଇବା ପରେ ବ୍ୟକ୍ତି ଜଣକ କାରରୁ ଦୁଇଟି ଜଳୁଥିବା ବୋତଲ ବାହାରକୁ ଫିଙ୍ଗିଥିଲେ । ଆକ୍ରମଣକାରୀଙ୍କ କାରରେ ଜଣେ ଶିଶୁ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଘଟଣା ପରେ ବିମାନ ବନ୍ଦର ବନ୍ଦ ହେବା ପରେ ପ୍ରାୟ ୨୭ ବିମାନ ପ୍ରଭାବିତ ହୋଇଛି । ଜର୍ମାନର ନ୍ୟୁଜ୍ ଏଜେନ୍ସି ଡିପିଏ ଅନୁଯାୟୀ, ଉତ୍ତର ଜର୍ମାନୀର ହାମବର୍ଗର ବିମାନ ବନ୍ଦର ଯାତ୍ରୀମାନଙ୍କ ପାଇଁ ବନ୍ଦ ରହିଥିଲା ଏବଂ ଶନିବାର ରାତିରେ ବିମାନ ଉଡ଼ାଣ ବାତିଲ କରାଯାଇଥିଲା । ଜର୍ମାନ ଫେଡେରାଲ ପୋଲିସର ମୁଖପାତ୍ର ଥୋମାସ ଗର୍ବର୍ଟ ଡିପିଏକୁ କହିଛନ୍ତି ଯେ, ଘଟଣାସ୍ଥଳରେ ତଥା ଆକ୍ରମଣକାରୀଙ୍କ ଗାଡି ଚାରିପାଖରେ ବହୁ ସଂଖ୍ୟାରେ ରାଜ୍ୟ ତଥା କେନ୍ଦ୍ର ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ଜର୍ମାନ ଫେଡେରାଲ ପୋଲିସର ମୁଖପାତ୍ର ଥୋମାସ ଗେର୍ବଟ ସୂଚନା ଦେଇଛନ୍ତି ଯେ, ୩୫ ବର୍ଷୀୟ ଆକ୍ରମଣକାରୀଙ୍କ ପତ୍ନୀ ଏବଂ ୪ ବର୍ଷର ଶିଶୁକୁ ଅପହରଣ କରି ନେଇଥିବାର ସୂଚନା ଦେଇଛନ୍ତି । ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।