Below header

ଡିଲରଙ୍କ ଦାଦାଗିରି: ଚାଉଳ ବଦଳରେ ଦେଉଛନ୍ତି ଟଙ୍କା, ନନେଲେ ରାସନ କାର୍ଡ କଟାଇ ଦେବାକୁ ମିଳୁଛି ଧମକ

ଜଳେଶ୍ବର: ଉଭୟ ରାଜ୍ଯ ଏବଂ କେନ୍ଦ୍ର ସରକାରଙ୍କ ଖାଦ୍ଯ ସୁରକ୍ଷା ଯୋଜନା ଏବେ ବାଟବଣା ହେବାକୁ ବସିଛି । ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ପରିବାରର ପ୍ରତି ସଦସ୍ଯ ପିଛା ପାଞ୍ଚ କେଜି ଲେଖାଏଁ ଚାଉଳ ସରକାର ଯୋଗାଇ ଦେଇଥାନ୍ତି। ମାତ୍ର ଅଧିକାଂଶ ସ୍ଥାନରେ ଡିଲର ମାନଙ୍କ ଦାଦାଗିରି ର ଶିକାର ହେଉଛନ୍ତି ଗରୀବ ଲୋକମାନେ। ଚାଉଳ ବଦଳରେ ଟଙ୍କା ନେବା କୁ ଅଧିକାଂଶ ଡିଲର ମାନେ ଖାଉଟି ମାନଙ୍କୁ ବାଧ୍ଯ କରିବା ସହିତ ଟଙ୍କା ନନେଲେ ରାସନ କାର୍ଡ କଟାଇ ଦେବା ର ଧମକ ଦେଉଥିବା ନେଇ ଅଭିଯୋଗ ହୋଇଛି । ଯାହାର ଭିଜୁଆଲ୍ ଏବେ ଭାଇରାଲ ହେବାରେ ଲାଗିଛି।

ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ କଇନଗରୀ ପଞ୍ଚାୟତ ରେ ଏଭଳି ସାଙ୍ଘାତିକ ଘଟଣା ସାମ୍ନା କୁ ଆସିଛି । ସୂଚନା ମୂତାବକ ଏହି ପଞ୍ଚାୟତର ଡିଲର ସାଧୁ ମହାନ୍ତି ହିତାଧିକାରୀ ମାନଙ୍କୁ ସରକାରଙ୍କ ପକ୍ଷରୁ ବଣ୍ଟନ ପାଇଁ ଆସୁଥିବା ଉନ୍ନତ ମାନର ଚାଉଳ ପରିବର୍ତ୍ତେ ନିମ୍ନ ମାନର ଚାଉଳ ଦେଉଥିବାରୁ ଖାଉଟି ମାନେ ଚାଉଳ ନେବାକୁ ବିମୁଖ ହେଉଛନ୍ତି। ଏହାର ଫାଇଦା ନେଇ ଡିଲର ଜଣକ ହିତାଧିକାରୀ ମାନଙ୍କୁ ଚାଉଳ ବଦଳରେ କିଲୋ ପ୍ରତି ୧୫ ଟଙ୍କା ଲେଖାଏଁ ହିସାବରେ ଟଙ୍କା ନେବାକୁ ବାଧ୍ଯ କରୁଛନ୍ତି । ପଞ୍ଚାୟତର ୧୨୦୦ ରୁ ଉର୍ଧ୍ବ ହିତାଧିକାରୀ ଏହି ଡିଲରଙ୍କ ଉପରେ ନିର୍ଭର କରିଥାନ୍ତି । ଅନ୍ଯ କୌଣସି ବିକଳ୍ପ ଡିଲର ବ୍ଯବସ୍ଥା ନଥିବାରୁ ଏହି ଡିଲର ଜଣକ ମନଇଚ୍ଛା ହିତାଧିକାରୀ ମାନଙ୍କୁ ଶୋଷଣ କରୁଛନ୍ତି। ଖାଉଟି ମାନଙ୍କ ପାଇଁ ଆସୁଥିବା ପି ଡି ଏସ ସାମଗ୍ରୀ କେତେକାଂଶ ରେ ଲୋକଙ୍କୁ ନଦେଇ ହରିଲୁଟ କରୁଥିବା ନେଇ ମଧ୍ଯ ଅଭିଯୋଗ ହୋଇଛି।

ତେବେ ଡିଲରଙ୍କ ଦାଦାଗିରି ସମ୍ପର୍କରେ ହିତାଧିକାରୀ ମାନେ ବସ୍ତା ବ୍ଲକ ର ଯୋଗାଣ ବିଭାଗ ର ଅଧିକାରୀ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ଯ ଏ ପର୍ଯ୍ଯନ୍ତ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ପଞ୍ଚାୟତର ଏକ ନୂତନ ଡିଲର ନିଯୁକ୍ତି କରିବା ସହିତ ଏହି ଦୁର୍ନିତୀଗ୍ରସ୍ତ ଡିଲରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ ଡିଲର ସାଧୁ ମହାନ୍ତିଙ୍କୁ ପଚାରିବାରୁ ଏହି ଅଭିଯୋଗକୁ ସେ ଖଣ୍ତନ କରିଛନ୍ତି । ଏ ସମ୍ପର୍କରେ ବସ୍ତା ବ୍ଲକ ଯୋଗାଣ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ଯ କ୍ଯାମେରା ସାମ୍ନା ରେ କୌଣସି ପ୍ରତିକ୍ରିୟା ଦେବାକୁ ସିଧାସଳଖ ମନା କରି ଦେଇଥିଲେ।

ଜଳେଶ୍ବରରୁ ରାଧାଗୋବିନ୍ଦ ଦାସ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.