Below header

ଖୁବ ଶୀଘ୍ର କମିବ CNG ଓ PNG ଦର ! ଏନେଇ ପ୍ରସ୍ତୁତି ଚଳାଇଛନ୍ତି କେନ୍ଦ୍ର ସରକାର

କେନ୍ଦ୍ର ସରକାର ଖୁବ ଶୀଘ୍ର ସିଏନଜି ଓ ପିଏନଜି ମୂଲ୍ୟ ହ୍ରାସ କରାଇବା ନେଇ ଯୋଜନା କରୁଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛିକି, ଖୁବ କମ ଦିନ ଭିତରେ ଗ୍ୟାସ ମୂଲ୍ୟ ହ୍ରାସ କରାଯିବା ସହ ଏହାକୁ କିପରି ସାଧାରଣ ଲୋକଙ୍କ ନିକଟରେ ସହଜରେ ପହଞ୍ଚା ଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ଆଉ ସବୁଠୁ ଖାସ କଥା ହେଉଛିକି, ଦେଶର ସମସ୍ତ ଏମଏସଏମଇ ଉଦ୍ୟୋଗ ଗୁଡିକୁ ବି ଏହି ନାଚୁରାଲ ଗ୍ୟାସ ଜରିଆରେ ସଞ୍ଚାଳିତ କରିବା ନେଇ ପ୍ରସ୍ତୁତ କରାଯାଉଛି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ଅନୁଯାୟୀ, ପ୍ରାକୃତିକ ଗ୍ୟାସର ପରିବହନ ଉପରେ ଲଗାଯାଉଥିବା ଶୁଳ୍କକୁ ମଧ୍ୟ କମ କରାଯିବା ନେଇ ମଧ୍ୟ ନିଷ୍ପତ୍ତି ନିଆଯାଉଛି । ଅର୍ଥାତ ପ୍ରାକୃତିକ ଗ୍ୟାସର ଟ୍ରାନ୍ସପୋରଟେସନ କଷ୍ଟକୁ କମ କରାଯିବା ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦିଆଯାଇଛି । ଏହା ସହ ପ୍ରାକୃତିକ ଗ୍ୟାସ ଗୁଡିକ ଉପରେ ଜିଏସଟି ଟ୍ୟାକ୍ସ ଲଗାଯିବା ନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରାଯାଉଛି ।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ, ଅନୁଯାୟୀ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଖୁବ କମ ଦିନ ଭିତରେ ଏଲଏନଜି ଟର୍ମିନାଲ ସ୍ଥାପନ କରାଯିବ । ଯାହାଦ୍ୱାରା ଦେଶର କୋଣ ଅନୁକୋଣକୁ ସହଜରେ ପ୍ରାକୃତିକ ଗ୍ୟାସ ପହଞ୍ଚା ଯାଇପାରିବ । ଏସବୁବାଦ ଧାର୍ଯ୍ୟ ସମୟ ମଧ୍ୟରେ ଦେଶରେ ସରକାର ପାଇପ ଲାଇନ ବ୍ୟବସ୍ଥା ଷ୍ଟ୍ରଙ୍ଗ କରିବାକୁ ମଧ୍ୟ ଉଦ୍ୟମ କରୁଛନ୍ତି । ଏହା ସହ ସେ ଏହା ମଧ୍ୟ କହିଛନ୍ତିକି, ଭାରତ ଓ ବିଭିନ୍ନ ଆନ୍ତଜାତୀୟ ଏନର୍ଜି କର୍ପୋରେସନ ତେଲ ସୁରକ୍ଷା, ଉର୍ଜା ଦକ୍ଷତା , ଟେକ୍ନିକାଲ ସହଯୋଗ କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବା ନେଇ ଆଲୋଚନା ଚଳାଇଛନ୍ତି । ଅନ୍ୟପକ୍ଷରେ ମନ୍ତ୍ରାଳୟ ତରଫରୁ ଏହା ମଧ୍ୟ କୁହାଯାଇଛିକି, କରୋନା ଭାଇରସ କାରଣରୁ ଅନେକ ଚ୍ୟାଲେଞ୍ଜ ବିଶ୍ୱ ସମ୍ମୁଖରେ ଉଭା ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.