ଟିକଟକର ଯାଗା ନେବା ପାଇଁ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଲା Moj ଆପ୍

ଭାରତରେ ଟିକଟକ୍ ବ୍ଯାନ ହେବା ପରେ ସେହିଭଳି କାମ କରୁଥିବା ଅନେକ ଆପ୍ସର ନାଁ ବର୍ତ୍ତମାନ ସାମ୍ନାକୁ ଆସୁଛି। ସୋସିଆଲ ମିଡିଆ ପ୍ଲେଟଫର୍ମ ShareChat ଟିକଟକ୍ ଭଳି ଏକ ନୂଆ Moj ଆପ୍ ଦୁଇ ଦିନ ପୂର୍ବରୁ ଲଞ୍ଚ କରିଛି। ଯାହାକୁ ବର୍ତ୍ତମାନ ପର୍ଯ୍ଯନ୍ତ ୫୦ ହଜାରରୁ ଅଧିକ ଡାଉନଲୋଡ କରିସାରିଛନ୍ତି। ଏହି ଆପ୍ ଗୁଗଲ ପ୍ଲେ ଷ୍ଟୋରରେ ମଧ୍ଯ ଉପଲବ୍ଧ ଥିବା ବେଳେ ବର୍ତ୍ତମାନ ୪.୩ ଷ୍ଟାର ରେଟିଂ ମିଳିସାରିଛି।

mojନିଜ ଭିଡିଓକୁ କରିପାରିବେ ଫିଲଟର୍ସ

ଏହି ଆପର ଖାସିୟତ ବିଷୟରେ କହିବାକୁ ଗଲେ ଏହା ସମ୍ପୂର୍ଣ୍ଣ ଟିକଟକ୍ ଭଳି ଭାରତୀୟ ଆପ୍। ଏଥିରେ ମଧ୍ଯ ଆପଣ ସର୍ଟ ଭିଡିଓ କରିପାରିବେ। ଏଥିସହ ଅନ୍ଯମାନଙ୍କ ଭିଡିଓ ଦେଖି ମଧ୍ଯ ରିଆକ୍ଟ କରିପାରିବେ। ୟୁଜର୍ସ ୧୫ ସେକେଣ୍ଡର ଭିଡିଓ କରି ଫିଲ୍ଟର୍ସ ଜରିଆରେ ଭିଡିଓକୁ ଆହୁରି ସୁନ୍ଦର କରିପାରିବେ। ଏଥିରେ ଲିପ-ସିଂକିଂଗ ଫିଚର ମଧ୍ଯ ରହିଛି।

moj1୧୫ଟି ଭାରତୀୟ ଭାଷାକୁ ମିଳିଛି ସପୋର୍ଟ

ଏହି ଆପକୁ ହିନ୍ଦୀ, ବଙ୍ଗାଳୀ, ଗୁଜୁରାତି, କନ୍ନଡ ଏବଂ ପଞ୍ଜାବୀ ସମେତ ୧୫ଟି ଭାଷାର ସପୋର୍ଟ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ଯକର କଥା ଏହି ଆପରେ ଇଂରାଜୀ ଭାଷାକୁ ସପୋର୍ଟ ଦିଆଯାଇନାହିଁ। ପ୍ଲେ ଷ୍ଟୋର ଅନୁଯାୟୀ ଏହି ଆପରେ ଆପଣଙ୍କୁ ଡ୍ଯାନ୍ସ, କମେଡି, Vlog, ଫୁଡ, DIY, ଏଣ୍ଟରଟେନମେଣ୍ଟ, ନ୍ଯୁଜ୍, ଫନି ଭିଡିଓ, ସଙ୍ଗ୍ସ ଏବଂ ଲଭ ସାୟରୀ ଭଳି କଣ୍ଟେଂଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.