Below header

ସପ୍ତାହକୁ ଥରେ ବ୍ୟବହାର କରନ୍ତୁ ଏହି ହେୟାର ମାସ୍କ, ହୀରା ପରି ସାଇନିଙ୍ଗ କରିବ ଆପଣଙ୍କ କେଶ

ଋତୁ ଚକ୍ରର ପରିବର୍ତ୍ତନ, ପରିବର୍ତ୍ତିତ ଜଳବାୟୁ, ଅନିୟମିତ ଜୀବନଶୈଳୀ ଆମ ଶରୀର ଉପରେ ଅନେକ କୁପ୍ରଭାବ ପକାଇଥାଏ । ଯାହାର ସିଧାସଳଖ ପ୍ରଭାବ ଆମ ତ୍ୱଚା ଓ କେଶ ଉପରେ ପଡିଥାଏ । କେଶ ରୁକ୍ଷ ହେବା ସହ ପ୍ରବଳ ମାତ୍ରାରେ ଝଡିବା ଆରମ୍ଭ ହୋଇଯାଏ । ପ୍ରାକୃତିକ ଚମକ ହରାଇ ବସେ । ଏଥିରୁ ମୁକୁଳିବା ପାଇଁ ଆଜି କାଲିର ମହିଳା ମାନେ ଦାମୀ ଦାମୀ ପ୍ରଡକ୍ଟ କିଣି ବ୍ୟବହାର କରିଥାନ୍ତି । କିନ୍ତୁ ଜାଣନ୍ତିକି କେମିକାଲ ଯୁକ୍ତ ମହଙ୍ଗା ପ୍ରଡକ୍ଟ ବଦଳରେ ଯଦି କିଛି ନ୍ୟାଚୁରାଲ ବା ପ୍ରାକୃତିକ ଜିନିଷରେ ନିଜ ସୌନ୍ଦର୍ଯ୍ୟ ଚର୍ଚ୍ଚା କରିବା ତେବେ ଏହାର ସୁପ୍ରଭାବ ପଡିବା ସହ କୌଣସି ନକାରାତ୍ମକ ପ୍ରଭାବ ମଧ୍ୟ ରହିବ ନାହିଁ । ତେବେ ଆସନ୍ତୁ ଏମିତି କିଛି ହେୟାର ମାସ୍କ ବିଷୟରେ ଜାଣିରଖିବା ।

 hair ୧. ମୁଲତାନି ମାଟି ହେୟାର ମାସ୍କ:

ମୁଲତାନି ମାଟି- ୧୦୦ଗ୍ରାମ
ବାଦାମ ତେଲ- ୪ରୁ ୫ ବୁନ୍ଦା
ନଖ ଉଷୁମ ପାଣି – ଆବଶ୍ୟକତା ଅନୁସାରେ

– ଏକ ପାତ୍ର ନେଇ ଏହି ତିନି ମୁଲତାନି ମାଟି ଓ ତେଲକୁ ଭଲଭାବେ ମିକ୍ସ କରିଦିଅନ୍ତୁ ।
– ଏବେ ଏଥିରେ ଆବଶ୍ୟକ ମୁତାବକ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
– ପ୍ରସ୍ତୁତ ହୋଇଥିବା ମାସ୍କ କେଶରେ ଲଗାଇ ୧୫ ରୁ ୨୦ ମିନିଟ ପାଇଁ ଛାଡି ଦିଅନ୍ତୁ ।
– ପରେ ମାଇଲଡ ସାମ୍ପୁ ଲଗାଇ କେଶ ଧୋଇ ନିଅନ୍ତୁ ।
ଏହି ମାସ୍କ କେଶ ମୂଳକୁ ମଜବୁତ କରିବା ସହ ଲମ୍ବା, ଘନ, ସିଲ୍କ କରିବାରେ ସାହାଯ୍ୟ କରିବ ।

hair

୨. ଅଳସି ହେୟାର ମାସ୍କ:

ଅଳସି ମଞ୍ଜି- ଅଧା କପ
ଲେମ୍ବୁ ରସ- ଅଧା ଚାମଚ
ଏସଏନସିଆଲ ଅଏଲ- ୪ରୁ ୫ ବୁନ୍ଦା

– ପ୍ରଥମେ ଅଳସି ମଞ୍ଜିକୁ ରାତି ସାରା ବତୁରାଈ ଦିଅନ୍ତୁ ।
– ସକାଳେ ପାଣି କାଢି ଏକ ପ୍ୟାନରେ ୨ କପ ପାଣି ଦେଇ ସିଝାନ୍ତୁ ।

– ଗାଢ଼ ହେଇ ଆସିଲେ ଲେମ୍ବୁ ରସ ମିଶାଇ ପେଷି ଦିଅନ୍ତୁ ।
– ପେଷ୍ଟଟି ଥଣ୍ଡା ହୋଇଆସିଲେ ଏଥିରେ ଏସଏନସିଆଲ ଅଏଲ ମିଶାଇ ରାତିରେ ଶୋଇବା ପୂର୍ବରୁ କେଶରେ ଲଗାଇ ନିଅନ୍ତୁ ।

– ସକାଳେ ଏକ ମାଇଲଡ ସାମ୍ପୁ ସାହାଯ୍ୟରେ କେଶ ଧୋଇ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.