SBI ଲଞ୍ଚ କଲା ନୂଆ କ୍ରେଡିଟ୍‌ କାର୍ଡ, ରହିବ ନାହିଁ ପିନ୍‌ ଏବଂ ସିଗନେଚର କରିବାର ଝିନଝଟ୍‌

କରୋନା ଭାଇରସର ପ୍ରକୋପକୁ ଧ୍ୟାନରେ ରଖି ପ୍ରତ୍ୟେକ ଦିନ ମାର୍କେଟରେ ନୂଆ ନୂଆ ଜିନିଷ ବଜାରକୁ ଆସୁଛି ଯାହା ଏହି ରୋଗକୁ ରକ୍ଷା କରିବ। ତେବେ ବର୍ତ୍ତମାନ ସମୟରେ ସାମାଜିକ ଦୂରତା ଏବଂ ଡିଜିଟାଲ ପେମେଣ୍ଟ ସାଧାରଣ କଥା ହୋଇଗଲାଣି। ଯାହାକୁ ନଜରରେ ରଖି ଭାରତୀୟ ଷ୍ଟେଟ ବ୍ୟାଙ୍କ ସ୍ପେଶାଲ କଣ୍ଟାକ୍ଟଲେସ ଭିଜା ଏସବିଆଇ କ୍ରେଡିଟ୍‌ କାର୍ଡକୁ ଲଞ୍ଚ କରିଛି।

ଦେବାକୁ ହେବ ନାହିଁ ପିନ୍‌

cardଏହି କାର୍ଡର ସବୁଠାରୁ ବଡ ଖାସିୟତ ହେଉଛି ଏଥିରେ ୨୦୦୦ ଟଙ୍କାର ଟ୍ରାନଜାକସନ କରିବା ଦ୍ୱାରା ଆପଣଙ୍କୁ ଏଥିରେ ନା ପିନ୍‌ ଦେବାକୁ ପଡିବ ନା ସିଗନେଚର କରିବାକୁ ପଡିବ। ଏଡାଛଡା ଷ୍ଟେଟ ବ୍ୟାଙ୍କ୍‌ ଏହା ବିଷୟରେ ସୂଚନା ଦେଇ କହିଛନ୍ତି ଯେ ଜରିଆରେ ଯଦି ଆପଣ ୭୫୦ର ପେମେଣ୍ଟ କରୁଛନ୍ତି, ତାହେଲେ କ୍ୟାସବ୍ୟାକ ମଧ୍ୟ ମିଳିପାରେ।

ଏହାସହିତ ଯେଉଁ ଲୋକମାନେ ଏହି କାର୍ଡକୁ ନେବେ ତାଙ୍କୁ ୱେଲକମ୍‌ ଗିଫ୍ଟ ଆକାରରେ ଆମାଜନ ଇନ ଗିଫ୍ଟ କାର୍ଡ ମଧ୍ୟ ଦିଆଯାଉଛି। ତେବେ ଏହି କାର୍ଡର ଟୋଟାଲ ଦାମ ୫୦୦ ଟଙ୍କା ବୋଲି ଜଣାପଡିଛି।

ସପିଂ କରିବାରେ ମିଳିବ ରିଓ୍ଵାର୍ଡ ପଏଣ୍ଟ

creditଏହାସହିତ ଏସବିଆଇର ପାଟର୍ଣ୍ଣ ସହିତ ସପିଂ କରିବାରେ ଆପଣଙ୍କୁ ରିଓ୍ଵାର୍ଡ ପଏଣ୍ଟରେ ମଧ୍ୟ ଗିଫ୍ଟ ମିଳିବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କରୋନା ଭାଇରସ ହେବା ଠାରୁ ହିଁ ବ୍ୟାଙ୍କ୍‌ ରେଗୁଲାର ନିଜର ଗ୍ରାହକଙ୍କୁ ଅନଲାଇନ ଠକାମିରୁ ଦୂରେଇ ରହିବା ପାଇଁ ଟ୍ଵିଟ ଏବଂ ମେଲ କରୁଛି। କରୋନା ଭାଇରସ କାରଣରୁ ଡିଜିଟାଲ ପେମେଣ୍ଟ ତ ବଢ଼ିଛି ତା ସହିତ ଅନଲାଇନ ଫ୍ରଡ୍‌ ମଧ୍ୟ ବଢ଼ିଯାଇଛି। ଏଥିପାଇଁ ନିଜ ନିଜ ଦାୟିତ୍ୱକୁ ଧ୍ୟାନ ଦେବା ପାଇଁ ଗ୍ରାହକଙ୍କୁ ଏହି ବିଷୟରେ ଲଗାତର ବ୍ୟାଙ୍କ୍‌ ଚେତାବନୀ ଦେଇଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.