Below header

ଘରେ ଫୋନ ବନାଇଲେ ୫୦ ହଜାର ଟଙ୍କା ସହିତ ଅନେକ ସୁଯୋଗ ଦେଉଛି ଭାରତର ଏହି ବଡ କମ୍ପାନୀ, ଜାଣନ୍ତୁ କଣ ରହିଛି ପ୍ରତିଯୋଗିତା

ଚୀନ୍ ସହିତ ବିବାଦ ପରେ ସେଠାରେ ଥିବା ସାମଗ୍ରୀକୁ ମଧ୍ୟ ବର୍ଜନ କରାଯାଉଛି ଏବଂ ଲୋକମାନେ ମେଡ୍ ଇନ୍ ଇଣ୍ଡିଆ ଉପରେ ଜୋର ଦେଉଛନ୍ତି । ଏହି ସମୟରେ ଭାରତୀୟ ସ୍ମାର୍ଟଫୋନ୍ କମ୍ପାନୀ ଲାଭା ଘରେ ଫୋନ୍ ତିଆରି କରିବାକୁ ଅଫର ଦେଉଛି । ଏଥିପାଇଁ କମ୍ପାନୀ ଏକ ପ୍ରତିଯୋଗିତା ଆୟୋଜନ କରୁଛି । ଯେଉଁଥିରେ ବିଜେତାଙ୍କୁ 50,000 ଟଙ୍କା ପର୍ଯ୍ୟନ୍ତ ନଗଦ ପୁରସ୍କାର ଦିଆଯିବ ।

ସୂଚନା ଅନୁଯାୟୀ ଲାଭା ଡିଜାଇନ୍ ଇନ୍ ଇଣ୍ଡିଆ (Design In India)ପ୍ରତିଯୋଗିତା ଘୋଷଣା କରିଛି ଯେଉଁଥିରେ କମ୍ପାନୀ ଦେଶର ବିଭିନ୍ନ ଇଞ୍ଜିନିୟରିଂ ଛାତ୍ରଙ୍କୁ ଏଥିରେ ଭାଗ ନେବାକୁ କହିଛି । ଯେଉଁମାନେ ଏଥିରେ ଭାଗ ନେବାକୁ ଚାହାଁନ୍ତି ସେମାନେ ଏକରୁ ତିନି ଗୋଷ୍ଠୀରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ଫୋନ୍ ତିଆରି କରିବାବେଳେ ଲାଭା ଟିମ ସେମାନଙ୍କ ଉପରେ ନଜର ରଖିବେ।

Lava is paying 50,000 rupees for making a phone at home know what is the contest

ଲାଭା ଏହି ପ୍ରତିଯୋଗିତା ପାଇଁ ପଞ୍ଜୀକରଣ ଆରମ୍ଭ କରିଛି । ଯଦି ଆପଣ ମଧ୍ୟ ଏଥିରେ ଭାଗ ନେବାକୁ ଚାହାଁନ୍ତି, ତେବେ ଜୁଲାଇ ୨ ରୁ ଜୁଲାଇ ୯, ୨୦୨୦ ପର୍ଯ୍ୟନ୍ତ ଆପଣ ଏଥିପାଇଁ ପଞ୍ଜୀକୃତ କରିପାରିବେ । ମୂଲ୍ୟ ବିଷୟରେ କହିବାକୁ ଗଲେ, ଶ୍ରେଷ୍ଠ ତିନି ବିଜେତା ଦଳ ଲାଭାରେ ପ୍ରି-ପ୍ଲେସମେଣ୍ଟ ଇଣ୍ଟରଭିୟୁ ବ୍ୟତୀତ ୫୦ ହଜାର ଟଙ୍କା, ୨୫ ହଜାର ଟଙ୍କା ଏବଂ ୧୫ହଜାର ଟଙ୍କା ପୁରସ୍କାର ପାଇବେ ।

ଏହି ଲାଭା କଣ୍ଟେସ୍ଟ ତିନୋଟି ଭାଗରେ ଅନୁଷ୍ଠିତ ହେବ । ଏଥିରେ କମ୍ପାନୀ ଆଇଡିଏସନ, ପ୍ରୋଟୋଟାଇପ୍ ପ୍ରସ୍ତୁତି ଏବଂ ପ୍ରେଜେଣ୍ଟେସନ ପରି ତିନୋଟି ଭିନ୍ନ ଭିନ୍ନ ପାର୍ଟସ ଉପରେ ପ୍ରତିଯୋଗିତା କରିବ । କମ୍ପାନୀ ଅନୁଯାୟୀ ଏହି ପ୍ରତିଯୋଗିତା ଦ୍ୱାରା ବ୍ରାଣ୍ଡକୁ ଶକ୍ତି ମିଳିବ । ଏହା ବ୍ୟତୀତ ଗ୍ରାହକମାନେ ଫୋନରେ କଣ କଣ ଡିମାଣ୍ଡ କରୁଛନ୍ତି ତାହା ଜାଣିବା ପାଇଁ ଆମେ ଏକ ସୁଯୋଗ ମଧ୍ୟ ପାଇବୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.