Below header

ଲଞ୍ଚ ହେଲା ବିଶ୍ୱର ପ୍ରଥମ ଥର୍ମୋମିଟର ଫୋନ, ଜାଣନ୍ତୁ କଣ ରହିଛି ଖାସିୟତ

ଘରୋଇ ମୋବାଇଲ ନିର୍ମାତା କମ୍ପାନୀ “Lava ” ବିଶ୍ୱର ପ୍ରଥମ ଥର୍ମୋମିଟର ଫିଚର ଥିବା ଫୋନ ଲଞ୍ଚ କରିଛି । କମ୍ପାନୀ ତରଫରୁ ଏହି ସେଟର ନାଁ Lava Pulse 1 ରଖାଯାଇଥିବା ଜଣାଯାଇଛି । ଏହି ଫିଚର ଫୋନ ଜରିଆରେ ଆପଣ ସେନ୍ସରକୁ ଟଚ ନ କରି ଶରୀରର ତାପମାତ୍ରା ମାପିପାରିବେ । ଫୋନର ଟେମ୍ପରେଚର ସେନ୍ସରରୁ କିଛି ଦୂରତାରେ ହାତ କିମ୍ବା ଶରୀରରେ ଲଗାଇ ଅତି ସହଜରେ ତାପମାତ୍ରା ମାପିପାରିବେ ।

କମ୍ପାନୀ ତରଫରୁ ଏହା ମଧ୍ୟ ଦାବି କରାଯାଇଛିକି, ଏହି ଫିଚର ଫୋନ Lava Pulse 1 ପ୍ରକୃତ ଥର୍ମୋମିଟର ତୁଳନାରେ ୯୯.୫ ପ୍ରତିଶତ ଓ ଇନଫ୍ରାରେଡ ଥର୍ମୋମିଟର ତୁଳନାରେ ୯୯.୯  ପ୍ରତିଶତ ପର୍ଯ୍ୟନ୍ତ ସଠିକ ତାପମାତ୍ରା ଦେବ । ଏହାର ଆଉ ଏକ ବିଶେଷତା ହେଉଛି, ଏଥିରେ ୧୦ଟି ତାପମାତ୍ରା ରିଡିଂକୁ ସେଭ କରାଯାଇପାରିବ । ଏହାର ମୂଲ୍ୟ କମ୍ପାନୀ ପକ୍ଷରୁ ୧,୯୯୯ ଟଙ୍କା ରଖାଯାଇଥିବା ନେଇ ଜଣାଯାଇଛି । ରୋଜ ଗୋଲଡ ରଙ୍ଗର ଭେରିୟାଣ୍ଟରେ ଏହା ବଜାରରେ ଉପଲବ୍ଧ ହେବ । ଉଭୟ ଅନଲାଇନ ଓ ଅଫଲାଇନ ଷ୍ଟୋରରୁ ଏହାକୁ କିଣାଯାଇପାରିବ ।

lava

 

Lava Pulse 1 ଫୋନରେ ମଲ୍ଟି ଗ୍ରେଡ଼ ସାର୍ଟିଫାଏଡ ହେବା ସହ ଏଥିରେ ୨୩.୪ ଇଞ୍ଚର ଡିଷ୍ପ୍ଲେ ସୁବିଧା ରହିଛି । ଏହା ବ୍ୟତୀତ ଏଥିରେ ଟର୍ଚ୍ଚ, କ୍ୟାମେରା ଓ ୩୨ ଜିବି ପର୍ଯ୍ୟନ୍ତ ଏକ୍ସପେଂଡ଼େବଲ ମେମୋରୀ ସୁବିଧା ରହିଛି । ସୁପର ଶେଭିଂଗ ମୋଡ ସହିତ ଏଥିରେ ୧୮୦୦ mAh ବ୍ୟାଟେରୀ ଉପଲବ୍ଧ ଅଛି । ଆଉ ଏହାର ବ୍ୟାଟେରୀ ୬  ଦିନ ପର୍ଯ୍ୟନ୍ତ ଚାର୍ଜ ହୋଇ ରହିପାରିବ ବୋଲି କମ୍ପନୀ ତରଫରୁ ଦାବି ହୋଇଛି । ଫୋନ ସହ ଏଥିରେ ଏକ ବର୍ଷ ପାଇଁ ରିପ୍ଲେସମେଣ୍ଟ ୱାରେଣ୍ଟି ମଧ୍ୟ ରହିଛି । ଏହାବାଦ ଫୋନରେ ୱେୟାରଲେସ ଏଫଏମ ରେଡ଼ିଓ, ଡୁଆଲ ସିମ, କନେକଟ ପାଇଁ ଫୋଟୋ ଆଇକନ ସହ ହିନ୍ଦୀ- ଇରାଜୀ ପରି ଭାଷା ମାନଙ୍କର ସପୋର୍ଟ ରହିଛି । 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.