Below header

Motorola ଭାରତରେ ଲଞ୍ଚ୍ କରୁଛି ସବୁଠୁ ଶସ୍ତା 5G ସ୍ମାର୍ଟଫୋନ, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଏବେ ବିଶ୍ବର ସବୁ ମୋବାଇଲ୍ କମ୍ପାନୀ ନିଜ ବ୍ରାଣ୍ଡର ୫ଜି ସ୍ମାର୍ଟଫୋନ୍ ଲଞ୍ଚ୍ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ମଧ୍ୟରେ ମୋଟୋରୋଲା ମଧ୍ୟ ନିଜର ୫ଜି ସ୍ମାର୍ଟଫୋନ୍ ଲଞ୍ଚ୍ କରିବା ପାଇଁ ନିଷ୍ପତ୍ତି ନେଇଛି । କୁହାଯାଉଛି କି ମୋଟୋରଲା ଏହି ସେଗମେଣ୍ଟରେ ସବୁଠାରୁ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ୍ କରିବ ।

ଟେକ୍ ସାଇଟ୍ gizbot ଅନୁସାରେ ମୋଟୋରୋଲା ୫ଜି ସ୍ମାର୍ଟଫୋନ୍ ଲଞ୍ଚ୍ କରିବା ପାଇଁ ସବୁ ପ୍ରସ୍ତୁତି ପୂରା କରିସାରିଛି । ସୂଚନା ଅନୁସାରେ, କମ୍ପାନୀ ଭାରତରେ ଏକ ମିଡ ରେଞ୍ଜ ସ୍ମାର୍ଟଫୋନ୍ ଆଣିବା ପାଇଁ ଯୋଜନା କରୁଛି । କୁହାଯାଉଛି, ୫ଜି ସ୍ମାର୍ଟଫୋନ୍ ସେଗମେଣ୍ଟରେ ନୂଆ ହ୍ୟାଣ୍ଡସେଟର ଦାମ୍ ବହୁତ କମ୍ ରହିବ ।

phone

iPhone 12 ଲଞ୍ଚ୍ ହେବା ପରେ ୫ଜି ସେଗମେଣ୍ଟରେ ଟକ୍କର ଆରମ୍ଭ ହୋଇଯାଇଛି । ନିକଟରେ ୱାନ୍ ପ୍ଲସ୍ ଓ ସାମସଙ୍ଗ ମଧ୍ୟ ଏହି ସେଗମେଣ୍ଟରେ ନିଜ ଅନେକ ସ୍ମାର୍ଟଫୋନ୍ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏବେ ମୋଟୋରୋଲା ମଧ୍ୟ ଆଗେଇ ଆସିଛି । କମ୍ପାନୀ ଖୁବ୍ ଶୀଘ୍ର ନିଜ ନୂଆ ସ୍ମାର୍ଟଫୋନକୁ ଭାରତରେ ଆଣିପାରେ ।

ମୋଟୋରୋଲା Moto G 5Gରେ ଟ୍ରିପଲ ରିୟର କ୍ୟାମେରା ସେଟଅପ୍ ରହିବ । ଏଥିରେ ପ୍ରାଇମେରୀ କ୍ୟାମେରା ୪୮ ମେଗାପିକ୍ସେଲ ରହିବ ଯାହାକି Samsung GM1 ସେନ୍ସର ସହିତ ଆସିବ । ଏହା ସହିତ ୮ ମେଗାପିକ୍ସେଲର ଟୋରିଫୋଟୋ ଲେନ୍ସ ଓ ୨ ମେଗାପିକ୍ସେଲର ଡେପ୍ଥ ସେନ୍ସର ଥିବା ତୃତୀୟ କ୍ୟାମେରା ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.