Below header

ମାତ୍ର ୭୯୯ ଟଙ୍କାରେ ସାଓମି ଆଣିଲା ସ୍ମାର୍ଟ ବଲ, ଏବେ କହିକି କରିପାରିବେ ଏହାକୁ କଣ୍ଟ୍ରୋଲ

ସାଓମି ଏହାର ନୂତନ ସ୍ମାର୍ଟ ଏଲଇଡି ବଲ୍ Mi Smart LED Bulb (B22) ଭାରତୀୟ ବଜାରରେ ଲଞ୍ଚ କରିଛି । Mi Smart LED Bulb ବଲ ପଲିକାର୍ବୋନେଟ୍ ଏବଂ ପ୍ଲାଷ୍ଟିକ୍ କ୍ଲାଡ୍ ଆଲୁମିନିୟମରେ ନିର୍ମିତ । MIର ଏହି ସ୍ମାର୍ଟ ବଲ୍ବରେ 16 ମିଲିୟନ୍ ରଙ୍ଗ ଅଛି ଯାହା ଏକ ମୋବାଇଲ୍ ଆପ୍ ମାଧ୍ୟମରେ ନିୟନ୍ତ୍ରିତ ହୋଇପାରିବ । ଗୁଗୁଲ୍ ଆସିଷ୍ଟାଣ୍ଟ ଏବଂ ଆଲେକ୍ସା ପରି ଭଏସ୍ ଆସିଷ୍ଟାଣ୍ଟ ମଧ୍ୟ Mi Smart LED Bulbରେ ସପୋର୍ଟ କରିବ । ତେବେ ସାଓମୀର ଏହି ବଲର ମୂଲ୍ୟ 799 ଟଙ୍କା ଏବଂ ଏହାକୁ ଆପଣ MIର ଅନଲାଇନ୍ ଷ୍ଟୋରରୁ କିଣିପାରିବେ ।

MIର ଏହି ବଲର କ୍ଷମତା 9W ଏବଂ ବ୍ରାଇଟନେସ 950 ଲ୍ୟୁମେନ୍ସ । 25,000 ଘଣ୍ଟାର ଲାଇଫ ସହିତ ଏଥିରେ 16 ମିଲିୟନ କଲର ଦିଆଯାଇଛି । ଯେଉଁଥିରୁ ଆପଣ ନିଜ ପସନ୍ଦର ରଙ୍ଗ ଚୟନ କରିପାରିବେ । MI ହୋମ ଆପରୁ ଏହି ବଲ୍ବକୁ କଣ୍ଟ୍ରୋଲ କରାଯାଇପାରିବ । ଏହି ଆପ୍ ଉଭୟ ଆଇଓଏସ୍ ଏବଂ ଆଣ୍ଡ୍ରଏଡ୍ ପାଇଁ କାମ କରେ ।

ଏହି ବଲ୍ବରେ କଲର ଟେମ୍ପରେଚର ରେଞ୍ଜ ହେଉଛି 1700K ଏବଂ 6500K । ଏଥିରେ ୱାଇ-ଫାଇ 802.11 b/g/n ର ସପୋର୍ଟ ଦିଆଯାଇଛି ଯାହା ସାହାଯ୍ୟରେ ଏହା ମୋବାଇଲ୍ ଆପ୍ ସହିତ କନେକ୍ଟ ହୋଇପାରିବ । ଏହି ବଲକୁ ଆପଣ କଥା କହି ମଧ୍ୟ ନିୟନ୍ତ୍ରଣ କରିପାରିବେ । Xiaomi ରେ Mi LED ୱାଇ-ଫାଇ ନାମକ ଆଉ ଏକ ସ୍ମାର୍ଟ ବଲ୍ବ ଅଛି । ଯାହାର କ୍ଷମତା 10W ଏବଂ ବ୍ରାଇଟନେସ 800 ଲ୍ୟୁମେନ୍ସ ଅଛି ଯଦିଓ ଏହି ବଲ୍ବର ମୂଲ୍ୟ 1,299 ଟଙ୍କା ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.