Below header

ଆଗାମୀ ବର୍ଷ Windows 7ର ସପୋର୍ଟ ବନ୍ଦ କରିବ Microsoft , ଜାଣନ୍ତୁ କାହିଁକି

ଚର୍ଚ୍ଚିତ କମ୍ପାନି ମାଇକ୍ରୋସଫ୍ଟ ନିଜର କମ୍ପ୍ୟୁଟର ଅପରେଟିଙ୍ଗ୍ ସିଷ୍ଟମ ୱିଣ୍ଡୋଜ-୭ର ମେନଷ୍ଟ୍ରିମ ସପୋର୍ଟ ବନ୍ଦ କରିବା ପରେ ଏହାର ଏକ୍ସଟେଣ୍ଡ ସପୋର୍ଟ ମଧ୍ୟ ବନ୍ଦ କରିବାକୁ ଘୋଷଣା କରିଛି। କମ୍ପାନି ଅପରେଟିଙ୍ଗ୍ ସିଷ୍ଟମରେ ନୂଆ ଫିଚର ଯୋଡି ହେବା ପୂର୍ବରୁ ହିଁ  ଏହାକୁ ବନ୍ଦ କରାଯାଇଛି। ତେବେ ଏହି ଏକ୍ସଟେଣ୍ଡ ସପୋର୍ଟ ଆଗାମୀ ବର୍ଷ ୨୦୨୦ରେ ୧୪ ଜାନୁୟାରୀରେ ବନ୍ଦ ହେବ। ସୂଚନା ଅନୁଯାୟୀ ୱିଣ୍ଡୋଜ-୭କୁ ମିଳିଥିବା ଏକ୍ସଟେଣ୍ଡ ସପୋର୍ଟ ଶେଷ ହେବା ଦ୍ବାରା କମ୍ପ୍ୟୁଟର ବା ଲ୍ଯାପଟପ ଗୁଡିକ କାମ କରିବା ବନ୍ଦ ହେବ ନାହିଁ, କିନ୍ତୁ ଏଥି ସମ୍ବଦ୍ଧିୟ ୟୁଜର୍ସଙ୍କୁ ଆଉ ମାସିକ ଅପଡେଟ ମିଳିବ ନାହିଁ।

ଏମିତିରେ କମ୍ପ୍ୟୁଟରରେ କୌଣସି ବି ସମସ୍ୟା ଆସିଲେ ୟୁଜର୍ସଙ୍କୁ ସପୋର୍ଟ ମିଳି ପାରିବ ନାହିଁ। ୱିଣ୍ଡୋଜ-୭ର ଏକ୍ଟାଡେଣ୍ଡ ସପୋର୍ଟ ବନ୍ଦ ହୋଇଯିବା ଦ୍ବାରା ୱିଣ୍ଡୋଜ-୧୦ର ଚାହିଦା ବଜାରରେ ବହୁତ ବଢ଼ିଯାଇପାରେ। କାରଣ ଅଧିକାଂଶ ଲୋକ ସୁରକ୍ଷା ପ୍ୟାଚ ହାସଲ କରିବା ପାଇଁ ୱିଣ୍ଡୋଜୟର ନୂଆ ସଂସ୍କରଣକୁ ଆପଣେଇବେ। ଅବଶ୍ୟ ୱିଣ୍ଡୋଜ-୭ ବନ୍ଦ ହୋଇଯିବା ଦ୍ବାରା ୱିଣ୍ଡୋଜ-୧୦ର ଅପଗ୍ରେଡ ନମ୍ବରରେ ସୁଧାର ହେବ। ଏହା ସମ୍ଭାବନା କରାଯାଉଛି ଯେ ୱିଣ୍ଡୋଜ-୭ ବନ୍ଦ ହେବାପରେ ନୂଆ ପିସିର ବିକ୍ରି ବଢ଼ିଯିବ।

ୱିଣ୍ଡୋଜ-୧୦ରେ କରାଯାଇଛି ପ୍ରାଇବେସି ସୁଧାର

ୱିଣ୍ଡୋ-୧୦ ଲଞ୍ଚିଙ୍ଗ୍ ୨୦୧୫ରେ କରାଯାଇଥିଲା କିନ୍ତୁ ଏହାକୁ ୟୁଜର୍ସ ଏଥିପାଇଁ ପସନ୍ଦ କଲେ ନାହିଁ କାରଣ ୱିଣ୍ଡୋଜ-୭ ପାଇଁ ସପୋର୍ଟ ଉପଲବ୍ଧ ଥିଲା। ବର୍ତ୍ତମାନ ୱିଣ୍ଡୋଜ-୧୦ରେ ବହୁତ ପ୍ରାଇବେସି ସୁଧାର ମଧ୍ୟ ହୋଇଛି। ଏହି କାରଣ ପାଇଁ ୱିଣ୍ଡୋଜ-୭ ୟୁଜର୍ସ ଏହାକୁ ଜଲଦି ଆପଣେଇନେବେ। ୱିଣ୍ଡୋଜ-୧୦ର ଉପଲବ୍ଧତା ୭୦ କୋଟି ରୁ ଅଧିକ ଡିଭାଇସରେ ଆକ୍ଟିଭ ଅଛି। ଏହାକୁ ନିକଟରେ ୱେବ ଆନାଲିଟକ୍ସ ଫର୍ମ ସ୍ଟେଟ କାଉଣ୍ଟରରେ ସବୁଠୁ ପ୍ରସିଦ୍ଧ ଅପରେଟିଙ୍ଗ ସିଷ୍ଟମ ଘୋଷିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.