Below header

‘ସାଥ ନିଭାନା ସାଥିଆ’ ସିରିଅଲ ଜାନକୀ ବା’ଙ୍କ ଦେହାନ୍ତ, ଶୋକରେ ଟିମର ସଦସ୍ୟ

ଲୋକପ୍ରିୟ ସିରିଅଲ ‘ସାଥ ନିଭାନା ସାଥିୟା’ରେ ଅଭିନୟ କରିଥିବା ଅପର୍ଣ୍ଣା କାଣେକରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଏହି ଶୋର ଅଭିନେତ୍ରୀ ଲବଲୀ ସସାନ ସୋସିଆଲ ମିଡିଆରେ ପୋଷ୍ଟ କରି ଅପର୍ଣ୍ଣାଙ୍କ ଦେହାନ୍ତ ବିଷୟରେ ଖବର ଦେଇଛନ୍ତି ।

ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ସିରିଅଲ ‘ସାଥ ନିଭାନା ସାଥିୟା’ରେ ଅଭିନୟ କରିଥିବା ଅପର୍ଣ୍ଣା କାଣେକରଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଅଭିନେତ୍ରୀଙ୍କ ମୃତ୍ୟୁ ସମଗ୍ର ସାଥ ନିଭାନା ସାଥିୟାର ସମସ୍ତ ଟିମ୍‌ ଶୋକରେ ବୁଡିଛନ୍ତି ।

ସେ ସିରିଅଲ ସାଥ ନିଭାନା ସାଥିୟାରେ ଜାନକୀ ବା ମୋଦିଙ୍କ ଭୂମିକାରେ ନଜର ଆସୁଥିଲେ । ଏହି ଶୋ ଜରିଆରେ ଘରେ ଘରେ ପରିଚିତ ଲାଭ କରିଥିଲେ ଅପର୍ଣ୍ଣା । ଏହି ଶୋର ଅଭିନେତ୍ରୀ ଲବଲୀ ସସାନ ସୋସିଆଲ ମିଡିଆରେ ପୋଷ୍ଟ କରି ଅପର୍ଣ୍ଣାଙ୍କ ଦେହାନ୍ତ ବିଷୟରେ ଖବର ଦେଇଛନ୍ତି ।

 

View this post on Instagram

 

A post shared by Lovey Sasan (@loveysasan)

ଫଟୋ ସହିତ ସେ କ୍ୟାପସନରେ ଲେଖିଛନ୍ତି – ମୋର ହୃଦୟ ଆଜି ବହୁତ ଭାରୀ, କାରଣ ମୁଁ ଜାଣିବାକୁ ପାଇଛି ଯେ ମୋର ଅତି ବିଶେଷ ବ୍ୟକ୍ତି ଏବଂ ଜଣେ ପ୍ରକୃତ ଯୋଦ୍ଧାଙ୍କର ଦେହାନ୍ତ ହୋଇଛି । ବା, ତୁମେ ଜାଣିଥିବା ସବୁଠାରୁ ସୁନ୍ଦର ଏବଂ ଶକ୍ତିଶାଳୀ ଲୋକମାନଙ୍କ ମଧ୍ୟରୁ ଜଣେ । ମୁଁ ବହୁତ କୃତଜ୍ଞ ଯେ, ସେଟରେ ଏକାଠି ସମୟ ବିତାଇବା ଏବଂ ଏକ ସଂପର୍କ ସୁଦୃଢ କରିବାର ସୁଯୋଗ ପାଇଲୁ । ମୋର ପ୍ରିୟ ବା ଶାନ୍ତିରେ ବିଶ୍ରାମ କରନ୍ତୁ । ତୁମେ ସବୁବେଳେ ସ୍ମୃତି ହୋଇ ରହିବ ।

ସୂଚନାଯୋଗ୍ୟ, ଅପର୍ଣ୍ଣା ୨୦୧୧ରେ ସିରିଅଲରେ ଜାନକୀ ବା ମୋଦି ଭାବେ ଜ୍ୟୋତ୍ସ୍ନା କାୟକରଙ୍କ ସ୍ଥାନ ନେଇଥିଲେ । ୫ ବର୍ଷ ଶୋରେ ଅଭିନୟ କରିବା ପରେ ତାଙ୍କୁ ଖୁବ ଭଲପାଇବା ମିଳିଥିଲା । ତେବେ ଅଭିନେତ୍ରୀଙ୍କ ମୃତ୍ୟୁର କାରଣ କ’ଣ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଅପର୍ଣ୍ଣାଙ୍କ ମୃତ୍ୟୁ ସମସ୍ତେ ବହୁତ ଦୁଃଖିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.