Below header

ବଲିଉଡ କ୍ରିକେଟ ଲଭଷ୍ଟୋରି; ଅମ୍ରିତା ସିଂ ଓ ରବି ଶାସ୍ତ୍ରୀ କରିସାରିଥିଲେ ନିର୍ବନ୍ଧ ଜାଣନ୍ତୁ କାହିଁକି ଭାଙ୍ଗିଗଲା ସେମାନଙ୍କ ସମ୍ପର୍କ

କ୍ରିକେଟ୍ ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା । ଭାରତୀୟ କ୍ରିକେଟରମାନେ ବଲିଉଡ ଅଭିନେତ୍ରୀମାନଙ୍କ ସବୁବେଳେ ଫିଦା ହୋଇ ରହିଥାନ୍ତି । ମନସୁର ଅଲି ଖାନ ପଟଉଦି-ଶର୍ମିଲା ଟାଗୋରଙ୍କ ଆଇକନିକ ଯୋଡି ଠାରୁ ଆରମ୍ଭ କରି ବିରାଟ କୋହଲି-ଅନୁଷ୍କା ଶର୍ମାଙ୍କ ଯୋଡି ପର୍ଯ୍ୟନ୍ତ ଅଭିନେତ୍ରୀ-କ୍ରିକେଟରଙ୍କ ପ୍ରେମ କାହାଣୀ ପ୍ରତ୍ୟେକ ରାଉଣ୍ଡରେ ହେଡଲାଇନ ସୃଷ୍ଟି କରିଛି । ଏପରି ଏକ ପ୍ରେମ କାହାଣୀ ହେଉଛି ରବି ଶାସ୍ତ୍ରୀ ଏବଂ ଅମୃତା ସିଂଙ୍କର ।

Indian Actresses Infamous Affair With Cricketers

 

80 ଦଶକରେ କ୍ରିକେଟ୍ ଦଳର ପୋଷ୍ଟର ବୟ ରବି ଶାସ୍ତ୍ରୀ ଅନେକ ଝିଅଙ୍କର କ୍ରସ ହୋଇ ରହିଥିଲେ । ତେବେ ଏହି ସମୟରେ ରବି ଶାସ୍ତ୍ରୀ ଏବଂ ଅମୃତା ସିଂଙ୍କ ସମ୍ପର୍କ ଖୁବ ଚର୍ଚ୍ଚାରେ ଥିଲା। ଅମୃତା ତାଙ୍କୁ ଖୋଲାଖୋଲି ଭାବେ ଷ୍ଟାଡିୟମରେ ଉତ୍ସାହିତ କରିଥିଲେ। ଉଭୟଙ୍କୁ ଏକ ପତ୍ରିକାର କଭରରେ ଏକାଠି ଦେଖିବାକୁ ମଧ୍ୟ ମିଳିଥିଲା ।


ଏହି ଫଟୋଗ୍ରାଫ୍ ମାଧ୍ୟମରେ ଦୁହେଁ ନିଜ ସମ୍ପର୍କକୁ ଅଫିସିଆଲ୍ କରିଥିଲେ । ଏହା ପରେ 1986 ମସିହାରେ ଦୁହିଁଙ୍କର ଏନଗେଜମେଣ୍ଟ ହୋଇଯାଇଥିଲା । ତେବେ ଦୁହିଁଙ୍କ ପ୍ରେମ କାହାଣୀ ବେଶୀ ଦିନ ରହିଲା ନାହିଁ । ଏକ ରିପୋର୍ଟ ଅନୁଯାୟୀ, ରବି ଶାସ୍ତ୍ରୀ ଏକ ସାକ୍ଷାତକାରରେ କହିଥିଲେ ଯେ ‘ମୁଁ କେବେ ଅଭିନେତ୍ରୀ ପତ୍ନୀ ଚାହେଁ ନାହିଁ । ମୋର ବିଶ୍ୱାସ ଯେ ମୋ ପତ୍ନୀଙ୍କ ପ୍ରଥମ ପ୍ରାଥମିକତା ଘର ହେବା ଉଚିତ୍। ଏହାର ଉତ୍ତର ଦେଇ ଅମୃତା ତୁରନ୍ତ କହିଥିଲେ,“ ବର୍ତ୍ତମାନ ମୁଁ ମଧ୍ୟ ମୋର କ୍ୟାରିୟର ହେତୁ ଏହି ସମ୍ପର୍କକୁ ଆଗକୁ ବଢ଼ାଇ ପାରିବି ନାହିଁ, କିନ୍ତୁ ମୁଁ ନିଶ୍ଚିତ ଯେ କିଛି ବର୍ଷ ପରେ ମୁଁ ଜଣେ ଫୁଲ ଟାଇମ ମା ଏବଂ ପତ୍ନୀ ହୋଇପାରିବି । ଏହାପରେ 1990ରେ ରବି ଶାସ୍ତ୍ରୀ ରିତୁଙ୍କୁ ବିବାହ କରିଥିଲେ ଏବଂ 1991 ମସିହାରେ ଅମୃତା ସିଂ ଅଭିନେତା ସୈଫ ଅଲି ଖାନଙ୍କୁ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.