Below header

ମାଇକ୍ରୋସଫ୍ଟ ଚଳିତବର୍ଷ ଲଞ୍ଚ କରିବାକୁ ଯାଉଛି ନୂଆ ଫୋନ Surface Duo, ଫିଚର୍ସ ସହିତ ମିଳିବ ଲାଟେଷ୍ଟ ଅପଡେଟ୍‌ Android 11

ମାଇକ୍ରୋସଫ୍ଟ ଚଳିତ ବର୍ଷ ନୂଆ ସ୍ମାର୍ଟଫୋନ୍ ଆଣିବା ପାଇଁ ଯୋଜନା ରଖିଛି। ରିପୋର୍ଟ ଅନୁସାରେ କମ୍ପାନୀ ଜୁଲାଇର ଶେଷ ସୁଦ୍ଧା ନିଜ ଫୋଲ୍ଡେବଲ ସ୍ମାର୍ଟଫୋନ୍ surface duo ଲଞ୍ଚ୍ କରିବା ପାଇଁ ଯୋଜନା କରୁଛି । କମ୍ପାନୀ ଏହି ଫୋନ ପାଇଁ ଆଣ୍ଡ୍ରଏଡ୍ ୧୧ ଅପଡେଟ୍ ଜାରି କରିବ ଆଶା କରାଯାଉଛି । ୱିଣ୍ଡୋଜ୍ ଲାଟେଷ୍ଟ ରିପୋର୍ଟ ଅନୁସାରେ ମାଇକ୍ରୋସଫ୍ଟ ନିଜ ଡ୍ୟୁଲ-ସ୍କ୍ରିନ୍ ଡିଭାଇସ ପାଇଁ ଆଣ୍ଡ୍ରଏଡ୍-୧୧ରେ କାମ କରିବା ଆରମ୍ଭ କରିଦେଇଛି ଏବଂ ଲଞ୍ଚ୍ ପାଇଁ କିଛି ମାସ ଭିତରେ ଏହାକୁ ଅପଡେଟ୍ କରିଦିଆଯିବ ।

smartphone

ରିପୋର୍ଟ ଅନୁସାରେ ଆଣ୍ଡ୍ରଏଡର ଲାଟେଷ୍ଟ ଭର୍ସନ ସେପ୍ଟେମ୍ବରରେ ଅଫିସିଆଲ ଭାବେ ଲଞ୍ଚ କରିବ । ସରଫେସ୍ ଡୁଓର ମିଡ୍-ରେଞ୍ଜ ସ୍ପେକ୍ସ ସହିତ ଆସିବା ଆଶା କରାଯାଉଛି ଯେଉଁଥିରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୮୫୫ ଏସଓସି ୬ ଜିବି ରାମ୍+ ୬୪/୨୫୬ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ଦିଆଯାଇପାରେ ।

surface

ଫୋନରେ ରାଇଟ୍ ସାଇଡ ଡିସପ୍ଲେ ଉପରେ ଏକ ସିଙ୍ଗଲ ୧୧ ମେଗାପିକ୍ସେଲ୍ କ୍ୟାମେରା ସେନ୍ସର ମଧ୍ୟ ରହିବ ଯାହା ଫ୍ରଣ୍ଟ ଓ ରିୟର ଫେସିଂ ଫଟୋ ଓ ଭିଡିଓ ଉଭୟ ପାଇଁ ବ୍ୟବହାର କରାଯାଇହେବ । ଏହି ସ୍ମାର୍ଟଫୋନ୍ ସ୍ନାପଡ୍ରାଗନ୍ ୮୫୫ ପ୍ରୋସେସର ସହିତ ମାର୍କେଟ୍ ଆସିପାରେ । ଏଥିରେ ୫.୬ ଇଞ୍ଚର ଆମୋଲେଡ୍ ଡିସପ୍ଲେ ଦିଆଯିବ । ଏହି ସ୍ମାର୍ଟଫୋନରେ ୫ଜି ସୁବିଧା ନାହିଁ । କିନ୍ତୁ କୁହାଯାଉଛି ଏଥିରେ 4G LTE ସ୍ପିଡ୍ କିଛି ଅଧିକ ପରଫର୍ମ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.