Below header

କମେଡିଆନ ସୁନୀଲ ଗ୍ରୋଭର ହେଲେ ହିନ୍ଦୀ ଶିକ୍ଷକ, ଅନଲାଇନ କ୍ଳାସରେ ପିଲାଙ୍କୁ ଏମିତି ପଢ଼ାଇଲେ ପାଠ

ଦେଶବ୍ୟାପୀ କରୋନା ଭାଇରସ ପ୍ରକୋପ ବଢିଚାଲିଥିବା ବେଳେ ମାର୍ଚ୍ଚ ମାସରୁ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ଆଦିକୁ ବନ୍ଦ ରଖାଯାଇଛି । ଏହି ସମୟରେ ଶିକ୍ଷକ ମାନେ ପିଲାଙ୍କର ଅନଲାଇନ ସାହାଯ୍ୟରେ କ୍ଲାସ ନେବା ସହ ଭିଡିଓ କାନଫରେନସିଙ୍ଗ ଜରିଆରେ ପାଠ ପଢ଼ାଉଉଛନ୍ତି । ଏଭଳି ସମୟରେ ପିଲା ମାନେ ଶିକ୍ଷକ ମାନଙ୍କୁ ହଇରାଣ କରୁଥିବା ନେଇ ଅନେକ ଭିଡିଓ ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଭାଇରାଲ ହେବାରେ ଲାଗିଛି । ଦେଶରେ ଗୁଥି ନାଁରେ ପସିଦ୍ଧି ଲାଭ କରିଥିବା ସୁନୀଲ ଗ୍ରୋଭର ବି ବେକ ହାସ୍ୟାତ୍ମକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଜାରି କରିଛନ୍ତି । ଯାହାକୁ ଦେଖି ଆପଣ ବି ନହସି ରହି ପାରିବେ ନାହିଁ । ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ସୁନୀଲ ସେୟାର କରିଥିବା ଭିଡିଓ ଟିରେ ଉଭୟ ଶିକ୍ଷକ ଓ ଛାତ୍ର ଭୂମିକାରେ ନଜର ଆସିଛନ୍ତି । ଛାତ୍ର ଭାବେ ନିଜ ଶିକ୍ଷକଙ୍କୁ ହଇରାଣ କରୁଛନ୍ତି ସୁନୀଲ ।

 

View this post on Instagram

 

Virtual classes main badmaash bachhe😋

A post shared by Sunil Grover (@whosunilgrover) on

 

ଭିଡିଓ ଟିରେ ଟିଚର ସୁନୀଲ କ୍ଲାସରେ ପ୍ରବେଶ କରି ଛାତ୍ର ମାନଙ୍କୁ କହୁଛନ୍ତିକି, ଟିଙ୍କୁ ଭରଚୁଆଲ କ୍ଲାସରେ ଆପଣଙ୍କୁ ସ୍ୱାଗତ । ଆଜି ଆମେ ସମସ୍ତେ ହିନ୍ଦୀ ପଢ଼ିବୁ,” । ଏତିକି ଶୁଣିବା ମାତ୍ରେ ହିଁ ଛାତ୍ର ଟିଙ୍କୁ ପାଠ ପଢିବା ପାଇଁ ଧୀର ସ୍ଥିର ଭାବେ ବସି ରହୁଛି । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଯୋଗାଯୋଗ ହୋଇନପାରିବାରୁ ଶିକ୍ଷକଙ୍କୁ ଲାଗୁଛିଯେ, ହୁଏତ କୌଣସି ଇଣ୍ଟରନେଟ ପ୍ରବ୍ଲେମ ଅଛି । ଏହି ସମୟରେ କ୍ଳାସ ଟିର ପଛପଟରୁ ଜଣେ ମହିଳା ଆସୁଛନ୍ତି | ଶିକ୍ଷକଙ୍କୁ ଲାଗୁଛିଯେ ଟିଙ୍କୁ ବଦମାସୀ କରୁଛି । ଏହି କାରଣରୁ ସେ ଟିଙ୍କୁକୁ ଖୁବ ଗାଳି ଦେଉଛନ୍ତି ଆଉ ଏଭିତରେ ଭିଡିଓଟି ସମାପ୍ତ ହୋଇଯାଇଛି । ଏହି ଭିଡିଓଟି ସେୟାର ହେବା ପରେ ଏହାକୁ ୩ ଲକ୍ଷରୁ ଅଧିକ ଜଣ ଦେଖିସାରିଲେଣି । ଏହା ସହ ସୁନୀଲ ଭିଡିଓ ଟିର କ୍ୟାପ୍ସନରେ ଲେଖିଛନ୍ତିକି, “ଭରଚୁଆଲ କ୍ଲାସର ବଦମାସ ପିଲା” ।

ସୂଚନା ଦେବା ଯୋଗ୍ୟକି, ବରିଷ୍ଠ ଅଭିନେତ୍ରୀ ନିନା ଗୁପ୍ତା ଓ ପୂର୍ବ ମିସ ଇଣ୍ଡିଆ ନବନିତ କୌନଙ୍କୁ ବି ଏହି ଭିଡିଓଟି ଖୁବ ପସନ୍ଦ ଆସିଛି । ସୁନୀଲ ଗ୍ରୋଭର ହିଟ ଟିଭି ଶୋ କମେଡି ନାଇଟ୍ସ ବିଥ କପିଳ” ରେ ଗୁଥି ଓ ଡାକ୍ତର ମଶହୂର ଗୁଲାଟି ଭୂମିକାରେ ନଜର ଆସିଥିଲେ । କପିଳ କିଙ୍ଗ କପିଳ ଶର୍ମାଙ୍କ ସହ ଏକ ଟିଭି ସୋ ଜରିଆରେ ଲୋକ ଲୋଚନକୁ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.